ETV Bharat / entertainment

Phalguna Chaitra: ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' ଟିଜର ରିଲିଜ, ବିଶ୍ବସ୍ତରରେ ରିଲିଜ ହେବ ଫିଲ୍ମ - ଫାଲଗୁନ ଚୈତ୍ର

ମେ 12ରେ ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' । ଆଜି ଫିଲ୍ମର ଟିଜର ହୋଇଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ ଫିଲ୍ମର ଟିଜର ସହ ଫିଲ୍ମ ରିଲିଜ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' ଟିଜର ରିଲିଜ, ସାରା ବିଶ୍ବରେ ରିଲିଜ ହେବ ଫିଲ୍ମ

author img

By

Published : May 4, 2023, 4:30 PM IST

ଭୁବନେଶ୍ବର: ବିଶ୍ବସ୍ତରରେ ରିଲିଜ୍‌ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' । ଓଡ଼ିଶା ସମେତ ଏହି ଫିଲ୍ମ ପ୍ରଥମ ଥର ପାଇଁ ସାରା ବିଶ୍ବରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଦମନ ଏବଂ ଏଡିୟୁ ଗୋଦାର ଭଳି ଓଡ଼ିଆ ଫିଲ୍ମର ଜାତୀୟ ସ୍ତରରେ ସଫଳତା ପରେ 'ଫାଲଗୁନ ଚୈତ୍ର' ଫିଲ୍ମ ବର୍ତ୍ତମାନ ବିଶ୍ବସ୍ତରରେ ରିଲିଜ କରିବ । ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ ଫିଲ୍ମର ଟିଜର ସହ ଫିଲ୍ମ ରିଲିଜ ନେଇ ସୂଚନା ଦେଇଛନ୍ତି।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ଫିଲ୍ମର ଟିଜର ସହ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲ୍ମର ଟିଜର ସହ ଫିଲ୍ମ ରିଲିଜ ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' ମେ 12 ରେ ରିଲିଜ ହେବ। ଯାହାର ଟିଜର ଆଜି ରିଲିଜ ହୋଇଛି । ଓଡ଼ିଆ ଫିଲ୍ମ 'ଫାଲଗୁନ ଚୈତ୍ର' ମେ 12ରେ ଓଡ଼ିଆ ସିନେମା ହଲ୍‌ ବ୍ୟତୀତ ଭାରତର ଅନେକ ରାଜ୍ୟରେ ରିଲିଜ ହେବ । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ସାରା ବିଶ୍ବରେ ଏହି ଫିଲ୍ମ ରିଲିଜ କରିବ ।

ଏଥିସହ ସେ ଏହା ମଧ୍ୟ ଲେଖିଛନ୍ତି, ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ସିଂହ ଓ ଶିଶିର କୁମାର ସାହୁ । ଶକ୍ତି ଜଗଦେବ ପ୍ରଯୋଜନା କରିଥିବା ବେଳେ ଏଥିରେ ସହ ପ୍ରଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ୍।

ସୂଚନା ଥାଉ କି, ତେବେ ଫିଲ୍ମର କାହାଣୀ ସୁଲଗ୍ନା ମହାନ୍ତି ରଚନା କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ। ଏବଂ ଫିଲ୍ମରେ ପାର୍ଥସାରଥୀ ରାୟ, ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଏଥିରେ ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ବତୀ ବସୁ, ପ୍ରଣବ ପ୍ରସନ୍ନ, ମନୀଷା ମଞ୍ଜରୀ, ଓ ଚନ୍ଦନ ବିଶ୍ବାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

ଏଥିସହ ଫିଲ୍ମରେ 5ଟି ଗୀତ ରହିଛି । ଟାଇଟଲ ଗୀତ ରହିଛି 'ଫାଲଗୁନ ଚୈତ୍ର'। ଏହା ବ୍ୟତୀତ 'ସ୍ମତି ବୁଣିଯାଏ ଜୀବନ', 'ଖୋଜି ଯାଏରେ', 'ସଖା' ଓ 'ପରିଚୟ' ଗୀତ ରହିଛି। ଏବେ ୟୁଟ୍ୟୁବରେ 'ସ୍ମୃତି ବୁଣିଯାଏ ଜୀବନ' ଏବଂ 'ପରିଚୟ' 2ଟି ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଫିଲ୍ମଟି ମଧ୍ୟ ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିବ ବୋଳି ଆଶା କରାଯାଉଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଏକ ସୁନ୍ଦର ଲଭଷ୍ଟୋରୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ । ଫିଲ୍ମରେ ନାୟିକା ଜଣେ ଆର୍କିଟେକ୍‌ଚର ଏବଂ ନାୟକ ଜଣେ ଇଣ୍ଟେରିୟର ଡେକୋରେଟର । ଉଭୟ ଏକାଠି କାମ କରିବା ବେଳେ ପ୍ରେମରେ ପଡ଼ନ୍ତି । ହେଲେ ପରବର୍ତ୍ତୀ ସମୟରେ ଏମିତି ଘଟଣା ଘଟେ ଯାହା ଉଭୟଙ୍କ ଜୀବନର ମୋଡ଼ ବଦଳାଇଦିଏ । ତେବେ ମୌଳିକ ଓଡ଼ିଆ କାହାଣୀ ଏବଂ ସୁନ୍ଦର ପ୍ରେମ କାହାଣୀକୁ ଫିଲ୍ମରେ ଦର୍ଶାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.