ETV Bharat / entertainment

Pathaan box office: ତିନି ଦିନରେ ୩୦୦ କୋଟି ଆୟକଲା ପଠାନ - ପଠାନ

ରିଲିଜର ୩ଦିନ ପରେ ବକ୍ସ ଅଫିସରେ ୩୦୦କୋଟି ଆୟ କଲା ଫିଲ୍ମ ପଠାନ । ଅଧିକ ପଢନ୍ତୁ

Pathaan box office
Pathaan box office
author img

By

Published : Jan 28, 2023, 2:15 PM IST

ମୁମ୍ବାଇ: ରିଲିଜ ହେବା ପରେ ହଲରେ ଧମାଲ ମଚାଉଛି ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ପଠାନ। ରିଲିଜର ପ୍ରଥମ ଦିନରୁ ଦର୍ଶକ ଫିଲ୍ମଟିକୁ ବେଶ ପ୍ରଶଂସା କରୁଛନ୍ତି । ଗତ ବୁଧବାର କିଙ୍ଗ ଖାନଙ୍କ ପଠାନ ଫିଲ୍ମ ରିଲିଜ ହୋଇଥିବା ବେଳେ ତିନି ଦିନରେ ୩ଶହ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ରେକର୍ଡ କରିଛି । ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ବଡ ପରଦାରେ ନଜର ଆସିଥିବାରୁ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଏନେଇ ଫିଲ୍ମ ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟ୍ବିଟ କରି କହିଛନ୍ତି ଯେ , "ଫିଲ୍ମ ପଠାନ ଓ୍ବାଲ୍ଡ ଓ୍ବାଇଡ ବକ୍ସ ଅଫିସରେ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି ।"

  • #Pathaan crosses ₹ 300 Crs Gross at the WW Box office in 3 days.. 🔥

    — Ramesh Bala (@rameshlaus) January 28, 2023 " class="align-text-top noRightClick twitterSection" data=" ">

ଫିଲ୍ମ ପଠାନ ରିଲିଜର ପ୍ରଥମ ଦିନରେ ୧୦୦କୋଟି ଆୟ କରିଥିବା ବେଳେ ଦ୍ବତୀୟ ଦିନରେ ୨୩୫ କୋଟି ଆୟ କରିଥିବା କୁହାଯାଉଥିଲା । ଯାହା ତୃତୀୟ ଦିନରେ ଓ୍ବାଲ୍ଡ ଓ୍ବାଇଡ ୩ଶହ କୋଟି ଅତିକ୍ରମ କରିଛି । ଫିଲ୍ମଟି ରିଲିଜ ହେବା ପୂର୍ବୁର ବେସରମ ଗୀତକୁ ନେଇ ବିବାଦକୁ ଆସିଥିଲା । ବିବାଦ ପରେ ବି ଦର୍ଶକମାନେ ଫିଲ୍ମଟିକୁ ବେଶ ପସନ୍ଦ କରୁଛନ୍ତି ।

ଦୀର୍ଘ ୪ ବର୍ଷ ପରେ ବଲିଉଡର କିଙ୍ଗ୍‌ ଖାନ ଶାହରୁଖ ପଠାନ ଫିଲ୍ମ ଜରିଆରେ ବଡ ପରଦାରେ କମ୍‌ବ୍ୟାକ କରିଛନ୍ତି । ୟସ୍‌ରାଜ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହିତ ଜନ ଆବ୍ରାହିମ୍ ଅଭିନୟ କରିଛନ୍ତି । ତେବେ ପଠାନର ଟିଜର ଓ ବେଶରମ୍ ରଙ୍ଗ ଗୀତ ରିଲିଜ ପରେ ଦେଶବ୍ୟାପୀ ବିବାଦ ମୁଣ୍ଡ ଟେକିଥିଲା । ବିଭିନ୍ନ ସ୍ଥାନରେ ଫିଲ୍ମ ବ୍ୟାନ କରିବାକୁ ଦାବି ହୋଇଥିଲା । କିନ୍ତୁ ରିଲିଜ ପରେ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ହାସଲ କରିଚାଲିଛି ପଠାନ । ୨୫୦ କୋଟି ଟଙ୍କା ବଜେଟରେ 'ପଠାନ' ପ୍ରସ୍ତୁତ କରାଯାଇଛି ଏବଂ ଫିଲ୍ମଟି ବକ୍ସ ଅଫିସରେ ଭଲ କାମ କରିବ ବୋଲି ଆଶା କରାଯାଉଥିବା ବେଳେ ତାହା ସତ ପ୍ରତିପାଦିତ ହୋଇଛି ।

ଯେତେବେଳେ ଏହି ଫିଲ୍ମର ପ୍ରଥମ ଗୀତ ବେସରମ ରିଲିଜ ହୋଇଥିଲା ସେତେବେଳେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଏକ ଗୀତ ‘ଝୁମେ ଜୋ ପଠାନ’ ମୁକ୍ତିଲାଭ କରିଥିଲା । ବିବାଦ ଭିତରେ ବି ପ୍ରଶଂସକମାନେ ଏହି ଗୀତକୁ ଖୁବ୍‌ ପସନ୍ଦ କରିଥିଲେ । ଏହାପରେ ଫିଲ୍ମର ଟ୍ରେଲର ରିଲିଜ ପରେ ଗତ ୨୫ ତାରିଖରେ ଫିଲ୍ମ ରିଲିଜ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.