ETV Bharat / entertainment

Pawan Kalyan B’day: ଅଭିନୟ ସହ ରାଜନୀତିରେ ବି ମାହିର ସାଉଥ୍‌ ଷ୍ଟାର ପୱନ କଲ୍ୟାଣ - ପୱନ କଲ୍ୟାଣ କ୍ୟାରିୟର

ସାଉଥ୍‌ର ପାଓ୍ବର ଷ୍ଟାର ପୱନ କଲ୍ୟାଣ ଆଜି (2 ସେପ୍ଟେମ୍ବର) ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଆସନ୍ତୁ ଜାଣିବା ଏହି ବିଶେଷ ଅବସରରେ ତାଙ୍କ ସହ ଜଡିତ କିଛି ଅଜଣା କଥା । ଅଧିକ ପଢନ୍ତୁ

ପୱନ କଲ୍ୟାଣ
ପୱନ କଲ୍ୟାଣ
author img

By ETV Bharat Odisha Team

Published : Sep 2, 2023, 11:05 AM IST

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ଦମଦାର ଅଭିନେତାମାନଙ୍କ ମଧ୍ୟରୁ ପୱନ କଲ୍ୟାଣ ଅନ୍ୟତମ । ତାଙ୍କର ଫ୍ୟାନ ଫଲୋଇଙ୍ଗ୍‌ ମଧ୍ୟ କିଛି କମ୍ ନୁହଁନ୍ତି । ପୱନ କଲ୍ୟାଣ ଅନେକ ଦମଦାର ଚଳଚ୍ଚିତ୍ର କରିଛନ୍ତି । ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରି ପୱନ କଲ୍ୟାଣ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଜଣେ ଉତ୍କୃଷ୍ଟ ଅଭିନେତା ହେବା ସହିତ ସେ ଜଣେ ନିର୍ମାତା-ନିର୍ଦ୍ଦେଶକ, ଗାୟକ ଏବଂ ରାଜନେତା ମଧ୍ୟ ଅଟନ୍ତି । ସାଉଥ୍‌ର ପାଓ୍ବର ଷ୍ଟାର କୁହାଯାଉଥିବା ପୱନ କଲ୍ୟାଣ ଆଜି (2 ସେପ୍ଟେମ୍ବର) ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଆସନ୍ତୁ ଜାଣିବା ଏହି ବିଶେଷ ଅବସରରେେ ତାଙ୍କ ସହ ଜଡିତ କିଛି ଅଜଣା କଥା ।

ପୱନ କଲ୍ୟାଣ 2 ସେପ୍ଟେମ୍ବର 1971 ରେ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସାନ ଭାଇ । ପୱନ କଲ୍ୟାଣ 1996 ମସିହାରେ ଫିଲ୍ମ 'ଅକ୍କଡ ଅମ୍ମାଇ ଲକ୍କଡ' ସହିତ ତାଙ୍କର ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । 1998 ମସିହାରେ ପୱନ କଲ୍ୟାଣ ଫିଲ୍ମ 'ଥୋଲି ପ୍ରେମା' ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

ଏହା ବ୍ୟତୀତ ପୱନ କଲ୍ୟାଣଙ୍କୁ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ପୱନ କଲ୍ୟାଣ ତିନିଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ନନ୍ଦିନୀ ଥିଲେ, ଯାହାଙ୍କୁ ସେ 1997 ମସିହାରେ ବିବାହ କରିଥିଲେ, କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା ଏବଂ ଉଭୟ 2008 ମସିହାରେ ଅଲଗା ହୋଇଥିଲେ । ଏହା ପରେ ପୱନ କଲ୍ୟାଣ ରେନୁ ଦେଶାଇଙ୍କୁ 2009 ମସିହାରେ ବିବାହ କରିଥିଲେ। ସେମାନଙ୍କ ବିବାହ ତିନି ବର୍ଷ ଧରି ଚାଲିଥିଲା ​​ଏବଂ 2012ରେ ଛାଡପତ୍ର ହୋଇଥିଲା । ଏହା ପରେ ପୱନ କଲ୍ୟାଣ 2013ରେ ଅନ୍ନା ଲେଜନେବାଙ୍କୁ ବିବାହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କଲେ ପୱନ କଲ୍ୟାଣ

ପୱନ କଲ୍ୟାଣ ଅଭିନୟ କରିବାର 26 ବର୍ଷରୁ ଅଧିକ ସମୟ ବିତିଗଲାଣି । ଏହି ସମୟ ମଧ୍ୟରେ ସେ ଜଣେ ମୁଖ୍ୟ ଅଭିନେତା ଭାବରେ 25 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ପୱନ କଲ୍ୟାଣ ମଧ୍ୟ ଅନେକ ଟିଭି ବିଜ୍ଞାପନର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି। ସେ ସାଉଥ ସିନେମାର ପ୍ରଥମ ଅଭିନେତା ଯିଏ ପେପସିର ପ୍ରଥମ ବିଜ୍ଞାପନ କରିଥିଲେ । ଜଣେ ଉଜ୍ଜ୍ୱଳ ଅଭିନେତା ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ରାଜନେତା ମଧ୍ୟ ଅଟନ୍ତି ।

ପୱନ କଲ୍ୟାଣ 2008 ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ତାଙ୍କ ଭାଇ ଚିରଞ୍ଜୀବୀଙ୍କ ପ୍ରଜା ରାଜ୍ୟମ୍ ପାର୍ଟିରେ ଦୀର୍ଘ ଦିନ ଧରି କାମ କରିଥିଲେ। ଏହା ପରେ ପୱନ କଲ୍ୟାଣ ନିଜର ଏକ ଦଳ ଗଠନ କରିଥିଲେ। ପୱନ କଲ୍ୟାଣଙ୍କ ରାଜନୈତିକ ଦଳର ନାମ ହେଉଛି ଜନସେନା ପାର୍ଟି। ସେ 2014 ରେ ଏହି ଦଳ ଗଠନ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ସକ୍ରିୟ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.