ETV Bharat / entertainment

Mann Ki Baat: କୋଳିଳ କଣ୍ଠୀ ଓ ବିସ୍ମିଲା ଖାନଙ୍କୁ ମନେ ପକାଇଲେ ମୋଦି

author img

By

Published : Feb 26, 2023, 6:00 PM IST

ରବିବାର 98ତମ ମନ କି ବାତ କାର୍ଯ୍ୟକ୍ରମରେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବଂ ଉସତାଦ ବିସ୍ମିଲା ଖାନଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ମୋଦି କଣ କହିଲେ ।

ମନ କି ବାତରେ ଲତା ମଙ୍ଗେସକର, ବିସ୍ମିଲା ଖାଁଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ: ଆଜି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 98ତମ ମନ କି ବାତ କାର୍ଯ୍ୟକ୍ରମ । ଏଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବଂ ଉସତାଦ ବିସ୍ମିଲା ଖାନଙ୍କୁ ମନେ ପକାଇଲେ ମୋଦି । ଏଥିସହ ଏକତା ଦିବସରେ ହୋଇଥିବା 3 ପ୍ରତିଯୋଗିତାର ବିଜେତାଙ୍କ ନାଁ ଘୋଷଣା କରି ଅନେକ ବିଷୟରେ ଆଲୋଚନା କରିଥିଲେ ।

ବିଜେତାଙ୍କ ନାଁ ଘୋଷଣା କରି ପ୍ରଥମେ ମୋଦି କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସରେ ଆମେ 'ମନ କି ବାତ'ରେ ଦେଶଭକ୍ତି ଗୀତ, ଲୋରୀ ଏବଂ ରଙ୍ଗୋଲି ଆଦି 3ଟି ପ୍ରତିଯୋଗିତା ବିଷୟରେ କହିଥିଲୁ । ଯେଉଁଥିରେ ଦେଶର 700ରୁ ଅଧିକ ଜିଲ୍ଲାର 5ଲକ୍ଷ ଲୋକ ଭାଗ ନେଇଥିଲେ । ତେବେ ସମସ୍ତ ପ୍ରତିଯୋଗୀଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ସେ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ, ‘‘ଆଜିର ଦିନରେ ମୋତେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କଥା ମନେ ପଡିବା ସ୍ବାଭାବିକ କଥା । କାରଣ ଯେଉଁଦିନ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ସେହି ଦିନ ଲତା ଦିଦି ଟ୍ବିଟ କରି ଦେଶବାସୀଙ୍କୁ ଏହି ପ୍ରତିଯୋଗିତାରେ ସାମିଲ ହେବାକୁ ଆହ୍ବାନ କରିଥିଲେ ।’’

ସେହିପରି ମୋଦି ଉସତାଦ ବିସ୍ମିଲା ଖାନଙ୍କୁ ମନେ ପକାଇ କହିଥିଲେ ଯେ, ସମୟ ସହିତ କିଛି ଶାସ୍ତ୍ରୀୟ ସଙ୍ଗୀତ ବାଦ୍ୟଯନ୍ତ୍ରର ଲୋକପ୍ରିୟତା କିପରି କମ ହୋଇଛି । ସେ ଜୟୋଦୀପ ମୁଖାର୍ଜୀ ବଳି ବାଦକର ପାଳନପୋଷଣ କରିଥିଲେ । ଯିଏ କିଛି ଦିନ ପୂର୍ବେ 'ଉସତାଦ ବିସ୍ମିଲା ଖାନ ୟୁବ ପୁରସ୍କାର' ସମ୍ମାନିତ ହୋଇଥିଲେ । ତେବେ ଏହି ପୁରସ୍କାର ସଙ୍ଗୀତ ଏବଂ କଳା ପ୍ରଦର୍ଶନ କ୍ଷେତ୍ରରେ ପ୍ରତିଭାଶାଳୀ କଳାକାରଙ୍କୁ ଦିଆଯାଇଥାଏ ।

ଏଥିସହ ମୋଦି ଆହୁରି ମଧ୍ୟ କହିଛନ୍ତି, ବନାରସର କଥା ହେଉ ଅବା ଅବା ଉସତାଦ ବିସ୍ମିଲା ଖାନଙ୍କ କଥା ହେଉ । କିଛି ଦିନ ପୂର୍ବେ 'ଉସତାଦ ବିସ୍ମିଲା ଖାନ ୟୁବ ପୁରସ୍କାର' ପ୍ରଦାନ କରାଯାଇଥିଲା । ଏଣୁ ମୋର ଧ୍ୟାନ ସେ ଉପରେ ଯିବା ସ୍ବାଭାବିକ କଥା । ଏହି ପୁରସ୍କାର ସଙ୍ଗୀତ ଏବଂ କଳା ପ୍ରଦର୍ଶନ କ୍ଷେତ୍ରରେ ପ୍ରତିଭାଶାଳୀ କଳାକାରଙ୍କୁ ଦିଆଯାଇଥିଲା ।

ସୂଚନା ଥାଉକି, ଆଜି ମନକି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଛନ୍ତି । ତାଙ୍କ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଫଳରେ କମଳାଙ୍କୁ ଆଜି ସାରା ଦେଶ ଚିହ୍ନି ପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.