ଭୁବନେଶ୍ୱର: ଭୁବନେଶ୍ୱରର ଏକ ତାରକା ହୋଟେଲରେ ଓଡିଆ ଚଳଚ୍ଚିତ୍ର କିସ୍ମିସ୍ର ଅଡିଓ ରିଲିଜ ଅନୁଷ୍ଠିତ ହୋଇଛି । ଝିଲିକ୍ ମୋସନ ପିକ୍ଚର୍ସର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ମଣି ନିର୍ଦ୍ଦେଶନା ଦେଇଛନ୍ତି । କିସ୍ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି । ଏହି ସମସ୍ତ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ । ସ୍ୱୟମ୍ ପାଢୀ, ଅନ୍ତରା ଚକ୍ରବର୍ତ୍ତି, ଶଶାଙ୍କ ଶେଖର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ ଓ ଜାଗୃତି ମିଶ୍ର କଣ୍ଠ ଦାନ କରିଛନ୍ତି । ଏଥିସହିତ “ବୋଲ ବୋଲ ବୋଲ” ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତିରେଖା ପାଢୀ କଣ୍ଠଦାନ କରିଛନ୍ତି ।
ଅନେକ ଦିନ ପରେ ଗଣେଶ ପୂଜାରେ ସିନେମା ରିଲିଜ ହେଉଥିବାରୁ ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖାଯାଇଛି । ସାରା ଓଡିଶାର ବିଭିନ୍ନ ସିନେମା ହଲରେ ‘କିସ୍ମିସ୍’ ମୁକ୍ତିଲାଭ କରିବ । ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଜୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନ୍ ପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ ନାୟିକା ସ୍ୱରାଜ ବାରିକ ଏବଂ ନାୟିକା ଶିବାନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର