ETV Bharat / entertainment

Lipsa Mishra Marriage: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା ମିଶ୍ର - ବାହା ହେଲେ ଅଭିନେତ୍ରୀ ଲିପ୍ସା ମିଶ୍ର

ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲବୁଲି ଓଲିଉଡ୍‌ ଅଭିନେତ୍ରୀ ଲିପ୍ସା ମିଶ୍ର । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ କଲେ ବିବାହ । ସାମିଲ ହେଲେ ବହୁ ଓଲିଉଡ଼ । ଅଧିକ ପଢନ୍ତୁ,

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍‌ ଅଭିନେତ୍ରୀ ଲିପ୍ସା ମିଶ୍ର

author img

By

Published : Feb 28, 2023, 12:19 PM IST

Updated : Mar 1, 2023, 12:25 PM IST

Lipsa Mishra Marriage

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ନାୟିକା ଲିପ୍ସା ମିଶ୍ର । ନିଜର ଚୁଲବୁଲି ଅନ୍ଦାଜର ଅଭିନୟରେ ଲୋକଙ୍କ ମନ ଜିତିଥିବା ଅଭିନେତ୍ରୀ ଲିପ୍ସା ଶେଷରେ ବଧୂ ସାଜିଛନ୍ତି । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ଜୀବନସାଥି କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ଼ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ ।

ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ସହ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ଡପରେ ଲିପ୍ସାଙ୍କର ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ କାର୍ଯ୍ୟକ୍ରମରେ ଓଲିଉଡ୍‌ଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିବାହରେ ବଲିଉଡ଼ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ ବଧୂ ରୂପରେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ ଲିପ୍ସା । ସେହିପରି ଆକାଶ ଏକ କ୍ରିମ୍‌ ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ବିବାହ ମଣ୍ଡପରେ ଉଭୟଙ୍କ ଯୋଡ଼ି ବେଶ୍ ଝଟକିଥିଲା ।

ସୂଚନା ଅନୁସାରେ, ଲିପ୍ସା ମିଶ୍ର ଓଲିଓଡ଼ର ଜଣେ ଜଣାଶୁଣା ଓ ଆଗଧାଡିର ଅଭିନେତ୍ରୀ ହୋଇଥିବା ବେଳେ ଟିଭି ପରଦାରେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ସର୍ବଦା ଦର୍ଶକଙ୍କ ମନ ଜିତିଥିବା ବେଳେ ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି । ସେ ରିଲ ଲାଇଫରେ ଅନେକ ଥର ବାହା ହୋଇଥିବାବେଳେ ଆଜି ରିଅଲ ଲାଇଫରେ ହାତକୁ ଦି' ହାତ ହୋଇଛନ୍ତି । ଆକାଶ ଜଣେ ଯୁବ ଇଞ୍ଜିନିୟର ହୋଇଥିବା ବେଳେ ମାର୍କେଟିଂରେ ଏମ୍‌ବିଏ କରି ନିଜ ପାରିବାରିକ ବ୍ୟବସାୟର ଦେଖାଶୁଣା କରୁଛନ୍ତି ।

ଲିପ୍ସାଙ୍କ ବିବାହରେ ଓଲିଉଡର ଜଣାଶୁଣା କଳାକାର ଭୂମିକା, ପୁପିନ୍ଦର, ସମ୍ବିତ, ଅର୍ଦ୍ଧେନ୍ଦୁ ଓ ପ୍ରିୟଙ୍କା ପାଣିଗ୍ରାହୀଙ୍କ ଭଳି ଅନେକ କଳାକାରମାନେ ଯୋଗ ଦେଇ ଲିପ୍ସାଙ୍କୁ ନୂଆ ଜୀବନଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଲିପ୍ସା ନିଜ ବିବାହକୁ ନେଇ ବେଶ ଖୁସିଥିବା ସହ ସେ କହିଛନ୍ତି, ''ସବୁ ଝିଅଙ୍କର ସ୍ବପ୍ନ ଥାଏ ବିବାହ କରିବି ଓ ଗୋଟେ ଜୀବନସାଥୀ ପାଇବି । ମୋର ଆଜି ମୋର ସ୍ବପ୍ନ ପୂରଣ ହୋଇଛି । ଏଥିପାଇଁ ମୁଁ ବହୁତ ଖୁସି ଅଛି । ଯେଭଳି ଆପଣମାନେ ମୋ ସିରିଏଲ ଓ ସିନେମାକୁ ଭଲପାଇବା ଦେଇଛନ୍ତି ସେହିଭଳି ମୋ ନୂଆ ଯାତ୍ରା ପାଇଁ ଆର୍ଶୀବାଦ କରନ୍ତୁ ।''

ସୂଚନାଥାଉ କି, ଅଭିନେତ୍ରୀ ଲିପ୍ସା “ବିଗ୍ ବ୍ରେକ୍” ନାମକ ଏକ ରିଏଲିଟି ସୋ'ରେ ଅଂଶଗ୍ରହଣକାରୀ ଭାବରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ତରଙ୍ଗ ଟିଭିରେ “କିଚି ଲୁହ ପିଇଯାଏ ଓଠ” ମାଧ୍ୟମରେ ଟେଲିଭିଜନ ଜଗତରେ ପାଦ ଦେଇଥିଲେ । ପରେ ପରେ ଜି ସାର୍ଥକରେ ପ୍ରସାରିତ ଟେଲିଭିଜନ ଶୋ’ ତୋ ଅଗଣାର ତୁଳସୀ ମୁଁରେ ତୁଳସୀ ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ଏଥିସହ ଲିପ୍ସା ଓଡିଆ, ଛତିଶଗଡୀ ଏବଂ ହିନ୍ଦୀ ଭାଷାରେ 50ରୁ ଅଧିକ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ମ୍ୟୁଜିକ୍ ଭିଡିଓ କରିଛନ୍ତି ।

ସେ ସମ୍ମାନଜନକ ଓଡିଶା ରାଜ୍ୟ ପୁରସ୍କାର ସମେତ ଅଭିନେତ୍ରୀ ଭାବରେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି । ଫିଲ୍ମ ମଧ୍ୟରେ 2015ରେ ପିଲାଟା ବିଗିଡିଗାଲା, ମାୟା ଓ 2016ରେ ସମୟ ବଡ଼ ବଳବାନ୍, 2018ରେ ଟୋକାଟା ଫସିଗଲା, 4 ଇଡିଅଟ୍ସ , 2019ରେ ରାଣୀ, 2020ରେ ଅଦୃଶ୍ୟମ୍, 2021ରେ ଅର୍ଦ୍ଧାଙ୍ଗିନୀ ଭଳି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 1, 2023, 12:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.