ETV Bharat / entertainment

କୋଲକାତା ପୋଲିସ ବିରୋଧରେ ହାଇକୋର୍ଟ ଗଲେ ପରେଶ ରାଓ୍ବାଲ

ବଙ୍ଗାଳିଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ବିବିଦରେ ଛନ୍ଦି ହୋଇଛନ୍ତି ପରେଶ ରାଓ୍ବାଲ । ତେବେ ଆଜି କୋଲକାତା ପୋଲିସ ବିରେଧରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 1, 2023, 12:16 PM IST

ହାଇକୋର୍ଟ ଗଲେ ପରେଶ ରାଓ୍ବାଲ
ହାଇକୋର୍ଟ ଗଲେ ପରେଶ ରାଓ୍ବାଲ

କୋଲକାତା: ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତାରୁ ବିଜେପିର ପ୍ରଚାରକ ସାଜିଥିବା ପରେଶ ରାୱଲ । ତେବେ ଆଜି ସେ କୋଲକାତା ପୋଲିସ ବିରୋଧରେ ପଶ୍ଚିମବଙ୍ଗ ହାଇକୋର୍ଟର ଦାରସ୍ଥ ହୋଇଛନ୍ତି । ବଙ୍ଗାଳୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ପରେଶ ରାଓ୍ଵଲ ବିରୋଧରେ ମାମଲା ଦାଖଲ କରିଥିଲା ପୋଲିସ । ଫେବୃଆରୀ ୨ ତାରିଖରେ କୋଲକାତା ହାଇକୋର୍ଟର ଜଷ୍ଟିସ ରାଜ ଶେଖର ମନଥା ଏହି ଘଟଣା ଉପରେ ଶୁଣାଣି କରିବେ । ପରେଶ ରାୱଲକୁ କୋଲକାତା ପୋଲିସ ତରଫରୁ ସମନ ଜାରି କରାଯାଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ ।

ପ୍ରକାଶଯୋଗ୍ୟ ଯେ, ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ପରେଶ ରାଓ୍ବଲ କହିଥିଲେ, " ଗ୍ୟାସ ସିଲିଣ୍ଡରର ଦର ଅଧିକା ରହିଛି କିନ୍ତୁ ଦର କମିଯିବ । ଲୋକ ରୋଜଗାର ମଧ୍ୟ ପାଇବେ । କିନ୍ତୁ ଦିଲ୍ଲୀ ଭଳି ଆପଣଙ୍କ ଚାରିପାଖରେ ଯଦି ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାମାନେ ରହିବେ ତାହାଲେ କଣ ହେବ ? ଆପଣ ଗ୍ୟାସ ସିଲିଣ୍ଡରକୁ ନେଇ କଣ କରିବେ ? କଣ ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବେ ?"

ଏହା ମଧ୍ୟ ପଢନ୍ତୁ: ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା ବୟାନ ପଡିଲା ଭାରି, ପରେଶଙ୍କ ନାଁରେ ଏତଲା

ତେବେ ପରେଶ ପରେଶ ରାଓ୍ବଲଙ୍କ ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ହଙ୍ଗାମା ହୋଇଥିଲା । ଏହାସହ ଟ୍ରୋଲର ମଧ୍ୟ ଶିକାର ହୋଇଥିଲେ ସେ । ଏହାପରେ ପରେଶ ରାଓ୍ବାଲ କ୍ଷମା ମାଗିଥିଲେ । ଭେଟେରାନ ଆକ୍ଟର ଟ୍ବିଟକରି କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ, "ବଙ୍ଗାଳୀଙ୍କ ସହ ମୋର ଅସନ୍ତୋଷ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ପାଇଁ ଥିଲା । ଯଦି ମୋ ଟିପ୍ପଣୀରେ କାହାକୁ ଆଘାତ ଲାଗିଛି ତେବେ ମୁଁ କ୍ଷମା ମାଗୁଛି ।" ତେବେ କ୍ଷମା ମାଗିବା ସତ୍ତ୍ବେ ମଧ୍ୟ ପରେଶ ରାଓ୍ବଲଙ୍କ ବିରୋଧରେ ମାମଲା ଦାଖଲ କରାଯାଇଥିଲା । ଭାରତୀୟ ପେନାଲ କୋର୍ଡ ୧୫୩,୧୫୩A, 153B, 504 ଏବଂ ୫୦୫ ଅନୁଯାୟୀ ମାମଲା ଦାଖଲ କରାଯାଇଥିଲା । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବଙ୍ଗାଳୀ ଟିପ୍ପଣୀକୁ ନେଇ ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ, ନୋଟିସ୍‌ ଜାରି କଲା କୋଲକତା ପୋଲିସ୍‌

ସିପିଆଇ(ଏମ୍) ନେତା ମହମ୍ମଦ ସଲିମ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଥିଲେ,"ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରେଶ ରାୱଲଙ୍କ ଭାଷଣର ଭିଡିଓ ଦେଖିଛି । ପରେଶ ରାୱଲ ଏକ ସର୍ବସାଧାରଣ ପ୍ଲାଟଫର୍ମରେ ତାଙ୍କ ଭାଷଣ ମାଧ୍ୟମରେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହ ସେ ବଙ୍ଗାଳୀ ତଥା ଦେଶର ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟକୁ ନଷ୍ଟ କରୁଛନ୍ତି । ଅଭିନେତାଙ୍କ ବିବୃତ୍ତି ହେତୁ ପ୍ରବାସୀ ବଙ୍ଗୀୟମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ତଦନ୍ତ କରାଯାଇ ପରେଶଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ତେବେ ଏହାରି ଭିତରେ କୋଲକାତା ପୋଲିସ, ପରେଶ ରାଓ୍ବଲଙ୍କୁ ସମନ ଜାରି କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଆଜି ସେ କୋଲକାତା ପୋଲିସ ବିରୋଧରେ ପଶ୍ଚିମବଙ୍ଗ ହାଇକୋର୍ଟର ଦାରସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.