ETV Bharat / entertainment

ଡେଭିଡ ବେକହାମଙ୍କ ପାଇଁ ୱେଲକମ ପାର୍ଟି ଦେଲେ ସୋନମ କପୁର, ନଜର ଆସିଲେ ଏହି ତାରକା

author img

By ETV Bharat Odisha Team

Published : Nov 16, 2023, 4:23 PM IST

ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜା ଫୁଟବଲ କିମ୍ବଦନ୍ତୀ ଖେଳାଳି ଡେଭିଡ ବେକହାମଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଅନିଲ କପୁର, ସଞ୍ଜୟ କପୁର, ସାହିଦ କପୁର, ମୀରା ରାଜପୁତଙ୍କ ସହ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ । ଅଧିକ ପଢନ୍ତୁ,

ଡେଭିଡ ବେକହାମଙ୍କ ପାଇଁ ୱେଲକମ ପାର୍ଟିର ଦେଲେ ସୋନମ କପୁର, ନଜର ଆସିଲେ ଏହି ତାରକା

ହାଇଦ୍ରାବାଦ: ବୁଧବାର ରାତିରେ ମୁମ୍ବାଇ ସ୍ଥିତ ଘରେ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜା ଫୁଟବଲ କିମ୍ବଦନ୍ତୀ ଖେଳାଳି ଡେଭିଡ ବେକହାମଙ୍କ ପାଇଁ ଏକ ଗ୍ରାଣ୍ଡ ୱେଲକମ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ସାହିଦ କପୁର, ମୀରା ରାଜପୁତ, ଶିବାନୀ ଦଣ୍ଡେକର, ଫରହାନ ଅଖତର, ଅନିଲ କପୁର, ସଞ୍ଜୟ କପୁର, ମଲାକାଇକା ଅରୋରା, ଅର୍ଜୁନ କପୁରଙ୍କ ସମେତ ଅନେକ ବି ଟାଉନ ସେଲିବ୍ରେଟ ଯୋଗ ଦେଇଥିଲେ । ବର୍ତ୍ତମାନ ଏହି ପାର୍ଟିର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକହାମ କିଛି ଦିନ ପୂର୍ବରୁ ଭାରତରେ ପହଞ୍ଚିଛନ୍ତି । ଡେଭିଡ ବେକହାମ୍ ଜଣେ ୟୁନିସେଫ୍ ଶୁଭେଚ୍ଛୁ ରାଷ୍ଟ୍ରଦୂତ । ସେ ନିଜ ସମ୍ପ୍ରଦାୟରେ ପରିବର୍ତ୍ତନ ଏବଂ ନୂତନତା ଆଣିବା ପାଇଁ କାର୍ଯ୍ୟ କରୁଥିବା ପିଲାମାନଙ୍କୁ ଭେଟିବା ପାଇଁ ସେ ଭାରତରେ ଆସିଛନ୍ତି । ସେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ମଧ୍ୟ ସାମିଲ ହୋଇଥିଲେ । ଏହା ପରେ ସେ ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ତାଙ୍କ ପାଇଁ ଆୟୋଜନ କରିଥିବା ଗ୍ରାଣ୍ଡ ୱେଲକମ ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନେକ ସେଲିବ୍ରଟି ଯୋଗ ଦେଇଥିଲେ ଏବଂ ସୋସିଆଲ ମିଡିଆରେ ଡେଭିଡଙ୍କ ସହ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି ।

ପୁରା କପୁର ପରିବାର ସହ ଡେଭିଡ ବେକହାମଙ୍କୁ ଦେଖିବାକୁ ମିଳୁଛି । ଏଥିରେ ସଞ୍ଜୟ କପୁର, କରିସ୍ମା କପୁର, ଅର୍ଜୁନ କପୁର, ମହେପ କପୁର, ସନାୟା କପୁରଙ୍କ ସମେତ ପୁରା ପରିବାର ତାରକା ଫୁଟବଲରଙ୍କ ସହ ନଜର ଆସିଛନ୍ତି । ଏଥିସହ ସାହିଦ କପୁର ଫୁଟବଲରଙ୍କ ସହ ତାଙ୍କ ପତ୍ନୀ ମୀରା କପୁରଙ୍କ ଫଟୋ ସେୟାର କରିଛନ୍ତି । ସୋନମ କପୁର ଡେଭିଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ସୋନମ ହ୍ବାଇଟ ଏବଂ ଲାଲ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ଆନନ୍ଦ ବ୍ଲାକ କୁର୍ତ୍ତା ଏବଂ ହ୍ବାଇଟ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏବଂ ଡେଭିଡ ବ୍ଲାକ ପ୍ୟାଣ୍ଟ ଏବଂ ବ୍ଲାକ ସାର୍ଟରେ ନଜର ଆସିଛନ୍ତି ।

ସେହିପରି ଗାର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ସହ ଅର୍ଜୁନ କପୁରଙ୍କୁ ମଧ୍ୟ ପାର୍ଟିରେ ଦେଖିବାକୁ ମିଳିଥିଲା । ସେ ଏକ ବ୍ଲାକ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ମଲାଇକା ଏକ ହ୍ବାଇଟ ସାର୍ଟ ଏବଂ ବ୍ଲାକ ସ୍କର୍ଟ ପିନ୍ଧିଥିଲେ । ପାର୍ଟିର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମ ସେୟାର କରି ଲେଖିଛନ୍ତି, ଦୀର୍ଘ ବର୍ଷରୁ ପସନ୍ଦ କରୁଥିବା ବ୍ୟକ୍ତିକୁ ସାମ୍ନାରେ ଭେଟି ବେଶ ଖୁସି ଲାଗିଲା । ଆମ ସମସ୍ତଙ୍କ ସହିତ ସମୟ ବିତାଇବା ପ୍ରତି ତାଙ୍କର ପ୍ରକୃତ ଆନ୍ତରିକତାକୁ ଦେଖି ଡାଭିଡ ବେକହାମଙ୍କୁ ଧନ୍ୟବାଦ । ମୋର ପିଲାଦିନର ସ୍ୱପ୍ନ ପୂରଣ କରିଥିବାରୁ ଆପଣଙ୍କୁ ସନୋମ କପୁର ଏବଂ ଆନନ୍ଦ ଆହୁଜାଙ୍କୁ ଧନ୍ୟବାଦ ।"

ଏହା ମଧ୍ୟ ପଢନ୍ତୁ: ବିରାଟ କୋହଲିଙ୍କ ରେକର୍ଡ: ବଲିଉଡ ଓ ସାଉଥ୍‌ ସେଲିବ୍ରିଟିଙ୍କ ନିକଟରୁ ଛୁଟିଲା ଶୁଭେଚ୍ଛାର ସୁଅ

ସେହିପରି ଏହି ପାର୍ଟିରେ କରିସ୍ମା କପୁର ପାରମ୍ପରିକ ଲୁକରେ ନଜର ଆସିଥିଲେ । ସେ ବେକହାମଙ୍କ ସହ ଏକ ଫଟୋ କ୍ଲିକ୍ କରି କ୍ୟାପସନରେ ଲେଖିଥିଲେ, "ଏହା ପିଲାମାନଙ୍କ ପାଇଁ କରିଛି । ଏତେ ଦୟାଳୁ ଡେଭିଡ ବେକହାମ ଆପଣଙ୍କର ଫୋରଭର ଫ୍ୟାନ୍ । ସେପଟେ ସାହିଦ କପୁର ତାଙ୍କ ସ୍ତ୍ରୀ ମୀରାଙ୍କ ସହ ଏଥିରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.