ETV Bharat / entertainment

ଛାଇଗଲା ସାଲାର ଟ୍ରେଲର, 24 ଘଣ୍ଟାରେ ସର୍ବାଧିକ ଭ୍ୟୁ ରେକର୍ଡ

author img

By ETV Bharat Odisha Team

Published : Dec 3, 2023, 11:14 AM IST

The trailer of Salaar Part 1: ଶୁକ୍ରବାର ଦିନ ପ୍ରଭାସଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ 'ସାଲାର'ର ଟ୍ରେଲର ରିଲିଜ ହୋଇଛି । ତେବେ ଦର୍ଶକ ଏହାକୁ ବେଶ ପସନ୍ଦ କରିଛନ୍ତି । ଟ୍ରେଲର ରିଲିଜର ୨୪ ଘଣ୍ଟା ମଧ୍ୟରେ ସମସ୍ତ ଭାଷାରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର ଟ୍ରେଲରରେ ପରିଣତ ହୋଇଛି । ଅଧିକ ପଢନ୍ତୁ

Salaar: ଦମଦାର ଟ୍ରେଲର ରିଲିଜ, ୨୪ ଘଣ୍ଟାରେ ସର୍ବାଧିକ ଭିୟୁ ରେକର୍ଡ

ହାଇଦ୍ରାବାଦ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର'କୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଚଳିତ ମାସ ଡିସେମ୍ବର ୨୨ରେ ରିଲିଜ ହେବ । ତେବେ ଫିଲ୍ମ ପୂର୍ବରୁ ରେକର୍ଡ କରିସାରିଲାଣି ଫିଲ୍ମ । ଏହି ଫିଲ୍ମର ଟ୍ରେଲର ଡିସେମ୍ବର ୧ ଅର୍ଥାତ୍ ଶୁକ୍ରବାର ଦିନ ରିଲିଜ ହୋଇଥିଲା । ଦର୍ଶକ ଏହାକୁ ବେଶ ପସନ୍ଦ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ 116 ମିଲିୟନ୍ ପ୍ଲସ୍ ଭିୟୁ ମିଳିଛି । ଏହିପରି ଫିଲ୍ମଟି ସମସ୍ତ ଭାଷାରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର ଟ୍ରେଲରରେ ପରିଣତ ହୋଇ ରେକର୍ଡ ସୃଷ୍ଟି କରିଛି ।

ହୋମ୍ବଲ ଫିଲ୍ମସ୍ ଦ୍ବାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, One Man Army । ସାଲାର ଟ୍ରେଲର ଗତ ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ୧୧୬ ମିଲିୟନ ଭିୟୁ ସହ ରେକର୍ଡ ଭାଙ୍ଗିଛି । ଏହା ଦର୍ଶକଙ୍କ ଅପାର ଭଲପାଇବାକୁ ଦର୍ଶାଇଛି । ତେବେ ଟ୍ରେଲରକୁ ନେଇ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ କମେଣ୍ଟ ବର୍ଷା କରିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ପ୍ରଭାସ ଇଜ ବ୍ୟାକ । ଅନ୍ୟ ଜଣେ ଲେଖିଛନ୍ତି, ଏହି ବିସ୍ଫୋରକ ଟ୍ରେଲରକୁ ଦେଖିବା ପରେ କିଛି କହିବାକୁ ମୋ ପାଖରେ ଶବ୍ଦ ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, ରିଲିଜ୍ ହେବାର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ସମସ୍ତ ଭାଷାରେ 200 କୋଟି ଟଙ୍କା ମାର୍କ ଅତିକ୍ରମ କରିବ । ଏହିପରି ଭାବରେ ଅନେକ ୟୁଜର୍ସ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି ।

  • " class="align-text-top noRightClick twitterSection" data="">

ଟ୍ରେଲରରେ ପ୍ରଭାସ ଗୋଟିଏ ପରେ ଗୋଟିଏ ଶତ୍ରୁକୁ ହଟାଉଥିବାର ନଜର ଆସିଛନ୍ତି । ଏଥିସହିତ ଟ୍ରେଲରରେ ଜଗପତି ବାବୁଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଲରର ଶେଷରେ ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ରକ୍ତରେ ଭିଜିଥିବା ଝଲକ ଦେଖିବାକୁ ମିଳିଛି । ସମସ୍ତ ତାରକାଙ୍କ ଜବରଦସ୍ତ ଲୁକ ଫ୍ୟାନ୍ସକୁ ଦିୱାନା କରିଛି । ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ଶ୍ରୁତି ହାସନ ନଜର ଆସିବେ । ପୃଥ୍ବୀରାଜ ସୁକୁମାରନ୍ ଏବଂ ଜଗପତି ବାବୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସ୍‌ରେ ରଣବୀରଙ୍କ ଯାଦୁ, ପ୍ରଥମ ଦିନରେ ବମ୍ପର କଲେକ୍ସନ କଲା 'ଆନିମଲ'

ସୂଚନା ଥାଉ କି, ସାଲାର ପୂର୍ବରୁ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଥିଲା । ଫିଲ୍ମର ଅଗ୍ରୀମ ବୁକିଂ ପାଇଁ ଟିକେଟ୍ କାଉଣ୍ଟର ମଧ୍ୟ ଖୋଲାଯାଇଥିଲା, କିନ୍ତୁ ହଠାତ୍ ନିର୍ମାତାମାନେ ରିଲିଜ୍ ତାରିଖ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଫିଲ୍ମ 22 ଡିସେମ୍ବରରେ ମୁକ୍ତିଲାଭ କରୁଛି । ତେବେ ଏହି ଦିନ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ମଧ୍ୟ ରିଲିଜ ହେବ । ଫଳରେ ଉଭୟ ଶାହାରୁଖ ଏବଂ ପ୍ରଭାସ ନିଜ ନିଜ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଏବଂ ଫ୍ୟାନ୍ସ ଫୋଲର୍ସ ଉଭୟଙ୍କର ଅଧିକ ଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.