ETV Bharat / entertainment

Union Budget 2023: ବଜେଟ ପାଇଁ ନିଦରୁ ଉଠିଲେ ଅନାରକଲି ! ଭାଇରାଲ ହେଲା Funny Memes

author img

By

Published : Feb 1, 2023, 10:41 PM IST

ବୁଧବାର କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିବା ବେଳେ ଏପଟେ ସୋସିଆଲ ମିଡିଆରେ ବହୁ ଫନି ମିମ୍ସ ଦେଖିବାକୁ ମିଳିଥିଲା । ୟୁଜର୍ସମାନେ ବଜେଟରେ ୭ ଲକ୍ଷ ଯାଏଁ ଆୟକର ଛାଡକୁ ବେଶ ପସନ୍ଦ କରିଥିଲେ । ଅଧିକ ପଢନ୍ତୁ

funny memes over Union Budget 2023
funny memes over Union Budget 2023

ହାଇଦ୍ରାବାଦ: ଆର୍ଥିକ ବର୍ଷ ୨୦୨୩-୨୪ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ୭ ଲକ୍ଷ ଯାଏଁ ଆୟକର ଛାଡ଼ ହୋଇଛି । ଫଳରେ ମଧ୍ୟବିତ୍ତଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ବୁଧବାର ଏପଟେ ବଜେଟ ଉପସ୍ଥାପନ ଚାଲିଥିବା ବେଳେ ବିଭିନ୍ନ ପ୍ରକାର ମିମ୍ସରେ ଫୁଲ୍‌ ହୋଇଥିଲା ସୋସିଆଲ ମିଡିଆ । ବାହୁବଳୀଠାରୁ ଆରମ୍ଭ କରି ମୁଗଲ-ଇ-ଆଜମ, ଅନାରକଲି, ମୁନ୍ନାଭାଇ MBBS ପର୍ଯ୍ୟନ୍ତ ଅନେକ ଭୂମିକା ଜରିଆରେ ବହୁ ବ୍ୟଙ୍ଗାତ୍ମକ ମିମ୍ସ ଦେଖିବାକୁ ମିଳିଥିଲା । ଯାହାକି ଖୁବ ଭାଇରାଲ ହୋଇଥିଲା ।

କେନ୍ଦ୍ର ବଜେଟ ୨୦୨୩କୁ ନେଇ ଅନେକ ମିମ୍ସ ଭାଇରାଲ ହେବାରେ ଲାଗିଛି । ୭ ଲକ୍ଷ ଯାଏଁ ଆୟକର ଛାଡ଼ ହେବା ପରେ ଟ୍ବିଟରରେ ମିମ୍ସର ସମୁଦ୍ର ଦେଖିବାକୁ ମିଳିଥିଲା । କାରଣ ଖୁସିଥିଲେ ଅନେକ ମଧ୍ୟବିତ୍ତ । ନେଟିଜେନ୍ସମାନେ ବଜେଟକୁ ନେଇ ଗୋଟିଏ ପରେ ଗୋଟିଏ ମିମ୍ସ ସେୟାର କରିଥିଲେ । ଯାହାକୁ ଅନ୍ୟ ୟୁଜର୍ସମାନେ ବେଶ ପସନ୍ଦ କରିଥିଲେ । ମିମ୍ସ ତିଆରି କରିବା ଲାଗି ନେଟିଜେନ୍ସ ରଣବୀର କପୁରଙ୍କ ରକ୍‌ଷ୍ଟାର କ୍ୟାରେକ୍ଟର ସମେତ ତାରକ ମେହତା କା ଉଲଟା ଚଷମାର କ୍ୟାରେକ୍ଟରମାନଙ୍କୁ ବ୍ୟବହାର କରିଥିଲେ । ଯାହାକି ଖୁବ ବ୍ୟଙ୍ଗାତ୍ମକ ରହିଥିଲା ।

ଏହା ବି ପଢନ୍ତୁ- Income tax: ମଧ୍ୟବିତ୍ତଙ୍କୁ ବଡ ଆଶ୍ୱସ୍ତି, ୭ ଲକ୍ଷ ଯାଏଁ ଆୟକର ଛାଡ

ଏପରି ଏକ ମିମ୍ସ ସାମନାକୁ ଆସିଥିଲା ଯେଉଁଥିରେ ସଲିମ ଅନାରକଲିଙ୍କୁ କହୁଥିଲେ "ଉଠ ଅନାରକଲି । ବଜେଟ ଉପସ୍ଥାପନ ହେବାକୁ ଯାଉଛି । ଚାଲ ଅର୍ଥନୀତିର ବିଶେଷଜ୍ଞ ହେବା ।" ଏହିଭଳି ଅନେକ ମିମ୍ସ ଦେଖିବାକୁ ମିଳିଥିଲା । ସେପଟେ ଆୟକର ଛାଡକୁ ନେଇ ସଲମାନ ଓ ଗୋବିନ୍ଦାଙ୍କ ପାର୍ଟନର ଫିଲ୍ମର ଏକ ଫଟୋ ଦେଖିବାକୁ ମିଳିଥିଲା । ଯେଉଁଥିରେ ଲେଖାଥିଲା ଯେ ' ଇତନି ଖୁସି ମୁଝେ ଆଜ୍‌ ତକ୍‌ ନେହିଁ ହୁଇ ।' ଏହି ମିମ୍ସକୁ ୟୁଜର୍ସ ବେଶ ପସନ୍ଦ କରିଥିବା ବେଳେ ଅନେକ ଲାଇକ୍ସ ଓ କମେଣ୍ଟ ଦେଖିବାକୁ ମିଳିଥିଲା ।

ବୁଧବାର ପୂର୍ବାହ୍ନ ୧୧ଟାରେ ଅର୍ତମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ୨୦୨୩ ମଧ୍ୟ ପେପରଲେସ ରହିଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପାରମ୍ପରିକ ବେଶରେ ନଜର ଆସିଥିଲେ । ନିର୍ମଳା କର୍ଣ୍ଣାଟକ ପାରମ୍ପରିକ ଶାଢୀ ଲାଲ ରଙ୍ଗର ଇଲକଲରେ ନଜର ଆସିଥିଲେ । ମୋଟ ୪୫ ଟ୍ରିଲିୟନ ବା ୪୫ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ ହୋଇଛି । ଏଥିରେ ସର୍ବାଧିକ ଅର୍ଥ ଶିକ୍ଷା ମନ୍ତ୍ରଣାଳୟକୁ ଆବଣ୍ଟନ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ବଜେଟରେ ବିଭିନ୍ନ ଦିଗ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଏହି ବଜେଟ ଦେଶର ବିକାଶରେ ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.