ETV Bharat / entertainment

ଗାଡ଼ି କିଣି ଚର୍ଚ୍ଚାରେ ଶ୍ରଦ୍ଧା କପୁର ଓ ପୂଜା ହେଗଡେ, ଦାମ୍ ଜାଣିଲେ ଉଡିଯିବ ହୋସ୍

author img

By ETV Bharat Odisha Team

Published : Oct 26, 2023, 8:30 AM IST

ପୂଜା ହେଗଡେ ଏବଂ ଶ୍ରଦ୍ଧା କପୁର ଦଶହରା ଅବସରରେ ନୂଆ ଲଗଜ୍ଜରୀ କାର୍ ପୂଜା କରିଛନ୍ତି । ଯାହାର ଦାମ୍ 4 କୋଟିରୁ ଅଧିକ ହେବ । ଅଧିକ ପଢନ୍ତୁ,

ଲଗଜ୍ଜରୀ ଗାଡ଼ି କିଣି ଚର୍ଚ୍ଚାରେ ଶ୍ରଦ୍ଧା କପୁର ଓ ପୂଜା ହେଗଡେ, ଦାମ୍ ଜାଣିଲେ ଉଡିଯିବ ହୋସ୍

ହାଇଦ୍ରାବାଦ: ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ଏବଂ ଶ୍ରଦ୍ଧା କପୁର ଲଗଜ୍ଜରୀ କାର କିଣିଛନ୍ତି । ଦଶହରା ଅବସରରେ ଉଭୟ ନିଜ ଗାଡିର ପୂଜା କରିଥିବା ବେଳେ ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାର ଦାମ ୪ କୋଟିରୁ ଅଧିକ ହେବ ।

ଇନଷ୍ଟାଗ୍ରାମରେ ପାପରାଜିଙ୍କ ଦ୍ବାରା ସେୟାର ହୋଇଥିବା ଭିଡିଓରେ ଶ୍ରଦ୍ଧା ତାଙ୍କ ନୂଆ କାର ପୂଜା କରୁଥିବା ଦେଖିବାକୁ ମିଳିଛି । ସେହିପରି ପୂଜା ନିଜ କାର ସମ୍ମୁଖରେ ପରିବାର ସହ ପୋଜ ଦେଉଥିବାର ନଜର ଆସିଛନ୍ତି । ଲାଲ ରଙ୍ଗର ଲମ୍ବୋର୍ଗିନି ହୁରାକନ୍ ଟେକ୍ନିକା କାର କିଣିଛନ୍ତି । ଯାହାର ଦାମ୍ ୪.୪ କୋଟି । ସେପଟେ ପୂଜା ହେଗଡେ ରେଞ୍ଜ ରୋଭର ଏଏସବି କିଣିଛନ୍ତି । ଯାହାର ମୂଲ୍ୟ ୪କୋଟି ଅଟେ । ତେବେ ଅଭିନେତ୍ରୀମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଥାଉ କି, ଏହି ନୂତନ ଲମ୍ବୋର୍ଗିନି କାର ପୂର୍ବରୁ, ଶ୍ରଦ୍ଧା କପୁରଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର ରହିଛି । ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧାଙ୍କର ଅଡି Q7, ମର୍ସିଡିଜ୍ ବେଞ୍ଜ୍ GLA ଏବଂ ବିଏମଡବ୍ଲୁ 7 ସିରିଜ୍ ଭଳି ମୂଲ୍ୟବାନ କାର ରହିଛି । ଶ୍ରଦ୍ଧାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଶେଷ ଥର ପାଇଁ ଶ୍ରଦ୍ଧାଙ୍କୁ ତୁ ଝୁଟି ମେ ମକ୍କାରରେ ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ନିର୍ଦ୍ଦେଶକ ଅମର କୌଶିକଙ୍କ ଆଗାମୀ ଫିଲ୍ମ ସ୍ତ୍ରୀ ୨ରେ ନଜର ଆସିବେ । ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଏହି ଫିଲ୍ମ ଅଗଷ୍ଟ 2024ରେ ରିଲିଜ କରିବ । ପ୍ରଥମ ଭାଗ ପରି ୨ୟ ଭାଗରେ ବି ରାଜକୁମାର ରାଓ, ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ ଏବଂ ଅଭିଷେକ ବାନାର୍ଜୀ ପୁଣିଥରେ ଫିଲ୍ମରେ ନିଜର କମେଡି ସହ ଲୋକଙ୍କ ହୃଦୟ ଜିତିବେ ।

ଏହା ମଧ୍ୟ ପଢନ୍ତୁ: ହରର କମେଡି ଫିଲ୍ମ ସ୍ତ୍ରୀ-2ର ସୁଟିଂ ଆରମ୍ଭ, ଏହି ଦିନ ରିଲିଜ ହେବ ଫିଲ୍ମ

ଅନ୍ୟପକ୍ଷରେ ପୂଜା ହେଗଡେଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଦଶହରା ଅବସରରେ ପୂଜାଙ୍କ ଆଗାମୀ ଚଳଚ୍ଚିତ୍ର ଦେବଙ୍କ ରିଲିଜ୍ ତାରିଖ ଘୋଷଣା ହୋଇଥିଲା । ରୋଶନ୍ ଆଣ୍ଡ୍ରୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସେ ବଲିଉଡ ଅଭିନେତା ସାହିଦ କପୁରଙ୍କ ବିପକ୍ଷରେ ନଜର ଆସିବେ । ଏବଂ ଏହି ଫିଲ୍ମ ୨୦୨୪ ବର୍ଷ ଦଶହରା ଅବସରରେ ରିଲିଜ୍ ହେବାର ଯୋଜନା ରହିଛି । ଏହି ଫିଲ୍ମ ସହ ପୂଜା ପ୍ରଥମ ଥର ପାଇଁ ସାହିଦ କପୁରଙ୍କ ସହ ସ୍କ୍ରିନ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.