ETV Bharat / entertainment

ଆଗାମୀ ଦିନରେ ୫୦୦ କୋଟିର ଫିଲ୍ମ ଓଡ଼ିଶା କିମ୍ବା ଆସାମରୁ ଆସିପାରେ: ସାଉଥଷ୍ଟାର୍‌

ଓଡ଼ିଆ ଚଳଚ୍ଚିତ୍ର ଦମନ୍ ଏବଂ ପ୍ରତୀକ୍ଷାକୁ ନେଇ ଏବେ ଜାତୀୟ ସ୍ତରରେ ଆରମ୍ଭ ହୋଇଯାଇଛି ଆଲୋଚନା । ଏହି କଥାବାର୍ତ୍ତାର ଏକ ଭିଡିଓ ଭାଇରାଲ ହେଉଥିବାବେଳେ ଅଭିନେତା ମନୋଜ ମିଶ୍ର ଭିଡିଓର କିଛି ଅଂଶକୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଆଗାମୀ ଦିନରେ ୫୦୦ କୋଟିର ଫିଲ୍ମ ଓଡ଼ିଶା କିମ୍ବା ଆସାମରୁ ଆସିପାରେ

author img

By

Published : Dec 14, 2022, 5:34 PM IST

ହାଇଦ୍ରାବାଦ: ‘ଓଡିଶାର ଏକ ନୂଆ ଚଳଚ୍ଚିତ୍ର ବିଷୟରେ ସମସ୍ତେ ଆଲୋଚନା କରୁଛନ୍ତି। ଫିଲ୍ମ ନାଁ ଟି କ’ଣ ମୁଁ ଭୁଲି ଯାଉଛି। ମୁଁ ଏପର୍ଯ୍ୟନ୍ତ ତାହା ଦେଖି ନାହିଁ। କିନ୍ତୁ ପ୍ରଶାନ୍ତ ନୀଲ (Prashant Neel) ମୋତେ ଉକ୍ତ ଫିଲ୍ମ ବିଷୟରେ କହୁଥିଲେ...।’ ଓଡ଼ିଆ ଚଳଚ୍ଚିତ୍ର ‘ଦମନ୍’ ଏବଂ ‘ପ୍ରତୀକ୍ଷା’କୁ ନେଇ ଏବେ ଜାତୀୟ ସ୍ତରରେ ଆରମ୍ଭ ହୋଇଯାଇଛି ଏହିଭଳି ଆଲୋଚନା । ଏହାର ଏକ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓଟି ସିନେ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ‘ପ୍ୟାନ୍‌ ଇଣ୍ଡିଆ ଫିଲ୍ମ ମେକର୍ସ’ (pan-India The Filmmakers) ଆଡ୍ଡା ସମୟର ବୋଲି ଜଣାପଡୁଛି।

ଏହି ବୈଠକରେ ମାଲାୟାଲମ ସିନେମାର ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ପୃଥ୍ବୀରାଜ ସୁକୁମାରନ ଆହୁରି କହିଛନ୍ତି, ଆମେ ଏଠାରେ ବସି ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍‌ ବିଷୟରେ କଥାବାର୍ତ୍ତା କରୁଛୁ । ଯାହା ଜଣାପଡୁଛି, ଆଗାମୀ ଦିନରେ ୫୦୦ କୋଟିର ଚଳଚ୍ଚିତ୍ର ଓଡ଼ିଶା କିମ୍ବା ଆସାମରୁ ବି ଆସିପାରେ । ତେବେ ସେଠାରେ ଉପସ୍ଥିତ ଥିବା ପ୍ରଯୋଜକ ତଥା ଅଭିନେତା କମଲ ହାସନ ମଧ୍ୟ ସକ୍ଷମ ବୋଲି କହିଛନ୍ତି । ଏହି ଆଲୋଚନାର ନିର୍ଦ୍ଦେଶିକା ସ୍ବପ୍ନା ଦତ୍ତ, ଲୋକେଶ କାନାଗୁରଜ, ଏସ୍‌.ଏସ୍‌.ରାଜାମୌଲି, ଗୌତମ ବାସୁଦେବ ମେନନ ପ୍ରମୁଖ ଉପସ୍ଥିତ ଥିଲେ । ଓଲିଉଡ ଅଭିନେତା ମନୋଜ ମିଶ୍ର ଏହି କଥାବାର୍ତ୍ତାର ଏକ ଭିଡିଓର କିଛି ଅଂଶକୁ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

  • " class="align-text-top noRightClick twitterSection" data="">

ଉଲ୍ଲେଖଯୋଗ୍ୟ, ୨୦୨୨ରେ ଦମନ, ପ୍ରତୀକ୍ଷା ଭଳି କେତେକ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ଓ ସମ୍ମାନ ଲାଭ କରିଛି । ବହୁ ବଡ଼ ବଡ଼ ବ୍ୟକ୍ତି ବିଶେଷଙ୍କ ମୁହଁରୁ ଏହି ସିନେମା ଦ୍ୱୟକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରଶଂସା ସାଉଁଟି ଚାଲିଛି । ପୋଷ୍ଟରେ ମନୋଜ ମିଶ୍ର ଉଲ୍ଲେଖ କରିଛନ୍ତି, ଖୁସି ଲାଗୁଛି ସିନେମା ଜଗତର ଏତେ ବଡ଼ ବଡ଼ ବ୍ୟକ୍ତିତ୍ୱ ଆମ ଓଡ଼ିଆ ଚଳଚ୍ଚିତ୍ର ବିଷୟରେ କଥା ହେଉଛନ୍ତି ।

କିଛି ଦିନ ପୂର୍ବରୁ ମୁଁ ଯେତେବେଳେ କହୁଥିଲି, ଆମ ଚଳଚ୍ଚିତ୍ର ବି ସାରା ଭାରତରେ ପହଞ୍ଚିବା ଦରକାର । ସେତେବେଳେ କିଛି ଲୋକ ମୋତେ ଉପହାସ କରୁଥିଲେ । କିନ୍ତୁ ‘ଦମନ’ ଚଳଚ୍ଚିତ୍ର କରି ଦେଖେଇ ଦେଲା । ଏବେ ବି କହୁଛି, ବ୍ୟବସାୟକୁ ଭିତ୍ତି କରି ଯଦି ଦେଖିବା ତାହେଲେ ଆମେ ଏବେ ବି ଅନ୍ୟ ରାଜ୍ୟର ସିନେମା ଭଳିଆ ଆମ ଓଡ଼ିଆ ଚଳଚ୍ଚିତ୍ରକୁ ରାଷ୍ଟ୍ରୀୟସ୍ତରରେ ପହଞ୍ଚାଇ ପାରିନାହାନ୍ତି । ତଥାପି ଖୁସି ଲାଗୁଛି ଏତେ ବଡ ନାମିଦାମୀ କଳାକାର ଓଡ଼ିଆ ଫିଲ୍ମ ବାବଦରେ ଆଲୋଚନା କରୁଛନ୍ତି । ତେଣୁ ଆଗାମୀ ଦିନରେ ଭଲ ଫିଲ୍ମ ମୁଖ୍ୟତଃ ବିଷୟବସ୍ତୁ ଭଲ ରହିଲେ ଓଡ଼ିଆ ଲୋକ ନିଶ୍ଚିତ ଦେଖିବେ । ତେଣୁ କ୍ରମାଗତ ଭାବରେ ଆମକୁ ଅତି ଭଲରୁ ଭଲ ଚଳଚ୍ଚିତ୍ର କରି ଦର୍ଶକଙ୍କ ମନ ଜିଣିବାକୁ ପଡ଼ିବ ବୋଲି ମନୋଜ ମିଶ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.