ମୁମ୍ବାଇ: ବଲିଉଡର 'ଗଙ୍ଗୁବାଇ' ଆଲିଆ ଭଟ୍ଟ ଆଜି 30 ବର୍ଷରେ ପାଦ ଥାପିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଆଲିଆ ହିନ୍ଦୀ ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ଶାଶୁ ନୀତୁ କପୁରଙ୍କ ସମେତ ପରିବାର ସଦସ୍ୟ ଏବଂ ଆଲିଆଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଲିଆଙ୍କ ନିଖୁଣ ଅଭିନୟ ପାଇଁ ତାଙ୍କ ପ୍ରତିଟି ଫିଲ୍ମ ଅଧିକ ହିଟ୍ ହେବା ସହ ବେଶ ଲୋକପ୍ରିୟତା ସାଉଁଟିପାରିଛି ଏବଂ ତାଙ୍କୁ ମଧ୍ୟ ସଫଳ ଅଭିନେତ୍ରୀ ଭାବେ ପରିଚିତ କରାଇଛି । ସୋସିଆଲ ମିଡିଆରେ ଆଲିଆଙ୍କ ପ୍ରଶଂସକ ମଧ୍ୟ ବହୁତ ଅଧିକ ଥିବା ବେଳେ ତାଙ୍କ ଚଳଚ୍ଚିତ୍ରକୁ ମଧ୍ୟ ବେଶ ପସନ୍ଦ କରଥାନ୍ତି ଲୋକେ । ଅଭିନେତ୍ରୀଙ୍କୁ ଜନ୍ମଦିନରେ ତାଙ୍କ ଫ୍ୟାନମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହାରି ମଧ୍ୟରେ ଶାଶୁ ନୀତୁ କପୁର ସୋସିଆଲ ମିଡିଆରେ ନିଜ ଏକମାତ୍ର ବୋହୂ ଆଲିଆ ଭଟ୍ଟଙ୍କୁ ଜନ୍ମଦିନର ଶୁଭେଚ୍ଛା ସହ ତାଙ୍କୁ ଆଶୀର୍ବାଦ ଦେଇଥିବା ଦେଖିବାକୁ ମିଳିଛି । ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନୀତୁ କପୁର ଆଲିଆଙ୍କ ଏକ ଫଟୋ ସେୟାର କରି `ହାପି ବର୍ଥ ଡେ ବୋହୂରାନୀ' ବୋଲି ଲେଖିଛନ୍ତି ।
ଆଲିଆ`Student of the year' ଫିଲ୍ମରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ବେଶ ଲୋକପ୍ରିୟତା ହାସଲ କରିିବା ସହ ସଫଳ ଅଭିନେତ୍ରୀ ଭାବେ ପରିଚିତ ହୋଇଥିଲେ । ତାପରେ 2014ରେ `Humpty sharma ki dhulhania'ରେ, ଏବଂ 2017ରେ `Badrinath ki Dulhania' ବରୁଣ ଧୱନଙ୍କ ବିପକ୍ଷରେ ନଜର ଆସିଥିଲେ ଆଲିଆ । 2015ରେ `Shanndar', 2019ରେ `Gully boy' ଏବଂ `Kalank' ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ପରେ 2022ରେ ରିଲିଜ କରିଥିବା ଫିଲ୍ମ `ଗାଙ୍ଗୁବାଇ କାଠିଆୱାଡି' ବକ୍ସ ଅଫିସରେ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ । ଏଥିସହ ଏହି ଫିଲ୍ମ ସଫଳତା ହାସଲ କରିବା ସହ ଆଲିଆଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ପରେ ରଣବୀର ଏବଂ ଆଲିଆଙ୍କ ଅଭିନୀତ ଫିଲ୍ମ `ବ୍ରହ୍ମାସ୍ତ୍ର' ରିଲିଜ ହୋଇଥିଲା । ଏହା ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇଥିଲା । ବିବାହ ପରେ ଏହି ଫିଲ୍ମ ଉଭୟଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ।
ସୂଚନା ଥାଉ କି, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ 3ରୁ 4ବର୍ଷର ସମ୍ପର୍କ ପରେ 2022 ମସିହା ଏପ୍ରିଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର 2 ମାସ ପରେ ଆଲିଆ ଗର୍ଭବତୀ ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ପରେ ଆଲିଆ ନଭେମ୍ବର 6ରେ ଝିଅ `ରାହା'କୁ ଜନ୍ମ ଦେଇଥିଲେ । ତେବେ ବର୍ତ୍ତମାନ ରଣବୀର ଏବଂ ଝିଅ `ରାହା'ଙ୍କ ସହ ସୁଖମୟ ଜୀବନ ବିତାଉଛନ୍ତି ଆଲିଆ ।