ETV Bharat / entertainment

ରିଲିଜରେ ଦ୍ବାଦଶ ଦିନରେ ସବୁଠୁ କମ ଆୟ କଲା ଆଦିପୁରୁଷ, ଜୁଲାଇ 3ରୁ ପୁଣି ଟିଭିରେ ରାମାୟଣ ଦେଖିବେ ଦର୍ଶକ

author img

By

Published : Jun 28, 2023, 12:18 PM IST

300କୋଟି କ୍ଲବରେ ସାମିଲ ହେବାଠାରୁ ବହୁ ଦୂରରେ ରହିଛି 'ଆଦିପୁରୁଷ' । ଫିଲ୍ମକୁ ନେଇ ହୋଇଥିବା ବିବାଦ ପାଇଁ ଆୟ ଦିନକୁ ଦିନ ହ୍ରାସ ପାଉଛି । ଏହାରି ମଧ୍ୟରେ ଫିଲ୍ମ 12ଦିନରେ ମାତ୍ର 1.75କୋଟି ଆୟ କରିଛି । ଯାହା ଫିଲ୍ମର ଆଜି ପର୍ଯ୍ୟନ୍ତ ଏହା ସର୍ବନିମ୍ନ କଲେକ୍ସନ ଅଟେ । ଅଧିକ ପଢନ୍ତୁ,

'ଆଦିପୁରୁଷ' 12ଦିନରେ ସବୁଠୁ କମ କଲା କଲେକ୍ସନ, 3ଜୁଲାଇରୁ ଟିଭିରେ ପୁଣି ପ୍ରସାରିତ ହେବ 'ରାମାୟଣ'

ହାଇଦ୍ରାବାଦ: ଲୋକଙ୍କୁ ପସନ୍ଦ ଆସୁନି ପ୍ରଭାସ ଏବଂ କ୍ରିତି ସାନନ୍-ଷ୍ଟାରର୍ ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ'। ସଂଳାପ ଏବଂ VFX ଯୋଗୁଁ ଫିଲ୍ମ ବିବାଦରେ ଛନ୍ଦି ହୋଇଛି । ବିରୋଧ ପରେ ଫିଲ୍ମର ନିର୍ମାତା ସଂଳାପ ପରିବର୍ତ୍ତନ କରି ଫିଲ୍ମକୁ ରିଲିଜ କରିଥିଲେ । ଏପରିକି ଟିକେଟର ମୂଲ୍ୟ ମଧ୍ୟ କମ କରିଥିଲେ । ତଥାପି ଦର୍ଶକଙ୍କୁ ଆକୃଷ୍ଟ କରିପାରୁନି ଫିଲ୍ମ । ଏହାର ପ୍ରଭାବରେ ବର୍ତ୍ତମାନ ଫିଲ୍ମର କଲେକ୍ସନ ମଧ୍ୟ ଦିନକୁ ଦିନକୁ କମିବାରେ ଲାଗିଛି । ଫିଲ୍ମ ରିଲିଜକୁ ଏବେ 12 ଦିନ ବିତିଗଲାଣି । 12ଦିନରେ ଫିଲ୍ମ କେବଳ 1.75କୋଟି ଆୟ କରିଛି । ଯାହା ଆଜି ପର୍ଯ୍ୟନ୍ତର ଫିଲ୍ମର ସର୍ବନିମ୍ନ ଆୟ ବୋଲି କୁହାଯାଇପାରିବ । ସେପଟେ ଲୋକଙ୍କ ମନରେ ରାମାୟଣ ଆସ୍ଥା ପୁନଃଜୀବିତ କରିବାକୁ ଟିଭିରେ ପ୍ରସାରିତ ହେବ 'ରାମାୟଣ'।

ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' ଜୁନ୍ 16ରେ ସିନେମାହଲରେ ରିଲିଜ କରିଥିଲା ​। ରାମାୟଣ ଉପରେ ଆଧାର କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବାରୁ ଲୋକେ ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ଥିଲେ । ପ୍ରଥମ ଦିନରେ ଫିଲ୍ମ ମଧ୍ୟ 85 କୋଟିରୁ ଅଧିକ ରୋଜଗାର କରି ଏକ ରେକର୍ଡ ସୃଷ୍ଟି କରିଥିଲା । ପରେ ରାମାୟଣକୁ ଏଭଳି ଚିତ୍ରିତ କରିଥିବା ନେଇ ବିରୋଧର ସମ୍ମୁଖୀନ ହୋଇଥିଲା। ଓପନିଂ ସପ୍ତାହ ଶେଷ ହେବା ପରେ ଏହାର ସଂଗ୍ରହରେ ଧୀରେ ଧୀରେ ହ୍ରାସ ଘଟିଥିଲା । 'ଆଦିପୁରୁଷ' ରିଲିଜ୍ ହେବାର ଦ୍ୱାଦଶ ଦିନରେ ଅର୍ଥାତ ଦ୍ୱିତୀୟ ମଙ୍ଗଳବାର ଦିନ 1.75 କୋଟି ସଂଗ୍ରହ କରିଛି । ଆଜି ପର୍ଯ୍ୟନ୍ତ ଏହା ଫିଲ୍ମର ସର୍ବନିମ୍ନ ସଂଗ୍ରହ ଅଟେ। ଏହା ସହ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ 279.63 କୋଟିକୁ ବୃଦ୍ଧି ପାଇଛି।

'ଆଦିପୁରୁଷ'ର ବକ୍ସ ଅଫିସରେ ଯାତ୍ରା ଶେଷ ହେଲା ଭଳି ଜଣାପଡୁଛି । ବିବାଦୀୟ ସଂଳାପ ଏବଂ ଚରିତ୍ର ଯୋଗୁଁ ଲୋକଙ୍କ ଆକ୍ରୋଶର ଶିକାର ହେଉଛି ଫିଲ୍ମ । ଅବଶ୍ୟ ସଂଳାପ ପରିବର୍ତ୍ତନ କରାଯାଇଛି ତଥାପି ଲୋକଙ୍କ ମନ ଜିତିପାରୁନି ଫିଲ୍ମ । ରୋଜଗାର ମଧ୍ୟ ଦିନକୁ ଦିନ ହ୍ରାସ ପାଉଛି । ବର୍ତ୍ତମାନ 300 କୋଟିର କ୍ଲବରେ ସାମିଲ ହେବା ମଧ୍ୟ କଷ୍ଟକର ହୋଇପଡିଛି । ଏଭଳି ପରିସ୍ଥିତିରେ ପ୍ରଭାସଙ୍କ 500 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଏହାର ବଜେଟର ମୂଲ୍ୟ ବାହାର କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପ୍ରମାଣିତ ହୋଇଛି।

ଏହା ମଧ୍ୟ ପଢନ୍ତୁ: 'ଆଦିପୁରୁଷ' ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କହିଲେ ଧାର୍ମିକ ଗ୍ରନ୍ଥକୁ ତ ଛାଡିଦିଅ

ସେପଟେ ରାମାୟଣଙ୍କ ନାମରେ 'ଆଦିପୁରୁଷ' ଚଳଚ୍ଚିତ୍ର ନିର୍ମାଣ କରି ନିର୍ମାତାମାନେ ରାମଙ୍କ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛନ୍ତି। ରାମାୟଣ ପରି ଆଦିପୁରୁଷରେ କୌଣସି ସରଳତା ଏବଂ ସୌଜନ୍ୟ ନାହିଁ, ଯେଉଁଥିପାଇଁ ଆଜିର ପିଢିରେ ଆଦିପୁରୁଷ ନାମରେ ରାମାୟଣର ଭୁଲ ରୂପ ଉପସ୍ଥାପିତ ହୋଇଛି । ବର୍ତ୍ତମାନ ସେମାନଙ୍କର ବିଶ୍ବାସ ସହ ଜଡିତ ଲୋକଙ୍କ ମଧ୍ୟରେ ରାମାୟଣକୁ ପୁନଃଜୀବିତ କରିବା ପାଇଁ ଏକ ଚ୍ୟାନେଲ ରାମାୟଣକୁ ପୁଣି ଥରେ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି । 3 ଜୁଲାଇରୁ ଏହା ରମାନନ୍ଦ ସାଗରଙ୍କ ରାମାୟଣକୁ ପ୍ରସାରଣ କରିବ ବୋଲି ଶିମାରୋ ଟିଭି ଘୋଷଣା କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.