ETV Bharat / entertainment

Parineeti-Raghav Wedding: ସାତ ଜନ୍ମର ସାଥି ହେବେ ପରିଣୀତି-ରାଘବ, ନଜର ପକାନ୍ତୁ ବିବାହ ସୂଚୀ - ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ ସାଂସଦ ରାଘବ ଚଢା । ତେବେ କଣ ରହିଛି ବିବାହ ସୂଚୀରେ ନଜର ପକାନ୍ତୁ

Parineeti Chopra-Raghav Chadha wedding
Parineeti Chopra-Raghav Chadha wedding
author img

By ETV Bharat Odisha Team

Published : Sep 24, 2023, 11:59 AM IST

ହାଇଦ୍ରାବାଦ: ସଫଳ ହେବ ପ୍ରେମ । ଆଉ ମାତ୍ର କିଛି ସମୟର ଅପେକ୍ଷା । ସାତଫେରା ନେଇ ସାତ ଜନ୍ମର ସାଥି ହେବେ ବଲିଉଡ ସୁନ୍ଦରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ପରିବାର ପରିଜନ ମଧ୍ୟ ଉପସ୍ଥିତ ହୋଇଛନ୍ତି । ଦୁହିଁଙ୍କ ବିବାହର ସାକ୍ଷୀ ରହିବ ରାଜସ୍ଛାନର ଲୀଲା ପ୍ୟାଲେସ । ରାଜନୀତିଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ ସମସ୍ତ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଏହି ବିଗ୍ ଫ୍ୟାଟ୍ ପଞ୍ଜାବୀ ବିବାହରେ ଯୋଗ ଦେବେ ନେଇ ସୂଚନା ରହିଛି। ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ମୋବାଇଲ ଫୋନରେ ଷ୍ଟିକରିଂ ବ୍ୟବସ୍ଥା କରାଯାଇଛି।

ବିବାହ ସୂଚୀ:

ତେବେ ଅପରାହ୍ନରେ ବିବାହ ଆରମ୍ଭ ହେବା ନେଇ କାର୍ଯ୍ୟକ୍ରମ ରହିଥିବା ବେଳେ ବିବାହ ମଣ୍ଡପରୁ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସନ୍ଧ୍ୟା 4ଟାରେ ବିବାହ ଆରମ୍ଭ ହେବା ନେଇ ଲଗ୍ନ ଧାର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟା 6ଟା 30 ମିନିଟରେ ବିଦାୟୀ ଆରମ୍ଭ ହେବ । ଏହାସହ ଲିଲି ପ୍ୟାଲେସରେ ରାତି 8ଟା 30 ମିନିଟରୁ ଆରମ୍ଭ ହେବ ରିସେପସନ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ରାଜସ୍ଥାନୀ ଶୈଳୀରେ ଲୀଲା ପ୍ୟାଲେସରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରାଯାଉଛି ।

ବରଯାତ୍ରୀ ଏବଂ ଜୟମାଳା କାର୍ଯ୍ୟକ୍ରମ: ଦ୍ବିପହର 1ଟା ସମୟରେ ଆପ ସାସଂଦ ରାଘବ ଚଢାଙ୍କ ସେହେରାବାନ୍ଧି ସେରେମୋନି ଆରମ୍ଭ ହେବ । ଏହାପରେ ଆରମ୍ଭ ହେବ ବରଯାତ୍ରୀ । ଡଙ୍ଗାରେ ଯାତ୍ରା କରି ବିବାହ ମଣ୍ଡବରେ ପହଞ୍ଚିବେ ରାଘବ । ଏହାପରେ ଅପରାହ୍ନ 3ଟା ସମୟରେ ଜୟମାଳା ପରିବର୍ତ୍ତନ ହେବା ସହିତ ସାତଫେରା ନେଇ ସାତଜନ୍ମର ସାଥି ହେବେ ପରୀ ଏବଂ ରାଘବ । ସନ୍ଧ୍ୟା 6ଟା 30 ମିନିଟ ସୁଦ୍ଧା ଫେରା ସହିତ ବିଦାୟୀ ଶେଷ ହେବ ।

ଲୀଲା ପ୍ୟାଲେସରେ ରିସେପସନ: ବାବାହ ସହିତ ବିଦାୟୀ ସରିବା ପରେ ରାତିରେ ଅନୁଷ୍ଠିତ ହେବ ରିସେପସନ ପାର୍ଟି । ଲୀଲା ପ୍ୟାଲେସରେ ରାତି 8ଟା 30ରୁ ରିସେପସନ ଆରମ୍ଭ ହେବାକୁ ଥିବା ବେଳେ ପରିବାର ପରିଜନ, ଅନେକ ଷ୍ଟାର ଏବା ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହା ମଧ୍ୟ ପଢନ୍ତୁ: Parineeti Chopra-Raghav Chadha wedding: ଚୁଡା ସେରିମନିରୁ ଆରମ୍ଭ ହେଲା ପରିଣୀତି-ରାଘବଙ୍କ ବିବାହ ରୀତିନୀତି

ଶନିବାର ହୋଇଥିଲା ହଳଦୀ, ସଙ୍ଗୀତ: ଶନିବାର ପରିଣୀତିଙ୍କ ଚୁଡା ସେରିମନି ହୋଇଥିଲା। ଏହି ସମାରୋହ ଲୀଲା ପ୍ୟାଲେସର ମହାରାଜା ସୁଇଟରେ କରାଯାଇଥିଲା । ପରିଣୀତିଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଏଥିରେ ଭାଗ ନେଇଥିଲେ । ଏହାପରେ ହଳଦୀ ସେରିମନି ହୋଇଥିଲାଲ । ପଞ୍ଜାବୀ ଡ୍ୟାନ୍ସରେ ଝୁମିଥିଲେ ପରିବାର ସଦସ୍ୟ । ରାତ୍ରୀ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା ।

ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି ନାମୀଦାମୀ ବ୍ୟକ୍ତିତ୍ବ: ଆଜିର ବିବାହ କାର୍ଯ୍ୟକ୍ରମରେ ଅନେକ କଳାକାରଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ନାମୀଦାମୀ ବ୍ୟକ୍ତିତ୍ବ ଯୋଗ ଦେଇପାରନ୍ତି । ପ୍ରସିଦ୍ଧ ଫେସନ ଡିଜାଇନର ମନିଷ ମାଲହୋତ୍ରା ଏବଂ ଫିଲ୍ମ ନିର୍ମାତା କରନ ଜୋହର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଅଭିନେତା ଅକ୍ଷୟ କୁମାରେ କୌଣସି କାରଣ ବଶତଃ ଯୋଗ ଦେଇପାରିବେ ନାହିଁ ବୋଲି ଜଣାପଡିଛି। ତେବେ ରିସେପସନରେ ପରିଣୀତିଙ୍କ ସମ୍ପର୍କୀୟ, ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କହି ରଖୁଛିକି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ପଞ୍ଜାବ ମୁଖମନ୍ତ୍ରୀ ଭଗଓ୍ବାନ୍ତ ମାନ ମଧ୍ୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.