ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି କିଙ୍ଗଖାନଙ୍କ ପଠାନ । ବହୁ ବାଦବିବାଦ, ବୟକଟ ଟ୍ରେଣ୍ଡ ସତ୍ତ୍ବେ ସବୁଠି ଦେଖିବାକୁ ମିଳୁଛି ପଠାନ କ୍ରେଜ୍ । ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଜନ ଆବ୍ରାହିମଙ୍କ ଅଭିନୀତ ପଠାନ ଫିଲ୍ମ ମାତ୍ର ଦୁଇ ଦିନରେ ୧୦୦ କୋଟିରୁ ଅଧିକ ଆୟ କରିଛି । ଜାନୁୟାରୀ ୨୫ରେ ଫିଲ୍ମ ରିଲିଜ ହୋଇଥିବାବେଳେ ଦୁଇ ଦିନରେ ଏହା କେଜିଏଫ ୨, ବାହୁବଳୀ ଭଳି ବଡ ବଡ ଫିଲ୍ମର ରେକର୍ଡ ଭାଙ୍ଗିଛି ।
ପଠାନ ଓପନିଂ ଡେ'ରେ ବକ୍ସ ଅଫିସରେ ସବୁଠୁ ଅଧିକ ଆୟ ଅର୍ଜନକାରୀ ଭାରତୀୟ ସିନେମା ତାଲିକାରେ ଷଷ୍ଠ ସ୍ଥାନରେ ପହଞ୍ଚିଛି । ପଠାନ ପୂର୍ବରୁ ଗତବର୍ଷ ମାର୍ଚ୍ଚ ୨୫ରେ ରିଲିଜ ହୋଇଥିବା ସାଉଥ ଫିଲ୍ମ RRR ୨୨୩ କୋଟି, ବାହୁବଳୀ-2 ୨୧୩ କୋଟି, KGF-2 ୧୬୫ କୋଟି, ସାହୁ ୧୨୫ କୋଟି, ରୋବୋଟ-2 ୧୦୬.୭୫ କୋଟି ଟଙ୍କା ଆୟ କରିଥିଲା । KGF-2 ଦୁଇ ଦିନରେ ୧୦୦ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଳୀର ଆୟ ୮୧.୫ କୋଟି ରହିଥିଲା । ହେଲେ ରିଲିଜର ମାତ୍ର ଦୁଇ ଦିନରେ ପଠାନ ବକ୍ସ ଅଫିସରେ ୧୦୬ କୋଟି ଟଙ୍କା ରୋଜଗାର କରିଛି ।
ଗତ ସେପ୍ଟେମ୍ବରରେ ରିଲିଜ ହୋଇଥିବା ରଣବୀର ଓ ଆଲିଆଙ୍କ ବ୍ରହ୍ମାସ୍ତ୍ର ୭୫ କୋଟି ଟଙ୍କା କଲେକ୍ସନ କରିଥିବାବେଳେ ହ୍ରିତିକ ରୋଶନ ଓ ଟାଇଗରଙ୍କ ୱାର ୭୪ କୋଟି ଟଙ୍କା ଆୟ କରିଥିଲା । ୟସରାଜ ପ୍ରଡକ୍ସନ ଦ୍ବାରା ନିର୍ମିତ ଫିଲ୍ମ ମଧ୍ୟରେ ୱାର ସବୁଠୁ ଅଧିକ ଆୟ ଅର୍ଜନକାରୀ ସିନେମା ଭାବେ ରହିଥିଲା । ଏହି ଫିଲ୍ମ ପ୍ରଥମ ଦିନରେ ୫୩.୩୫ କୋଟି ରୋଜଗାର କରିଥିଲା । ଏହାପରେ ସଲମାନ ଖାନଙ୍କ ଟାଇଗର ଜିନ୍ଦା ହୈ ୩୪.୧୦ କୋଟି ଓ ଏକ ଥା ଟାଇଗର ୩୨.୯୩ କୋଟି ଲିଷ୍ଟରେ ସାମିଲ ଥିଲେ । ହେଲେ ଶାହରୁଖ ଖାନଙ୍କ ପଠନ ସବୁ ରେକର୍ଡ ଭାଙ୍ଗି ପ୍ରଥମ ଦିନରେ ୫୭ କୋଟି କଲେକ୍ସନ କରିଛି ।
ଏହାମଧ୍ୟ ପଢନ୍ତୁ: ଛାତିରେ ଅସହ୍ୟ ଯନ୍ତ୍ରଣା ପାଇଁ ହସ୍ପିଟାଲରେ ଭର୍ତ୍ତି ଅନୁ କପୁର
ରିଲିଜ୍ ପୂର୍ବରୁ ଶାହରୁଖ ଖାନଙ୍କ ପଠାନ ଫିଲ୍ମ ବିବାଦ ଭିତରେ ଛନ୍ଦି ହୋଇଥିଲା । ଫିଲ୍ମର ପ୍ରଥମ ଗୀତ ‘ବେଶରମ ରଙ୍ଗ’କୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଦୀପିକା ପାଦୁକୋନ ଏହି ଗୀତରେ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ଦେଶରେ ହଙ୍ଗାମା ହୋଇଥିଲା । ଗେରୁଆ ବସ୍ତ୍ର ସାଧୁସନ୍ଥମାନେ ପରିଧାନ କରୁଥିବାରୁ ଏହି ହିନ୍ଦୁ ଭାବନା ପ୍ରତି ଆଘାତ ବୋଲି ଅଭିଯୋଗ ଆସିଥିଲା । ବିଭିନ୍ନ ରାଜନେତା, ସଂଗଠନ ଓ ସାଧୁ ସନ୍ଥମାନେ ମଧ୍ୟ ଏହି ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଥିଲେ । ଏପରିକି ରିଲିଜ ଦିନ ବିଭିନ୍ନ ସ୍ଥାନରେ ପୋଷ୍ଟର ପୋଡାଜଳା କରାଯାଇଥିଲା । ବହୁ ବିବାଦ ପରେ ପରେ ମଧ୍ୟ ପଠାନ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି ।