ETV Bharat / entertainment

Aryan Khan Drugs Case: ବଢିପାରେ ଆର୍ଯ୍ୟନଙ୍କ ଅଡୁଆ, ପୁନଃ ତଦନ୍ତ ପାଇଁ ପିଟିସନ ଦାୟର - ଡ୍ରଗ୍ସ ପାର୍ଟି ମାମଲା ପୁନଃ ତଦନ୍ତ ନେଇ ପିଟିସନ

ମୁମ୍ବାଇର ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ (Aryan Khan drug party case) ପୁନଃ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିସୟ ଦାୟର ହୋଇଛି । ଅଧିକ ପଢନ୍ତୁ

ବଢିପାରେ ଆର୍ଯ୍ୟନଙ୍କ ଅଡୁଆ, ପୁନଃ ତଦନ୍ତ ପାଇଁ ପିଟିସନ ଦାୟର

author img

By

Published : Dec 6, 2022, 10:53 AM IST

ମୁମ୍ବାଇ: ପୁଣି ବଢିବାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ଅଡୁଆ । ମୁମ୍ବାଇର ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ (Aryan Khan drug party case) ପୁନଃ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିସୟ ଦାୟର ହୋଇଛି । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ NCB ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ଦେବା ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ଯେଉଥିରେ ପୁନଃ ତଦନ୍ତ ଦାବି ହୋଇଛି । ହିନ୍ଦୁ ମହାସଂଘ ଆର୍ଯ୍ୟନ ଖାନଙ୍କୁ କ୍ଲିନଚିଟ ବିରୋଧରେ ହାଇକୋର୍ଟରେ ଏହି ଆବେଦନ କରିଛି । NCB ଚାର୍ଜସିଟରୁ ଆର୍ଯ୍ୟନ ଖାନଙ୍କ ସମେତ 6 ଜଣଙ୍କ ନାମ ହଟାଇ ଦେଇଥିଲା ।

ସୂଚନା ଅନୁସାରେ ଅକ୍ଟୋବର 2 ତାରିଖ 2021ରେ ମୁମ୍ବାଇରୁ ଗୋଆକୁ ଯାଉଥିବା କର୍ଡେଲିଆ କ୍ରୁଜ୍ ଜାହାଜ ଉପରେ NCB ଚଢାଉ କରିଥିଲା । ଜାହାଜରେ ଏକ ରେଭ୍ ପାର୍ଟି ହେବାକୁ ଯାଉଛି ବୋଲି ଏନସିବି ସୂଚନା ପାଇଥିଲା । ପାର୍ଟି ଆରମ୍ଭ ପୂର୍ବରୁ ମଧ୍ୟ NCB ଆର୍ଯ୍ୟନ ଖାନ୍, ଅରବାଜ୍ ମର୍ଚାଣ୍ଟଙ୍କ ସମେତ 8 ଜଣଙ୍କୁ ଧରିଥିଲା । 2 ଅକ୍ଟୋବର ରାତି ପର୍ଯ୍ୟନ୍ତ ଆର୍ଯ୍ୟନ୍ ଖାନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଜେଲରେ ରଖାଯାଇଥିଲା । ଏହାପରେ ଏହି ମାମଲା ଶୀର୍ଷରେ ରହିଥିଲା । ଦିନ ପରେ ଦିନ ଘଟଣା ନୂଆ ମୋଡ ନେଇଥିଲା । ଅକ୍ଟୋବର 7 ପର୍ଯ୍ୟନ୍ତ କୋର୍ଟ ସମସ୍ତଙ୍କୁ NCB ହେପାଜତକୁ ପଠାଇଥିଲେ।

ଏହା ବି ପଢନ୍ତୁ...ଫିଲ୍ମ ନିର୍ମାତା ନୀତିନ ମନମୋହନଙ୍କୁ ହୃଦଘାତ, ଡାକ୍ତରଖାନାରେ ଭର୍ତ୍ତି

ସେସନ କୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି ହୋଇଥିଲା । ଆର୍ଯ୍ୟନଙ୍କ ଓକିଲ କହିଥିଲେ ଯେ ଏନସିବି ଆର୍ଯ୍ୟନଙ୍କଠାରୁ କୌଣସି ନିଶା ଦ୍ରବ୍ୟ ଜବତ କରିନାହିଁ । ଅକ୍ଟୋବର 11ରେ ଜାମିନ ଆବେଦନ ଉପରେ ଆର୍ଯ୍ୟନ ଖାନଙ୍କ ଓକିଲ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ । ଅକ୍ଟୋବର 13 ରେ କୋର୍ଟ ଏହାର ଉତ୍ତର ଦାଖଲ କରିବାକୁ NCBକୁ କହିଥିଲେ। ଅକ୍ଟୋବର 13 ମୁମ୍ବାଇ ସେସନ୍ସ କୋର୍ଟରେ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ 14 ଅକ୍ଟୋବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଅକ୍ଟୋବର 30 ତାରିଖରେ 28 ଦିନ ପରେ ଜେଲରୁ ବାହାରିଥିଲେ ଆର୍ଯ୍ୟାନ । ମଇ 27 ତାରିଖ 2022ରେ ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ୍ ମିଳିଥିଲା । ଏନସିବି ଆର୍ଯ୍ୟନ ଖାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ଯ୍ୟନ ଖାନଙ୍କ ନାମ ଉଲ୍ଲେଖ ନଥିଲା । ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା ଜଣାପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.