ହାଇଦ୍ରାବାଦ: ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜି ସଫଳତାର ସେହି ସିଢିରେ ପହଞ୍ଚି ସାରିଛନ୍ତି, ଯେଉଁଠାରେ ପହଞ୍ଚିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଆଜିର ସମୟରେ ଟପ୍ ଗାୟିକାଙ୍କ ମଧ୍ୟରୁ ଜଣେ ହେଇଛନ୍ତି ନେହା କକ୍କର । ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, ତାଙ୍କ କ୍ୟୁଟ୍ ଡିମ୍ପଲ୍ ବାଲା ସ୍ମାଇଲ୍ ପାଇଁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଲୋକପ୍ରିୟ ଗାୟିକା ନେହା ଆଜି ତାଙ୍କର 34 ତମ ଜନ୍ମଦିନ ପାଳନ କରୁଛନ୍ତି । ସଫଳତାର ଶିଖରରେ ପହଞ୍ଚିଥିବା ନେହାଙ୍କ ଜୀବନ ଅନେକ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ଅନେକ ଲୋକ ନେହାଙ୍କ ସଂଘର୍ଷର କାହାଣୀ ଜାଣିଥିବେ, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତାଙ୍କୁ ଏହି ଦୁନିଆକୁ ଆସିବା ପାଇଁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଆସନ୍ତୁ ଜାଣିବା ନେହାଙ୍କ ଜୀବନ ସହିତ ଜଡିତ ସେହି କାହାଣୀ ସମ୍ପର୍କରେ..
ଜଣେ ପ୍ରତିଯୋଗୀ ଭାବରେ ପ୍ରସିଦ୍ଧ ସିଙ୍ଗିଙ୍ଗ୍ ରିୟାଲିଟି ସୋ ଇଣ୍ଡିଆନ୍ ଆଇଡଲର ବିଚାରପତି ହେବା ପର୍ଯ୍ୟନ୍ତ ନେହାଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ । କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ଜୀବନରେ ଏମିତି ଏକ ସମୟ ଥିଲା ଯେତେବେଳେ ନେହା ତାଙ୍କ ମାତୃ ଗର୍ଭରେ ଥିଲେ, ସେତେବେଳେ ତାଙ୍କ ମାଆ ନେହାଙ୍କୁ ଏହି ଦୁନିଆକୁ ଆଣିବାକୁ ଚାହୁଁନଥିଲେ । ତାଙ୍କ ଭାଇ ଟନି କକ୍କର ନିଜେ ଏହି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ ।
ଏହା ସମସ୍ତଙ୍କୁ ଜଣା ଯେ ନେହା ଏବଂ ତାଙ୍କ ପରିବାର ଏକ ଛୋଟ ଭଡା ଘରେ ରହୁଥିବାବେଳେ ସେମାନେ ଜୀବନର ସେହି ପର୍ଯ୍ୟାୟ ଦେଖିଥିଲେ । କିଛି ସମୟ ପୂର୍ବରୁ ଟନି କକ୍କର ଖୁଲାସା କରିଥିଲେ ଯେ ତାଙ୍କ ପରିବାରର ଅବସ୍ଥା ଭଲ ନଥିଲା । ଏଭଳି ପରିସ୍ଥିତିରେ, ତାଙ୍କ ପିତା-ମାତା ଚାହୁଁ ନଥିଲେ ଯେ ସେମାନଙ୍କର ତୃତୀୟ ସନ୍ତାନ ଘରର ଏପରି ଅବସ୍ଥାରେ ଜନ୍ମ ହେଉ । କିନ୍ତୁ ଗର୍ଭଧାରଣର ଆଠ ସପ୍ତାହ ବିତିଯାଇଥିବାରୁ ତାଙ୍କ ମାଆ ଗର୍ଭପାତ କରିପାରିନଥିଲେ । 1988 ମସିହା ଜୁନ୍ 6 ତାରିଖରେ ଆଜିର ପ୍ରସିଦ୍ଧ ଗାୟିକା ନେହା କକ୍କର ଜନ୍ମ ହୋଇଥିଲେ । ସବୁବେଳେ ଖୁସି ଖୁସି ମୁହଁରେ ରହୁଥିବା ନେହା ଟିକେ ଦୁଃଖ କଥା ମନେପଡ଼ିଲେ କି କାହାକୁ ଦୁଃଖରେ ଦେଖିଲେ କାନ୍ଦି ପକାନ୍ତି । ବିଗତ ଦିନରେ କାନ୍ଦିକି ନିଜର ପୁରୁଣା ଦିନର କଠିନ ସମୟ କଥା ମଧ୍ୟ ସେ କହିଥିଲେ।
ପିଲାଦିନରୁ ଗୀତ ଗାଇବାକୁ ଆଗ୍ରହୀ ଥିବା ନେହା କକ୍କର ତାଙ୍କ ବଡ଼ ଭଉଣୀ ସୋନୁ କକ୍କରଙ୍କ ପରାମର୍ଶରେ ଭଜନ ଗାଉଥିଲେ । ଉଭୟ ଦୀର୍ଘ ସମୟ ଧରି ଭଜନ ଗାଇ ଟଙ୍କା ରୋଜଗାର କରିଥିଲେ । ପରେ ନେହା ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲରେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ଗୀତ କ୍ୟାରିୟରରେ ଆଉ ଗୋଟେ ପାଦ ଆଗକୁ ବଢିଥିଲେ । ତେବେ ଏହି ଶୋ’ରେ ସେ ଅଧିକ ସଫଳତା ପାଇନାହାଁନ୍ତି । 2008 ମସିହାରେ, ସେ ତାଙ୍କର ଆଲବମ୍ ନେହା ଦି ରକଷ୍ଟାର୍ ଲଞ୍ଚ କରିଥିଲେ । ଏହା ପରେ, ସେ ନିଜ ଲକ୍ଷ୍ୟ ହାସଲ କରିବା ପଥରେ ଧୀରେ ଧୀରେ ଅଗ୍ରଗତି କଲେ ଏବଂ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କଲେ ।
ନେହା ତାଙ୍କ ଗୀତ 'ସେକେଣ୍ଡ ହ୍ୟାଣ୍ଡ ଯବାନି' ସହିତ ବଲିଉଡରେ ସ୍ୱୀକୃତି ଲାଭ କରିଥିଲେ । ଏହି ଗୀତଟି ତାଙ୍କର ପ୍ରଥମ ହିଟ୍ ଗୀତ ବୋଲି ବିବେଚନା କରାଯାଏ । ଏହା ପରେ ସେ ୟାରିୟାଁ ଚଳଚ୍ଚିତ୍ରରୁ 'ସନି-ସନି' ଗୀତରୁ ମଧ୍ୟ ଅନେକ ମାନ୍ୟତା ପାଇଥିଲେ । ନେହା ତାଙ୍କ କ୍ୟାରିୟରର ଅନେକ ଗୀତରେ ସ୍ୱର ଦେଇଛନ୍ତି । ଚଳଚ୍ଚିତ୍ରରେ ଗୀତ ଗାଇବା ବ୍ୟତୀତ ସେ ତାଙ୍କର ମ୍ୟୁଜିକ୍ ଆଲବମ୍ ପାଇଁ ମଧ୍ୟ ଜଣାଶୁଣା । ତାଙ୍କର ପ୍ରସିଦ୍ଧ ଗୀତ ଗୁଡ଼ିକରେ 'ମିଲେ ହୋ ତୁମ୍ ହମ୍ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍ମତ୍ କି ଲକିରୋଁ ସେ କାଲା ଚଷମା, ମନାଲି ଟ୍ରାନ୍ସ, ଆଖ୍ ମାରେ, ଗର୍ମି, ସାକି ସାକି ଭଳି ଅନେକ ରୋମାଣ୍ଟିକ୍ ହିଟ୍ ଗୀତ ସହ ହିପ୍ହପ୍ ଗୀତ ଗାଇ ଫ୍ୟାନ୍ଙ୍କ ମନ ଜିଣିଛନ୍ତି ନେହା କକ୍କର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ