ETV Bharat / entertainment

Ponniyin selvan part 1ର ଟିଜର ରିଲିଜ୍‌, ମହାରାଣୀ ଲୁକ୍‌ରେ ନଜର ଆସିଲେ ଐଶ୍ୱର୍ଯ୍ୟା

author img

By

Published : Jul 9, 2022, 4:00 PM IST

ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିରତ୍ନମଙ୍କ ବହୁ ପ୍ରତୀକ୍ଷିତ ପିରିୟଡ ଫିଲ୍ମ ପୋନ୍ନିୟିନ ସେଲବନ ପାର୍ଟ 1 ର ଟିଜର ମୁକ୍ତିଲାଭ ହୋଇଛି। ଅଧିକ ପଢନ୍ତୁ

ponniyin selvan part 1ର ଟିଜର ରିଲିଜ୍‌, ମହାରାଣୀ ଲୁକ୍‌ରେ ନଜର ଆସିଲେ ଐଶ୍ୱର୍ଯ୍ୟା

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିରତ୍ନମଙ୍କ ବହୁ ପ୍ରତୀକ୍ଷିତ ପିରିୟଡ ଫିଲ୍ମ 'ପୋନ୍ନିୟିନ ସେଲବନ ପାର୍ଟ 1'ର ଟିଜର ମୁକ୍ତିଲାଭ ହୋଇଛି। ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମେତ ସମସ୍ତ ଚରିତ୍ରର ନୂଆ ଲୁକ୍‌ ପୋଷ୍ଟର ସାମ୍ମାକୁ ଆସିଥିଲା।

1.21 ର ଟିଜରରେ ନିର୍ଦ୍ଦେଶକ ମଣିରତ୍ନମ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ବିକ୍ରମ, ଜୟମ ରବି, ତୃଷା, କାର୍ତ୍ତି ଏବଂ ଐଶ୍ୱର୍ଯ୍ୟା ରାୟ ନିଜ ନିଜ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଚଳଚ୍ଚିତ୍ର କାହାଣୀ ଚୋଳ ସାମ୍ରାଜ୍ୟ ଉପରେ ଆଧାରିତ ।

  • " class="align-text-top noRightClick twitterSection" data="">

ଏହାପୂର୍ବରୁ ଫିଲ୍ମ ନିର୍ମାତା 'ପୋନ୍ନିୟିନ ସେଲବନ ପାର୍ଟ 1' ବୁଧବାର (ଜୁଲାଇ 6) ରେ ଐଶ୍ୱର୍ଯ୍ୟା ରାୟଙ୍କ ଏକ ନୂଆ ପୋଷ୍ଟର ମୁକ୍ତିଲାଭ କରିଥିଲେ। ଏହି ପୋଷ୍ଟର ସହିତ ଐଶ୍ୱର୍ଯ୍ୟାଙ୍କ ଚରିତ୍ରରୁ ପରଦା ମଧ୍ୟ ଉଠାଯାଇଥିଲା । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାଣୀ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରିବେ। ପୋଷ୍ଟରରେ ଐଶ୍ୱର୍ଯ୍ୟାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, ତାଙ୍କୁ ଏକ ସୁନ୍ଦର ଶାଢୀ ଏବଂ ଲମ୍ବା କେଶରେ ଦେଖିବାକୁ ମିଳିଥିଲା ।

ନିର୍ମାତାମାନେ ଫିଲ୍ମରୁ ଐଶ୍ୱର୍ଯ୍ୟା ରାୟଙ୍କ ପୋଷ୍ଟର ସେୟାର କରି ଲେଖିଥିଲେ, 'ପ୍ରତିଶୋଧର ଏକ ସୁନ୍ଦର ଚେହେରା ହୋଇଥାଏ, Pazhuvoorର ରାଣୀ ନନ୍ଦିନୀଙ୍କୁ ଭେଟନ୍ତୁ'। ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ।

'ପୋନ୍ନିୟିନ ସେଲବନ ପାର୍ଟ 1'ରେ ସାଉଥ୍ ସୁପରଷ୍ଟାର ବିକ୍ରମଙ୍କ ବ୍ୟତୀତ ଜୟମ ରବି, କାର୍ତ୍ତି ତୃଷା, ସରଥ କୁମାର, ପ୍ରକାଶ ରାଜ, ସୋଭିତା ଧୁଲିପାଲା, ବିକ୍ରମ ପ୍ରଭୁ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।ଏହି ଚଳଚ୍ଚିତ୍ରଟି ହାଇଦ୍ରାବାଦ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସହରରେ ସୁଟିଂ କରାଯାଇଛି। ମଣିରତ୍ନମ ଦୀର୍ଘ ସମୟ ଧରି ଫିଲ୍ମ ପ୍ରସ୍ତୁତ କରୁଛନ୍ତି। ଫିଲ୍ମଟି 30 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.