ETV Bharat / entertainment

Happy Onam: ସାଉଥରୁ ବଲିଉଡ, ଫ୍ୟାନ୍ସଙ୍କୁ ଓନମର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - ଶିଳ୍ପା ସେଟ୍ଟୀ

ଆଜି ସାଉଥରେ ଉତ୍ସବର ମାହୋଲ। ଓନମ ପର୍ବକୁ ଲୋକେ ଧୁମଧାମରେ ପାଳନ କରୁଛନ୍ତି। ତେବେ ଏହି ଅବସରରେ ସାଉଥରୁ ଆରମ୍ଭ କରି ବଲିଉଡ ଯାଏଁ ସମସ୍ତ ସେଲିବ୍ରିଟି ଏହି ପର୍ବକୁ ପାଳନ କରିବା ସହ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...

Happy Onam: ସାଉଥରୁ ବଲିଉଡ, ଫ୍ୟାନ୍ସଙ୍କୁ ଓନମର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

author img

By ETV Bharat Odisha Team

Published : Aug 29, 2023, 8:01 PM IST

ହାଇଦ୍ରାବାଦ: ଆଜି ଅଗଷ୍ଟ 29 ତାରିଖ ସାଉଥରେ ଓନମ ପର୍ବକୁ ଧୁମଧାମରେ ପାଳନ କରାଯାଏ। ଏହି ପର୍ବକୁ ଦିପାବଳୀ ପର୍ବ ପରି ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ସାଉଥ କଳାକାରଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ଯାଏଁ ସମସ୍ତେ ଏହି ପର୍ବକୁ ପାଳନ କରିବା ସହ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ସଲମାନ ଦୁଲେକର, ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ରଶ୍ମିକା ମନ୍ଦନା, ଏବଂ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ମଲାଇକା ଅରୋରା, କାଜୋଲ, ଅଭିନେତା ଅଭିଷେକ ବଚ୍ଚନ ପ୍ରମୁଖ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି।

ଅଲ୍ଲୁ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଓନମର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ସାଉଥ ଅଭିନେତା ଦୁଲେକର ସଲମାନ, ମୋହନ ଲାଲ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଛନ୍ତି। କେବଳ ଏତିକି ନୁହେଁ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା, ତମନ୍ନା ଭାଟ୍ଟିଆ ବି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେପଟେ ବଲିଉଡରୁ ମଧ୍ୟ ଛୁଟିଛି ଶୁଭେଚ୍ଛାର ସୁଅ। ଅଭିନେତ୍ରୀ ମଲାଇକା ଅରୋରା ନିଜ ଘରେ ପାଳନ କରିଥିବା ଓନମ ପର୍ବର ଫଟୋ ସେୟାର କରିଛନ୍ତି। ମଲାଇକାଙ୍କ ଏହି ପୋଷ୍ଟରେ ଫରହା ଖାନ , ଶ୍ବେତା ବଚ୍ଚନ ପ୍ରତିକ୍ରିୟାରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଶିଲ୍ପା ସେଟ୍ଟୀ ଏବଂ କାଜୋଲ ମଧ୍ୟ ଏହି ଦିନରେ ଫ୍ୟାନ୍ସଙ୍କ ଶୁଭକାମନା ଜଣାଇଛନ୍ତି। ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି।

  • Wishing a joyous Onam to all celebrating. May the colours and traditions of this vibrant festival fill your hearts with happiness and unity.

    — Abhishek 𝐁𝐚𝐜𝐡𝐜𝐡𝐚𝐧 (@juniorbachchan) August 29, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: 3 ମାସରେ ବଦଳିଗଲା ବଲିଉଡର ଭାଗ୍ୟ, 7ଟି ଫିଲ୍ମ କଲା ବମ୍ପର କଲେକ୍ସନ୍‌

ଓନମ ପର୍ବ କ'ଣ?

ଓନମ ହେଉଛି କେରଳ ରାଜ୍ୟରେ ପାଳିତ ହେଉଥିବା ଏକ ପର୍ବ । ଏହା ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଓ ମହାବଳୀର ସ୍ମୃତି ବହନ କରୁଥିବା ପର୍ବ । ଏହି ପର୍ବକୁ ଅଗଷ୍ଟ-ସେପ୍ଟେମ୍ବର ମାସରେ ଦଶଦିନ ବ୍ୟାପି ପାଳନ କରାଯାଇଥାଏ । ଏହି ପର୍ବରେ ମହିଳା ଏବଂ ଝିଅମାନେ ନାଚ ଗୀତରେ ମଗ୍ନ ଥିବାବେଳେ ପୁରୁଷମାନେ ପହଁରିବା ଓ ନୌକାଚାଳନା ପ୍ରତିଯୋଗିତା କରିଥାନ୍ତି । ଏହି ପର୍ବଟି କେରଳରେ ଓ ସାରାଭାରତରେ ବିଶେଷ କରି ମାଲାୟାଲୀଙ୍କ ଦ୍ବାରା ପାଳିତ ହୋଇଥାଏ । ତେବେ ବିଶ୍ବାସ ରହିଛି ମହାରାଜା ବଳୀ ଏହିଦିନ କେରଳବାସୀଙ୍କୁ ଆର୍ଶୀବାଦ ଦେବା ପାଇଁ ପାତାଳପୁରକୁ ଆସିଥାନ୍ତି । ତେବେ ଏହି ପର୍ବ ଅବସରରେ ଘର ଅଗଣାକୁ ବିଭିନ୍ନ ପ୍ରକାର ମୁରୁଜ ଓ ଫୁଲରେ ସଜାଯାଇଥାଏ । ଏଥିସହ ପାରମ୍ପରିକ ବ୍ୟଞ୍ଜନ ଘିଅ ଭାତ, ଡାଲି, ପାମ୍ପଡ, ସମ୍ବର, ରସମ, ଥୋରନ, ଅବୟିଲ ଆଦି ପ୍ରସ୍ତୁତ କରାଯାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.