ଭୁବନେଶ୍ବର: ଆସନ୍ତାକାଲି ୭୦ଟଙ୍କାରେ ମିଳିବ ଓଡ଼ିଆ ଫିଲ୍ମ ଟିକେଟ । ପ୍ରେମରେ ରିସ୍କ ହେଲା ମୋତେ ଇସ୍କ ଫିଲ୍ମ ଆସନ୍ତାକାଲି ସାରା ଓଡ଼ିଶାରେ ରିଲିଜ୍ ହେବାକୁ ଥିବା ବେଳେ ୭୦ ଟଙ୍କାରେ ଫିଲ୍ମ ଟିକେଟ ମିଳିବ ବୋଲି ଫିଲ୍ମର ପ୍ରଯୋଜକ ଘୋଷଣା କରିଛନ୍ତି । ତେବେ ଓଡିଆ ସିନେମା ଶିଳ୍ପ ଧିରେ ଧିରେ ମୁଣ୍ଡ ଟେକି ଛିଡା ହେଉଥିବା ବେଳେ ଏବେବି ଓଡିଶାରେ ଓଡିଆ ସିନେମା ପାଇଁ ମିଳୁନି ହଲ । ଏହି କାରଣରୁ ଅକ୍ଟୋବର ୯ ତାରିଖରେ ରିଲିଜ ହେବାକୁ ଥିବା ଚଳଚ୍ଚିତ୍ର ପ୍ରେମରେ ରିସ୍କ ହେଲା ମତେ ଇସ୍କ ନୟାଗଡର ଓଡଗାଁର ଏକ ସରକାରୀ କଲ୍ଯାଣୀ ମଣ୍ଡପରେ ସିନେମା ତାର ପ୍ରିମିୟର କରିସାରିଛି ।
ଲୋକମାନେ ୭୦ ଟଙ୍କାରେ ଟିକଟ କିଣି ସିନେମା ଦେଖଥିଲେ । ଆଉ ଭରପୁର ମଜା ଉଠାଇବା ସହ ଓଡିଆ ସିନେମାକୁ ବେଶ ଭଲପାଇବା ମିଳିଥିଲା । ତେଣୁ ଏହି ଭଲପାଇବାକୁ ନେଇ ପୁଣି ଥରେ ସାରା ଓଡିଶାରେ ଏହି ସିନେମା ରିଲିଜ ହେବ । ଆଉ ଆସନ୍ତାକାଲି ପରଦାକୁ ଆସିବ ପ୍ରେମର ରିସ୍କ ହେଲା ମତେ ଇସ୍କ । ଆଉ ଭୁବନେଶ୍ବରର ବିଭିନ୍ନ ହଲରେ ଏହି ଓଡିଆ ଚଳଚ୍ଚିତ୍ରଟି ରିଲିଜ ହେବାକୁ ଥିବାବେଳେ ଟିକେଟ ଦାମ ରହିବ ମାତ୍ର ଶହେରୁ ଦେଢ ସହ ଟଙ୍କା । ଅର୍ଥାତ 20 ପ୍ରତିଶତ କାଟରେ ଦଶକଙ୍କୁ ସିନେମା ଦେଖିବାକୁ ଦେବ ପ୍ରଡକସନ୍ ସଂସ୍ଥା।
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ସିନେମା ଇତିହାସରେ ପ୍ରଥମ: ହଲ୍ ମିଳିଲାନି, କଲ୍ୟାଣ ମଣ୍ଡପରେ ଫିଲ୍ମ ରିଲିଜ
ଶ୍ରେୟା ଓ ମହାରାଜା ପରି ହଲରେ ସିନେମା ଟିକଟର ଦାମ 70 ଟଙ୍କା ରହିଥିବା ବେଳେ ସିନେ ପଲିସରେ ବେଶୀ ହେଲେ ମାତ୍ର ଶହେରୁ ଦେଢ ଶହ ଟଙ୍କାରେ ଦେଖି ପାରିବେ ସିନେମା । ୟୁଏସ ମୋସନ ପିକଚର୍ସ ବ୍ଯାନରରେ ପ୍ରସ୍ତୁତ ସିନେମାଟି ଏକ ନିଚ୍ଛକ ପ୍ରେମ କହାଣୀ ଉପରେ ହୋଇଛି । ଯେଉଁଥିରେ ମୂଖ୍ୟ ଚରିତ୍ରରେ ଶୈଳେନ୍ଦ୍ର ଓ ଦିବ୍ଯା ନଜର ଆସିବେ । ଉମେଶ ସାହୁ ସଞ୍ଜୟ ପାତ୍ର ସିନେମାର ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଡକ୍ଟର ରାଜନୀରଂଜନ ।
ଏହା ମଧ୍ୟ ପଢନ୍ତୁ: ଖୁବ୍ଶୀଘ୍ର ପରଦାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର ମାୟାବିନୀ
ସଞ୍ଜୟ ସିତୁ ଏହାର ଗୀତ ରଚନା କରିଥିବା ବେଳେ କେ ମୁରଲୀ କୃଷ୍ନା ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି । ତେବେ ସିନେମାଟି ପରିସ୍ଥିତିରେ ପଡି ପଛେ ହେଉ ଯେଉଁ ନିଆରା ଢଙ୍ଗରେ ନିଜର ପ୍ରଥମ ପ୍ରିମିୟର ଓ ପ୍ରମୋସନ କଲା ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତେଣୁ କିଛି ବି ହେଉ ଏହି ଧାରାରେ ଓଡିଆ ସିନେମା ତାର ପରିବତ୍ତର୍ନକୁ ଯଦି ଜାରି ରଖିବ ତେବେ ପ୍ରତିଟି ସିନେମା ଭଲ ହେବ । ଆଉ ପୁଣି ଦର୍ଶକ ଓଡିଆ ସିନେମା ପ୍ରତି ଆକୃଷ୍ଟ ହେବେ ।
![ପ୍ରେମରେ ରିସ୍କ ହେଲା ମୋତେ ଇସ୍କ](https://etvbharatimages.akamaized.net/etvbharat/prod-images/_13102022164543_1310f_1665659743_378.jpg)
ଓଡ଼ିଶାରେ ବିଭିନ୍ନ ହଲ୍ ବନ୍ଦ୍ ହୋଇଯାଇଥିବା ବେଳେ ହିନ୍ଦୀ ଫିଲ୍ମ କୁ ବେଶୀ ଗୁରୁତ୍ବ ମିଳୁଛି ଓଡ଼ିଶାରେ । ଓଡ଼ିଆ ଦର୍ଶକ ମାନେ ମୁଁହ ଫେରାଉଛନ୍ତି ଓଡ଼ିଆ ଫିଲ୍ମ ରୁ । ତେଣୁ ଏହି ଫିଲ୍ମର ପ୍ରତିଟି ମେମ୍ବର ସବୁ ଜିଲ୍ଲା ର ସବୁ ଗାଆଁ କୁ ଯାଇ ନିଜ ଫିଲ୍ମର ପ୍ରମୋସନ୍ କରିବା ସହ ରିଲିଜ୍ କରିବାର ଲକ୍ଷ୍ୟ ରଖିଛନ୍ତି । ଯାହା ଫଳରେ ଓଡିଶାବାସୀ ଓଡ଼ିଆ ଫିଲ୍ମ ଦେଖିବାକୁ ଆସିବେ ଏବଂ ପୁଣି ଓଡିଆ ଫିଲ୍ମ ଆଗ ଭଳି ସମସ୍ତଙ୍କ ପସନ୍ଦ ଆସିବ । ଅନ୍ୟପଟେ ସିନେମା ଟି ବେଶ ଭଲ ହୋଇଥିବା ବେଳେ ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି ପ୍ରଯୋଜକ କହିଥିବା ବେଳେ ଦେଖିସାରିବା ପରେ ଭଲ ନ ଲାଗିଲେ ଟିକେଟ ର ୨୦ ପ୍ରତିଶତ ପଇସା ଫେରାଇବେ ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର