ETV Bharat / entertainment

ଫିଲ୍ମ ପ୍ରାଇଡରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ - ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ ରିଲିଜ

ଫିଲ୍ମ ପ୍ରାଇଡରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ। ଓଡ଼ିଶାର ୧୦ଟି ଜିଲ୍ଲାର ସିନେମାହଲରେ ରିଲିଜ ହୋଇଛି ଫିଲ୍ମ। ଅଧିକ ପଢନ୍ତୁ,

ODIA FILM MANN MUSEUM RELEASED
ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ
author img

By

Published : Mar 24, 2023, 6:31 PM IST

ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ

ଭୁବନେଶ୍ବର: ଓଡିଆ ସିନେପ୍ରମୀଙ୍କ ପାଇଁ ଖୁସି ଖବର। ଫିଲ୍ମ ପ୍ରାଇଡରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ । ଏହି ଫିଲ୍ମ ଆଜି ଓଡ଼ିଶାର ୧୦ଟି ଜିଲ୍ଲାର ସିନେମାହଲରେ ରିଲିଜ ହୋଇଛି। ଧୃବାନନ୍ଦ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହଲିଉଡ଼ ସିନେମା କରିଥିବା ଓଡ଼ିଆ ଅଭିନେତା ନିହାର ନାୟକ ଓ ଉପାସନା ମୁଖ୍ୟ ଭିମିକାରେ ନଜର ଆସିଛନ୍ତି । ତେବେ ଏକ ସୁନ୍ଦର ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ଆଶାବାଦୀ ରହିଛନ୍ତି କଳାକାର ଏବଂ ନିର୍ମାତା ।

ସୂଚନା ଅନୁସାରେ, ଭଲପାଇବାରେ ସ୍ୱାର୍ଥ ନ ଦେଖି କି ଭବିଷ୍ୟତ ବା ବିବାହ ଉପଯୋଗୀ ବୋଲି ନ ଭାବି କେବଳ ଭଲପାଇବାର ସ୍ମୃତିକୁ ଏକ ସୁନ୍ଦର ଉପହାର ଭାବି ମନରେ କିଭଳି ସାଇତି ରଖାଯାଇଛି। ତାହା ଫିଲ୍ମରେ ଦର୍ଶାଯାଇଛି। ତେବେ ଓଡ଼ିଆ ଅଭିନେତା ନିହାର ନାୟକ ଓ ଉପାସନାଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଏଥିସହ ଉପାସନା ଓ ନିହାରଙ୍କ ଛୋଟ ବେଳ ଚରିତ୍ରରେ ନଜର ଆସିଛନ୍ତି ସାୟଲ ମୁଖାର୍ଜୀ ଓ ଅନିମେଷ ଘୋଷ । ଏହି ସିନେମା ସଂଗୀତ ମୋସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ପ୍ରଯୋଜନା ଦେଇଛନ୍ତି ସଂଗୀତ ମହାନ୍ତି । ଶରତ ନାୟକ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ଗୁଡିକ ଶବ୍ଦରେ ସଜାଇଛନ୍ତି ବିଜୟ ମଲ୍ଲ । ଗିରିଶ ମହାନ୍ତିଙ୍କ କୋରିଓଗ୍ରାଫିରେ ସିନେମାର ଗୀତଗୁଡିକ ପ୍ରସ୍ତୁତ ହୋଇଥିବା ବେଳେ ଭରଦ୍ୱାଜ ପଣ୍ଡା କାହାଣୀ ଲେଖିଛନ୍ତି ।

ଫିଲ୍ମର କାହାଣୀ କହିବାକୁ ଗଲେ, ଭଲପାଇବାକୁ ନେଇ ନାୟକ ଜଣଙ୍କ ଏକ ସ୍ମୃତିର ଘର କରିଛନ୍ତି । ଯେଉଁଥିରେ ସେ ସାଇତି ରଖିଛନ୍ତି ପିଲାବେଳୁ ଭଲ ପାଉଥିବା ସ୍କୁଲର ସହପାଠୀ ବା ପ୍ରେମିକାଙ୍କ ଜିନିଷ । ହେୟାର କ୍ଲିପ୍‌ଠାରୁ ଆରମ୍ଭ କରି ପୁରୁଣା ଭଙ୍ଗା ପେନସିଲ, ସ୍କେଲ୍‌ ଭଳି ଅନେକ ଜିନିଷ ସେ ସାଇତି ରଖିଛନ୍ତି । ସେ ଏସବୁ ସ୍ମୃତି ତାଙ୍କୁ ପ୍ରେମକୁ ମନେ ପକାଇଥାଏ । ଯାହାକୁ ସେ କେବେ ଭୁଲିବାକୁ ଚାହାନ୍ତି ନାହିଁ । ଏଥିସହ ବହୁ ବର୍ଷ ପରେ ପୁଣି ଉଭୟ ଏକାଠି ହୋଇଛନ୍ତି । ଏହି ସୁନ୍ଦର ପ୍ରେମ କାହାଣୀଙ୍କୁ ଏଥିରେ ଦର୍ଶାଯାଇଛି। ତେବେ ଏହି ଫିଲ୍ମଟି ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା ରଖିଛନ୍ତି ପ୍ରଯୋଜାନା ସଂସ୍ଥା ଓ କଳାକାର ।

ତେବେ ଅନ୍ୟପଟେ ଓଡ଼ିଆ ସିନେମାର ସଂଜୀବନୀ ସାଜିଥିଵା ଚଳଚ୍ଚିତ୍ର ଦମନ ଓ ପ୍ରତୀକ୍ଷା ଲୋକମାନଙ୍କୁ ଓଡ଼ିଆ ସିନେମା ପ୍ରତି ପୁଣି ଥରେ ଭଲପାଇବା ଫେରାଇ ଥିବା ବେଳେ ଏହି ଫିଲ୍ମ ମଧ୍ୟ ଓଡ଼ିଆ ମୌଳିକ କଥାକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଖାଲି ଭଲ କାହାଣୀ ନାହିଁ ଭଲ କଳାକାର କାହାଣୀକାର ଓ ନିର୍ମାଣକାରୀ ବ୍ୟକ୍ତି ବିଶେଷ ସାମିଲ ରହିଛନ୍ତି । ତେବେ ଆଜି ରିଲିଜ ହୋଇଥିବା ଏହି ସିନେମା ପୁଣି ଥରେ ଓଡ଼ିଆ ଦର୍ଶକଙ୍କ ମନ ଜିତିବା ସହ ଓଡ଼ିଆ ସିନେମା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.