ETV Bharat / entertainment

'ପାରାସାଇଟ' ଅଭିନେତା ଲି ସୁନ-କ୍ୟୁନଙ୍କ ଦେହାନ୍ତ, କାରରୁ ମିଳିଲା ମୃତଦେହ - ପାରାସାଇଟ ଫେମ ଅଭିନେତା ଲି ସନ କ୍ୟୁନ

Parasite Star Lee Sun-Kyun Passes Away: ଓସ୍କାର ବିଜେତା ଚଳଚ୍ଚିତ୍ର 'ପାରାସାଇଟ' ତାଙ୍କ ଭୂମିକା ପାଇଁ ଜଣାଶୁଣା ସାଉଥ କୋରିଆର ଲୋକପ୍ରିୟ ଅଭିନେତା ଲି ସନ-କ୍ୟୁନଙ୍କ ବୁଧବାର ଦେହାନ୍ତ ହୋଇଛି । ପୋଲିସ ସୂଚନା ଅନୁସାରେ, ଏକ କାରରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

'ପାରାସାଇଟ' ଅଭିନେତା ଲି ସୁନ-କ୍ୟୁନଙ୍କ ଦେହାନ୍ତ, କାରରୁ ମୃତଦେହ ମିଳିଥିବା ନେଇ ପୋଲିସର ସୂଚନା

author img

By ETV Bharat Odisha Team

Published : Dec 27, 2023, 11:03 AM IST

ସିଓଲ(ସାଉଥ କୋରିଆ): 'ପାରାସାଇଟ୍‌' ତାଙ୍କ ଭୂମିକା ପାଇଁ ଜଣାଶୁଣା ଦକ୍ଷିଣ କୋରିଆର ଲୋକପ୍ରିୟ ଅଭିନେତା ଲି ସନ-କ୍ୟୁନଙ୍କ ନିଧନ । ରିପୋର୍ଟ ଅନୁସାରେ, ଅଭିନେତା ଏକ ଅଜ୍ଞାତ ସ୍ଥାନରେ କାରରେ ବେହୋସ ସ୍ଥିତିରେ ଉଦ୍ଧାର ହୋଇଥିଲେ । ବର୍ତ୍ତମାନ ସାଉଥ୍‌ କୋରିଆ ପୋଲିସ ଅଭିନେତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ପୋଲିସ କହିବା ଅନୁସାରେ, ବୁଧବାର(ଡିସେମ୍ବର ୨୭) ସେଣ୍ଟ୍ରାଲ୍‌ ସିଓଲ ପାର୍କରେ ଏକା କାରରେ ଅଭିନେତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସାଉଥ୍‌ କୋରିଆର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୂର୍ବରୁ ପୋଲିସ ଲିଙ୍କ୍‌ ଖୋଜୁଥିଲା । କାରଣ ତାଙ୍କର ଏକ ସୁସାଇଡ ନୋଟ୍ ମିଳିଥିଲା । ଯାହାକୁ ନେଇ ପରକିବାର ଲୋକେ ପୋଲିସର ଜଣାଇଥିଲେ । ଏହି ଖବର ପାଇବା ପରେ ପୋଲିସ ଅଭିନେତାଙ୍କୁ ଖୋଜୁଥିଲା । ପରେ ଜଣେ ବ୍ୟକ୍ତିଙ୍କୁ ସିଓଲ ପାର୍କରେ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ଲି ବୋଲି ଚିହ୍ନଟ କରିଥିଲା । ଏବଂ ଅଭିନେତାଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ସେହି କାର୍‌ର ସିଟରୁ କୋଇଲା ଖଣ୍ଡ ମଧ୍ୟ ମିଳିଛି ।

ଲି 'ପାରାସାଇଟ' ଫିଲ୍ମରେ ନିଜ ଭୂମିକା ପାଇଁ ବେଶ ଜଣାଶୁଣା । ଯେଉଁଥିରେ ସେ ଜଣେ ଧନୀ ପରିବାରର ବ୍ୟକ୍ତି ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ସେ ସମାନ ଫିଲ୍ମରେ ତାଙ୍କ ଭୂମିକା ପାଇଁ ମୋଶନ ଫିକ୍ଚର କାଷ୍ଟ ପାଇଁ ସ୍କ୍ରିନ ଆକ୍ଟର୍ସଗିଲ୍ଡ ପୁରସ୍କାର ଲାଭ କରିଥିଲେ । ଏଥିସହ ସେ ଗତ ବର୍ଷ ବିଜ୍ଞାନ-ଫାଇ ଥ୍ରୀଲର ଡା. ବ୍ରେନରେ ତାଙ୍କର ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଅନ୍ତରାଷ୍ଟ୍ରୀୟ ଏମି ପୁରସ୍କାର ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ୨୩ରେ ଅଫେରା ରାଇଜକୁ ବାହୁଡିଗଲେ ପ୍ରିୟ କଳାକାର, ଛାଡିଗଲେ ଅଭିନୟର ଛାପ

ବିଦେଶରେ 'ପାରାସାଇଟ୍‌' ଫିଲ୍ମରେ ଖ୍ୟାତି ଅର୍ଜନ କରିବା ପୂର୍ବରୁ ସେ ସାଉଥ୍‌ କୋରିଆର ଜଣେ ପରିଚିତ ବ୍ୟକ୍ତି ଥିଲେ । ସେ ଏକ ଲୋକପ୍ରିୟ ଡ୍ରାମା ଧାରାବାହିକ କଫି ପ୍ରିନ୍ସ (୨୦୦୭)ରେ ଦମଦରା ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଏହା ତାଙ୍କୁ ସତନ୍ତ୍ର ପରିଚୟ ଦେବା ସହ ଲୋକପ୍ରିୟତା ଦେଇଥିଲା । ପରେ ସେ ମେଡିକାଲ ଡ୍ରାମା ବିହାଇଣ୍ଡ ଦ ହ୍ବାଇଟ୍‌ ଟାୱର (୨୦୧୦), ମାଇ ମିଷ୍ଟର(୨୦୧୮) ଭଳି ସିରିଜରେ ଦମଦାର ଅଭିନୟ କରି ବେଶ ସଫଳତା ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.