ହାଇଦ୍ରାବାଦ: ସାଉଥ୍ର ପାଓ୍ବର ଷ୍ଟାର ପୱନ କଲ୍ୟାଣ ଆଜି ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ପୱନ କଲ୍ୟାଣଙ୍କ ଆଗାମୀ ଚଳଚ୍ଚିତ୍ର OG ର ଫାଷ୍ଟ ଲୁକ୍ ଟିଜର ରିଲିଜ୍ କରାଯାଇଛି । ଫିଲ୍ମର ଟିଜର ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସ୍ତର ବୃଦ୍ଧି ପାଇଛି । ଓଜି ଟିଜରରେ ପୱନ କଲ୍ୟାଣଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳୁଛି । ପୱନ କଲ୍ୟାଣଙ୍କୁ ଶେଷ ଥର ପାଇଁ 'ବ୍ରୋ'ରେ ଦେଖିବାକୁ ମିଳିଥିଲା, ଯାହା ପ୍ରଶଂସକଙ୍କ ଆଶା ପୂରଣ କରିନଥିଲା । ଏଭଳି ସ୍ଥିତିରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଟିଜରରୁ ଆଶା କରୁଛନ୍ତି ଯେ ସେ ଶୀଘ୍ର ଏକ ହିଟ୍ ଫିଲ୍ମ ଦେବେ ବୋଲି ।
- " class="align-text-top noRightClick twitterSection" data="">
ଏହାପୂର୍ବରୁ ନିର୍ମାତାମାନେ ଦେ କଲ୍ ହିମ OG ର ପୋଷ୍ଟର ରିଲିଜ କରିଥିଲେ। ଅଗଷ୍ଟ 28 ରେ ପ୍ରକାଶିତ ପୋଷ୍ଟରରେ ଗୋଟିଏ ହାତ ନଜର ଆସିଥିଲା, ଯେଉଁଥିରେ ଏକ ଡ୍ରାଗନ୍ ଟାଟୁ ଦେଖିବାକୁ ମିଳିଥିଲା, ଯେଉଁଥିରେ ଚାଇନାର ପାଠ ମଧ୍ୟ ଲେଖାଯାଇଥିଲା । ପୋଷ୍ଟରରେ ତାଙ୍କ ହାତରେ ବନ୍ଧୁକ ମଧ୍ୟ ଦେଖାଯାଉଥିଲା। ପୋଷ୍ଟର ସେୟାର କରି ପ୍ରଡକ୍ସନ୍ ହାଉସ୍ ଲେଖିଥିଲା, "କୌଣସି ଫାଷ୍ଟ ଲୁକ୍ ନାହିଁ ... ଭିଜୁଆଲ୍ ଏବଂ ବିଜିଏମ୍ ସହିତ ଏକ ଏଡ୍ରେନାଲାଇନ୍ ପ୍ରତିଯୋଗିତା କରିବାକୁ ଚାହୁଁଥିଲା। ଆସନ୍ତୁ 2 ସେପ୍ଟେମ୍ବରରେ 'ହଙ୍ଗରୀ ଚିତା'କୁ ଅପେକ୍ଷା କରିବା । ଆପଣଙ୍କର ସ୍କ୍ରିନ୍ ଏବଂ ୱୁଫର୍ ପ୍ରସ୍ତୁତ ରଖନ୍ତୁ" ।
ଏହା ମଧ୍ୟ ପଢନ୍ତୁ: Pawan Kalyan B’day: ଅଭିନୟ ସହ ରାଜନୀତିରେ ବି ମାହିର ସାଉଥ୍ ଷ୍ଟାର ପୱନ କଲ୍ୟାଣ
ଉଲ୍ଲେଖନୀୟ ଯେ, ପୱନ କଲ୍ୟାଣ ଏହି ଚଳଚ୍ଚିତ୍ରରେ ଓଜସ୍ ନାମକ ଜଣେ ଗ୍ୟାଙ୍ଗଷ୍ଟରର ଚରିତ୍ରରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସୁଜିତ । ଏହି ଚଳଚ୍ଚିତ୍ରରେ ପୱନ କଲ୍ୟାଣଙ୍କ ସହ ପ୍ରିୟଙ୍କା ଅରୁଲମୋହନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଇମ୍ରାନ ହାସମୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ପୱନ କଲ୍ୟାଣ ଅଭିନୟ କରିବାର 26 ବର୍ଷରୁ ଅଧିକ ସମୟ ବିତିଗଲାଣି । ଏହି ସମୟ ମଧ୍ୟରେ ସେ ଜଣେ ମୁଖ୍ୟ ଅଭିନେତା ଭାବରେ 25ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ପୱନ କଲ୍ୟାଣ ମଧ୍ୟ ଅନେକ ଟିଭି ବିଜ୍ଞାପନର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି । ସେ ସାଉଥ ସିନେମାର ପ୍ରଥମ ଅଭିନେତା ଯିଏ ପେପସିର ପ୍ରଥମ ବିଜ୍ଞାପନ କରିଥିଲେ । ଜଣେ ଉଜ୍ଜ୍ୱଳ ଅଭିନେତା ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ରାଜନେତା ମଧ୍ୟ ଅଟନ୍ତି ।
ପୱନ କଲ୍ୟାଣ 2008 ମସିହାରୁ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି। ସେ ତାଙ୍କ ଭାଇ ଚିରଞ୍ଜୀବୀଙ୍କ ପ୍ରଜା ରାଜ୍ୟମ୍ ପାର୍ଟିରେ ଦୀର୍ଘ ଦିନ ଧରି କାମ କରିଥିଲେ। ଏହା ପରେ ପୱନ କଲ୍ୟାଣ ନିଜର ଏକ ଦଳ ଗଠନ କରିଥିଲେ। ପୱନ କଲ୍ୟାଣଙ୍କ ରାଜନୈତିକ ଦଳର ନାମ ହେଉଛି ଜନସେନା ପାର୍ଟି। ସେ 2014 ରେ ଏହି ଦଳ ଗଠନ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ସକ୍ରିୟ ଅଛନ୍ତି।