ଭୁବନେଶ୍ବର: ସିନେମା ମାୟାଦର୍ପଣ ପ୍ରଥମେ ହିନ୍ଦୀ ଭାଷାରେ ଭାରତର ୪୧ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଭୁବନେଶ୍ବରରେ ସହିଦନଗରର ଆଇନକ୍ସ ହଲରେ ଏହାର ପ୍ରିମିୟର ହୋଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏହି ଫିଲ୍ମରେ ଦର୍ଶାଯାଇଛି । ତେଣୁ ସିନେମାଟି ସବୁ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁବ ବୋଲି ମେକର୍ସ ଆଶା ରଖିଛନ୍ତି ।
ମା' ହେଉଛି ସ୍ନେହ ଓ ମମତାର ପ୍ରତୀକ । ସେ ତା' ଛୁଆ ପାଇଁ ସାରା ଦୁନିଆ ସହ ଲଢେ। ନିଜେ ହାରି ତାକୁ ଜିତାଏ । ଆଉ ତା' ପାଇଁ ଅନେକ କିଛି ବଳିଦାନ ଦିଏ । ହେଲେ ଶେଷରେ ସେହି ଛୁଆ କିନ୍ତୁ ତା ବଳିଦାନର ମୂଲ୍ୟ ବୁଝେନି । ଯାହା ସେହି ମା'କୁ ସଂପୂର୍ଣ୍ଣ ଭାଙ୍ଗିଦିଏ । ଏଭଳି କିଛି ପାରିବାରିକ ଓ ମାର ତ୍ୟାଗକୁ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ତେଣୁ ସିନେମାଟି ସବୁ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବା ବେଳେ ମା' ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଏହି ସିନେମାରେ ଅଭିନୟ କରିଛନ୍ତି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ନଜର ଆସିଛନ୍ତି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାଜୀବ ମହାନ୍ତି । ରଂଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି । ପ୍ରଥମ ଦିନରେ ଏହି ପାରିବାରିକ ଚଳଚ୍ଚିତ୍ର ଦେଖିବାକୁ ଦଶକଙ୍କ ଭିଡ ଲାଗିଛି ।
ଇଟିଭି ଭାରତ, ଭୁବନେଶ୍ବର