ETV Bharat / entertainment

ସୋନମଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାଶ: ‌ନର୍ସଙ୍କୁ ବାନ୍ଧିଲା ପୁଲିସ, ଅଳଙ୍କାର-ନଗଦ ଟଙ୍କା ଜବତ

ନିକଟ ଅତୀତରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଧିକ ପଢନ୍ତୁ

author img

By

Published : Apr 13, 2022, 6:13 PM IST

ସୋନମଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ: ‌ଦେଖାଶୁଣା ପାଇଁ ଥିବା ନର୍ସଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ଗତକିଛି ତଳେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସୋନମ କପୁର ଓ ଅନନ୍ଦ ଆହୁଜାଙ୍କ ଦିଲ୍ଲୀରେ ଥିବା ଘରୁ 1.40 କୋଟି ମୂଲ୍ୟର ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ନେଇ ଚୋର ଫେରାର ହୋଇଯାଇଥିବା ଖବର ଆସିଥିଲା । ଏହି ମାମଲାରେ ଅଭିନେତ୍ରୀଙ୍କ ଘରର ନର୍ସଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ନର୍ସଙ୍କ ପାଖରୁ ନଗଦ ଏକ ଲକ୍ଷ ଟଙ୍କା ଏବଂ ଅଳଙ୍କାର ଜବତ କରାଯାଇଛି। ଯାହାକୁ ସେ ଫେବୃଆରୀ ମାସରେ ଅଭିନେତ୍ରୀଙ୍କ ଘରୁ ଚୋରି କରିଥିଲେ ।

ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ଅପର୍ଣ୍ଣା ରୁଥ ୱିଲସନ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁଙ୍କ ଯତ୍ନ ନେଉଥିଲେ। ଏଥି ସହିତ, ୱିଲସନଙ୍କ ସ୍ୱାମୀ ନରେଶ କୁମାର ସାଗର ଶକୁରପୁରରେ ଅବସ୍ଥିତ ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିଲେ ।

ସୂଚନାଯୋଗ୍ୟ ଯେ, ଯେତେବେଳେ ସୋନମ କପୁରଙ୍କ ଶାଶୁ ସରଲା ଅହୁଜା ପୋଲିସ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ଏହି ଚୋରି ଘଟଣା ସାମ୍ନାକୁ ଆସିଥିଲା । ତୁଗଲକ୍ ରୋଡ୍ ପୋଲିସ୍ ଏକ ରିପୋର୍ଟ ପଞ୍ଜୀକୃତ କରି ଚୋରଙ୍କୁ ଖୋଜିବା ଆରମ୍ଭ କରିଥିଲା। ଘରୁ 2 କୋଟି 40 ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିଲା, ଯେଉଁଥିରେ ଉଭୟ ନଗଦ ​​ଟଙ୍କା ଏବଂ ଅଳଙ୍କାର ମଧ୍ୟ ରହିଥିଲା।

ଖବର ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସରେ ସୋନମ ଏବଂ ଆନନ୍ଦଙ୍କ ଦିଲ୍ଲୀ ଘରେ ଏହି ଚୋରି ହୋଇଥିଲା। ସୋନମଙ୍କ ଜେଜେ ଶାଶୁ ସରଲା ଅହୁଜା ତାଙ୍କ ପୁଅ ଏବଂ ବୋହୂ ସହିତ ଦିଲ୍ଲୀର ଘରେ ରୁହନ୍ତି। ଘରେ ପ୍ରାୟ 35 ଜଣ ଚାକର ଅଛନ୍ତି ଯେଉଁମାନେ ଘରର ସମସ୍ତ କାର୍ଯ୍ୟ କରନ୍ତି । ସମସ୍ତଙ୍କୁ ପୋଲିସ ପଚରାଉଚରା କରିଥିଲା। ଏହା କୁହାଯାଉଥିଲା ଯେ, ସୋନମଙ୍କ ଶାଶୁ ସରଲା ଫେବୃଆରୀ 11ରେ ଆଲମାରୀ ଖୋଲିଥିଲେ, ଏହା ପରେ ସେ ଚୋରି ସମ୍ପର୍କରେ ଜାଣିଥିଲେ। ଏଥିସହ ସେ 23 ଫେବୃଆରୀରେ ଏହି ମାମଲାରେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.