ମୁମ୍ବାଇ: ଶ୍ବେତା ତିୱାରୀଙ୍କ ଝିଅ ପଲକ ତିୱାରୀ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫୋଲର୍ସ ଥିବା ଷ୍ଟାର କିଡ୍ସଙ୍କ ମଧ୍ୟରୁ ଜଣେ । ପଲକ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କା ଜାନରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ସେ ସଲମାନଙ୍କ ଫିଲ୍ମ ସେଟ୍ ବିଷୟରେ ଏକ ଖୁଲାସା କରିଛନ୍ତି । ସେଟ୍ରେ ଝିଅମାନଙ୍କ ପାଇଁ ଥିବା ଡ୍ରେସିଂ ନିୟମ ସହ ନିୟମ ପଛର କାରଣ ମଧ୍ୟ କହିଛନ୍ତି ପଲକ ।
- " class="align-text-top noRightClick twitterSection" data="
">
ନିକଟରେ ପଲକ ଏକ ସାକ୍ଷାତକାରରେ ଅଭିନେତ୍ରୀ ପଲକ ତିୱାରୀ ସଲମାନଙ୍କ ଫିଲ୍ମ ସେଟ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି, "ସେଟ୍ରେ ଝିଅମାନେ କିପରି ପୋଷାକ ପିନ୍ଧିବେ ସେନେଇ ସଲମାନଙ୍କ ନିୟମ ରହିଛି ।" ତେବେ ସେ କେବଳ ନିୟମ ନୁହେଁ ବରଂ ସେହି ନିୟମ ପଛର କାରଣ ମଧ୍ୟ କହିଛନ୍ତି । ପଲକ କହିଛନ୍ତି, "ଯେତେବେଳେ ମୁଁ ସଲମାନ ସାରଙ୍କ ସହ' ଶେଷ ଦ ଫାଇନାଲ୍ ଟ୍ରୁଥ୍'ରେ ଆଡ୍ କରୁଥିଲି। ସେତେବେଳେ ମୁଁ ଏ ବିଷୟରେ ଜାଣିବାକୁ ପାଇଥିଲି। ମୁଁ ଭାବୁନାହିଁ ଯେ ଅନେକ ଲୋକ ଏହା ଜାଣଥିବେ।"
ପଲକ ତିୱାରୀ ଆହୁରି ମଧ୍ୟ କହିଛନ୍ତି, " ସଲମାନ କୁହନ୍ତି, ସର୍ବଦା ଝିଅମାନେ ସୁରକ୍ଷିତ ରହିବା ଦରକାର। ଏଣୁ ମୋ ସେଟରେ ପ୍ରତ୍ୟେକ ଝିଅଙ୍କ ପାଇଁ ସମସ୍ତ ସୁବିଧା ରହୁ। ସମସ୍ତ ଝିଅମାନଙ୍କ ପାଇଁ ଭଲ ପୋଷାକ ରହୁ। ଯେଉଁଥିରେ ସେ ସଂପୂର୍ଣ୍ଣ ପରିପୂର୍ଣ୍ଣ ହୋଇ ରହୁଥିବେ।" ତେବେ ଏହି ନିୟମ ପଛର କାରଣ ପ୍ରକାଶ କରି ପଲକ କହିଛନ୍ତି, "ସଲମାନ ଜଣେ ପାରମ୍ପରାବାଦୀ । ଅବଶ୍ୟ, ସେ କହୁଥିଲେ ତୁମେ ଯାହା ଚାହଁ ତାହା ପିନ୍ଧି ପାର। କିନ୍ତୁ ସମସ୍ତ ଲୋକଙ୍କ ଚିନ୍ତାଧାରା ଏବଂ ମାନସିକତା ସମାନ ନୁହଁ। ଏଣୁ ସେ ଚାହାଁନ୍ତି ଯେ, ଝିଅମାନେ ସର୍ବଦା ସୁରକ୍ଷିତ ରହିବା ଉଚିତ।"
ସୂଚନା ଥାଉ କି, ଅଭିନେତ୍ରୀ ପଲକ ତିୱାରୀ ଏକ ବ୍ରାଣ୍ଡ ବିଜ୍ଞାପନ ପରେ ବିଜଲି ବିଜଲି ଗୀତରେ ନିଜ ଅଭିନୟ ଯାଦୁରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଯାହା ତାଙ୍କୁ ଏକ ନୂତନ ପରିଚୟ ଦେଇଥିଲା । ଏହା ପରେ ତାଙ୍କୁ ବର୍ତ୍ତମାନ ବଲିଉଡରେ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିବାକୁ ସୁଯୋଗ ମିଳିଛି। ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ' ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ କାମ କରୁନାହାଁନ୍ତି । ଏହାପୂର୍ବରୁ ସେ ତାଙ୍କ ସହ 'ଅନ୍ତିମ: ଦି ଫାଇନାଲ୍ ଟ୍ରୁଥ୍'ରେ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଫିଲ୍ମ 'କିସି କା ଭାଇ କିସି କି ଜାନ' ଏପ୍ରିଲ 21 ଇଦ୍ରେ ରିଲିଜ ହେବ ।