ETV Bharat / entertainment

64 ବର୍ଷ ବୟସରେ ଆଖିବୁଜିଲେ ଲୋକପ୍ରିୟ ପଞ୍ଜାବୀ ଗାୟକ ସୁରିନ୍ଦର ଶିନ୍ଦା - ସୁରିନ୍ଦର ସିନ୍ଦାଙ୍କ ପରଲୋକ

ଆରପାରିରେ ଲୋକପ୍ରିୟ ପଞ୍ଜାବୀ ଲୋକ ଗାୟକ ସୁରିନ୍ଦର ଶିନ୍ଦା । ସେ ଅନେକ ଦିନରୁ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

64 ବର୍ଷ ବୟସରେ ଆଖିବୁଜିଲେ ଲୋକପ୍ରିୟ ପଞ୍ଜାବୀ ଗାୟକ ସୁରିନ୍ଦର ସିନ୍ଦା

author img

By

Published : Jul 26, 2023, 5:17 PM IST

ଅମୃତସର: ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର । ଲୋକପ୍ରିୟ ପଞ୍ଜାବୀ ଲୋକ ଗାୟକ ସୁରିନ୍ଦର ଶିନ୍ଦାଙ୍କର ଦେହାନ୍ତ ହୋଇଛି । ଏହି କଣ୍ଠଶିଳ୍ପୀ 64 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶିନ୍ଦାଙ୍କ ବିୟୋଗରେ ସାରା ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ନିକଟରେ ସୁରିନ୍ଦର ଏକ ଖାଦ୍ୟନଳୀର ଅପରେସନ୍ କରିଥିଲେ । ଅପରେସନ୍ ପରେ କଣ୍ଠଶିଳ୍ପୀଙ୍କ ଶରୀରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲା । ଫଳରେ ସୁରିନ୍ଦର ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୁରିନ୍ଦରଙ୍କୁ 20 ଦିନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁରିନ୍ଦରଙ୍କୁ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସହରର DMCH ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣିବା ପରେ ଅନ୍ୟ ସେଲିବ୍ରିଟି ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁରିନ୍ଦରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସୁରିନ୍ଦରଙ୍କ ପ୍ରକୃତ ନାମ ଥିଲା ସୁରିନ୍ଦର ପାଲ ଧାମି । ସୁରିନ୍ଦର ଶିନ୍ଦା ପଞ୍ଜାବର ଲୁଧିଆନାର ଆୟାଲି ଗାଁରେ ଜନ୍ମଗ୍ରହଣ କରିଥିଲେ । ଶିନ୍ଦାଙ୍କ ପିତାମାତା (ବଚ୍ଚନ ରାମ ଏବଂ ବିଦ୍ୟାବତୀ) ସଙ୍ଗୀତ ସହ ଜଡ଼ିତ ଥିଲେ । ଏଭଳି ପରିସ୍ଥିତିରେ, ୪ ଚାରି ବର୍ଷ ବୟସରେ ଶିନ୍ଦା ମଧ୍ୟ ସଙ୍ଗୀତ ପ୍ରତି ରୁଚି ଦେଖାଇଥିଲେ ଏବଂ ସେବେଠାରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଶିନ୍ଦା ଉସ୍ତାଦ୍ ଜସୱନ୍ତ ଭାମ୍ରାଙ୍କଠାରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଏକ ସରକାରୀ ଚାକିରି ମଧ୍ୟ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଆରପାରିରେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ମଙ୍ଗଲ ଧିଲନ୍

ସ୍କୁଲ୍‌ପଢ଼ା ପରେ ସିନ୍ଦା ଏସ୍.ଏସ୍ ଲୁଧିଆନାରେ ଆଡ୍‌ମିଶନ ନେଇଥିଲେ ଏବଂ ସର୍ଟ ଇଞ୍ଜିନିୟରିଂରେ ମେକାନିକାଲ୍ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ । ଜଣେ ଗାୟକ ହେବା ପୂର୍ବରୁ ଶିନ୍ଦା ଲୁଧିଆନାରେ ମେକାନିକାଲ୍ ଇଞ୍ଜିନିୟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, କିନ୍ତୁ ଶିନ୍ଦାଙ୍କ ଗାୟକ ହେବା ପାଇଁ ଆଗ୍ରହ ଥିଲା । ତା’ପରେ ଶିନ୍ଦା ଚାକିରି ଛାଡି ଗୀତ ଗାଇବାକୁ ଆରମ୍ଭ କରିଥିଲେ । ଶିନ୍ଦା 165 ଗୀତ କ୍ୟାସେଟ୍ ରିଲିଜ୍ କରିଛନ୍ତି । ଶିନ୍ଦାର ପ୍ରଥମ ଗୀତ ଥିଲା 'ଉଚ୍ଚା ବୁର୍ଜ ଲାହୋର'। ଶିନ୍ଦାର ଡେବ୍ୟୁ ଗୀତ ସୁପରହିଟ୍ ହୋଇଥିଲା। ଏହି ଗୀତ ପରେ ତାଙ୍କର ରଖ୍‌ଲେ କ୍ଲିନ୍ଦର ୟାରା ଆଲବମ୍ ରିଲିଜ ହୋଇଥିଲା ।

ଜଣେ ଅଭିନେତା ଭାବରେ ଶିନ୍ଦା ପୁତ୍ର ଜଟ୍ଟା ଦେ, ଉଞ୍ଚା ଡାର ବାବୁ ନାନକ ଦା, ଅଙ୍କ୍‌ ଜାଟା ଦି, ଜଟ୍‌ ଜିୟୋଣା ମୋଡ, ବଦଲା ଜଟି ଦା, ପଟୋଲାରେ କଣ୍ଠଦାନ କରିଥିଲେ । ଗୀତ ଏବଂ ଅଭିନୟରେ ଶିନ୍ଦା 26ଟି ସ୍ୱର୍ଣ୍ଣ ପଦକ ଏବଂ 2500 ଟ୍ରଫି ପାଇଛନ୍ତି । ଏଥି ସହିତ କଳା ପରିଷଦ ତାଙ୍କୁ ପଞ୍ଜାବର ଗୌରବ ରତ୍ନ ପୁରସ୍କାର ମଧ୍ୟ ପ୍ରଦାନ କରିଛି । ଏହା ବ୍ୟତୀତ ସିନ୍ଦା ବ୍ରିଟେନ୍‌ରେ ଶିରୋମଣି ଗାୟକ ପୁରସ୍କାର ଏବଂ ପଞ୍ଜାବୀ ଲୋକ ପୁରସ୍କାର ପାଇଛନ୍ତି । ତେବେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଜୋଗିନ୍ଦର କୌର ଏବଂ ପୁଅ ମଣିନ୍ଦର ଶିନ୍ଦା ଏବଂ ଝିଅ ସିମରନ ଶିନ୍ଦା ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.