ETV Bharat / entertainment

Payal Rohatgi Wedding: ୧୨ ବର୍ଷ ଡେଟିଂ ପରେ ଜୁଲାଇରେ ବାଜିବ ସାହାନାଇ - ପାୟଲ ରୋହତଗୀ

12 ବର୍ଷ ଡେଟିଂ ପରେ ପାୟଲ ରୋହତଗୀ ଖୁବ୍ ଶୀଘ୍ର ସଂଗ୍ରାମ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଉଭୟ ଜୁଲାଇ 29ରେ ବିବାହ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

୧୨ ବର୍ଷ ଡେଟିଂ ପରେ ଜୁଲାଇରେ ବାଜିବ ସାହାନାଇ
୧୨ ବର୍ଷ ଡେଟିଂ ପରେ ଜୁଲାଇରେ ବାଜିବ ସାହାନାଇ
author img

By

Published : May 28, 2022, 5:01 PM IST

ମୁମ୍ବାଇ: 12 ବର୍ଷ ଡେଟିଂ ପରେ ପାୟଲ ରୋହତଗୀ ଖୁବ୍ ଶୀଘ୍ର ସଂଗ୍ରାମ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ପ୍ରେମିକ ତଥା ରେସଲର ସଂଗ୍ରାମ ସିଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଜୁଲାଇରେ ବିବାହ ବିଷୟରେ କହିଥିଲେ। ସେବେଠାରୁ ସେମାନଙ୍କ ବିବାହ ତାରିଖ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା। ମଝିରେ ମଧ୍ୟ ଖବର ଆସିଥିଲା ​​ଯେ ଉଭୟ ଜୁଲାଇ 29ରେ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ବିବାହର ପ୍ରକୃତ ତାରିଖ ସାମ୍ମାକୁ ଆସିଛି । ସଂଗ୍ରାମ ସିଂ ତାଙ୍କର ସମ୍ପୂର୍ଣ୍ଣ ବିବାହ ଯୋଜନା ବିଷୟରେ କହିଛନ୍ତି ।

ବିବାହ ପ୍ରସଙ୍ଗରେ ସଂଗ୍ରାମ ସିଂ କହିଛନ୍ତି, 'ମୁଁ ବହୁତ ଉତ୍ସାହିତ ଏବଂ ବିବ୍ରତ ଅଛି । ଆମେ ଅନେକ ବର୍ଷ ଧରି ଏକାଠି ରହିଛୁ ଏବଂ ବିବାହ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଆମେ ଏକତ୍ର ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ । ମୋ ମାଆ ଏବଂ ଭଉଣୀ ଆମ ବିବାହର ତାରିଖ ସ୍ଥିର କରିବାରେ ସାହାଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଆମେ 9 ଜୁଲାଇରେ ବିବାହ କରିବାକୁ ଯାଉଛୁ । ଦୁହେଁ ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଅଛନ୍ତି ଏବଂ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଂଗ୍ରାମ ଏବଂ ପାୟଲ ଏକ ଲିଭ-ଇନ୍‌ରେ ଥିଲେ । ପାୟଲ ଏବଂ ସଂଗ୍ରାମଙ୍କ ବିବାହ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ହୋଇପଡିଛନ୍ତି।

ସଂଗ୍ରାମ ସିଂ ଏବଂ ପାୟଲଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଯୋଗଦେବେ । ଦୁହେଁ ବିବାହ ପରେ ମୁମ୍ବାଇରେ ନିଜ ସାଙ୍ଗମାନଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟିର ଯୋଜନା କରୁଛନ୍ତି। ସଂଗ୍ରାମ କହିଛନ୍ତି, 'ମୁଁ ସବୁବେଳେ ଜାଣିଥିଲି ଯେ ପାୟଲ ପରି ମୁଁ କେବେବି ସାଥୀ ପାଇବି ନାହିଁ । ଆମ ବାପା ମାଆ ବୟସ୍କ ହୋଇଗଲେଣି ଏବଂ ଆମେ ଦୁହେଁ ବହୁ ବର୍ଷ ଧରି ଏକାଠି ଅଛୁ । ବର୍ତ୍ତମାନ ଆମର ବିବାହ କରିବାର ସମୟ ଆସିଛି । ବିବାହ କାର୍ଯ୍ୟଟି ଗୁଜୁରାଟ କିମ୍ବା ହରିୟାଣାରେ ବହୁତ ସରଳ ଢଙ୍ଗରେ ହେବ । ହଁ, ପାୟଲ ଏବଂ ତାଙ୍କ ପରିବାର ମଧ୍ୟ ମୋତେ ଏହି ପଦକ୍ଷେପ ନେବାକୁ ବାଧ୍ୟ କରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.