ETV Bharat / entertainment

ବିବାଦ ପରେ ଓଟିଟି ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ'

author img

By ETV Bharat Odisha Team

Published : Jan 11, 2024, 6:07 PM IST

Annapoorani Delete From OTT: ସୋସିଆଲ ମିଡିଆ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବଂ ଜିଓ ଷ୍ଟୁଡିଓରୁ ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ହଟାଇ ଦିଆଯାଇଛି । ଫିଲ୍ମକୁ ନେଇ ଲାଗିରହିଥିବା ବିବାଦ ପାଇଁ ଓଟିଟି ଫ୍ଲାଟଫର୍ମ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବିବାଦ ପରେ ଓଟିଟି ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ'
ବିବାଦ ପରେ ଓଟିଟି ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ'

ହାଇଦ୍ରାବାଦ: ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' । ନେଟଫ୍ଲିକ୍ସ ଏବଂ ଜିଓ ଷ୍ଟୁଡିଓରୁ ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ହଟାଇ ଦିଆଯାଇଛି । ଗତ ଡିସେମ୍ବର ୧ରେ ରିଲିଜ ହୋଇଥିବା ନୟନତାରାଙ୍କ ଏହି ଫିଲ୍ମ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଲଭ ଜିହାଦକୁ ପ୍ରତ୍ସୋହିତ ଦେଉଥିବା ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ ଫିଲ୍ମର ନିର୍ମାତା ଏବଂ ସମସ୍ତ ଷ୍ଟାର କାଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଗତ କିଛି ଦିନ ଏହି ଫିଲ୍ମ ବିବାଦ ଜୋର ଧରିଥିବା ବେଳେ ବର୍ତ୍ତମାନ ସମସ୍ତ ଓଟିଟି ପ୍ଲାଟଫର୍ମ ଫିଲ୍ମକୁ ନିଜ ସାଇଟରୁ ହଟାଇ ଦେଇଛନ୍ତି । ଜଣାଶୁଣା ଫିଲ୍ମ ନିର୍ମାତା ଖ୍ରୀଷ୍ଟୋଫର କନଗରାଜ ଏନେଇ ସୂଚନା ଦେଇଛନ୍ତି ।

  • Lady Superstar’s movie which was released a week back in Netflix has now been removed from the streaming platform 😕 pic.twitter.com/if6R1775Wx

    — Christopher Kanagaraj (@Chrissuccess) January 11, 2024 " class="align-text-top noRightClick twitterSection" data=" ">

ନେଟଫ୍ଲିକ୍ସ ଜାନୁଆରୀ ୧୦ରେ ଫିଲ୍ମ 'ଅନ୍ନପୁରାନୀ'କୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି । ସେହିପରି ଜିଓ ଷ୍ଟୁଡିଓ ହିନ୍ଦୁ ପରିଷଦକୁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ଫିଲ୍ମକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି । ଜିଓ ଷ୍ଟୁଡିଓ କହିଛି ଯେ, 'ଆପତ୍ତିଜନକ କଣ୍ଟେଣ୍ଟ ଫିଲ୍ମରୁ ହଟାଇ ଏଡିଟ କରିବା ଯାଏଁ ଆମେ ଫିଲ୍ମକୁ ପ୍ଲାଟର୍ଫମରୁ ହଟାଇ ଦେଇଛୁ । ଫିଲ୍ମର କୋ-ନିର୍ମାତା ଭାବରେ ଆମେ ହିନ୍ଦୁମାନଙ୍କୁ ଏବଂ ବ୍ରାହ୍ମଣ ସମୁଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ଆମର କୌଣସି ଉଦ୍ଦେଶ୍ୟ ନଥିଲା । ତଥାପି ସମସ୍ତଙ୍କୁ ଭାବନାକୁ କଷ୍ଟ ଦେଇଥିବା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।'

  • " class="align-text-top noRightClick twitterSection" data="">

ସୂଚନା ଥାଉ କି, ପୂର୍ବ ଶିବସେନା ନେତା ରମେଶ ସୋଲଙ୍କି ଏହି ଫିଲ୍ମକୁ ନେଇ ବିରୋଧ କରିବା ସହ ମୁମ୍ବାଇରେ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଲଭ ଜିହାଦକୁ ପ୍ରୋତ୍ସାହିତ ଦେଉଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ଏହା ପରେ ସେଠାକାର ହିନ୍ଦୁ ଆଇଟି ସେଲ ଦ୍ବାରା ମଧ୍ୟ ମୁମ୍ବାଇ ପୋଲିସ ଷ୍ଟେସନରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା । ମୁମ୍ବାଇ ପରେ ମଧ୍ୟପ୍ରଦେଶର ଜବଲପୁର ହିନ୍ଦୁ ସଙ୍ଗଠନ ଦ୍ବାରା ମଧ୍ୟ ନୟନତାରା ସମେତ 'ଅନ୍ନପୁରାନୀ'ଙ୍କୁ ବିରୋଧ କରି ଫିଲ୍ମର ପୁରା କାଷ୍ଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବଢୁଛି 'ଅନ୍ନପୁରାନୀ'ପାଇଁ ଅଡୁଆ, ମୁମ୍ବାଇ ପରେ ଜବଲପୁରରେ ମାମଲା ରୁଜୁ

କହିରଖୁଛୁ କି, ଏହି ଫିଲ୍ମର ଗୋଟିଏ ସିନରେ ଭଗବାନ ଶ୍ରୀ ରାମ ମାଂସ ଖାଉଥିଲେ କହି ଅଭିନେତ୍ରୀଙ୍କୁ ମାଂସ ଖାଇବାକୁ ଉସୁକାଯାଇଛି । ଏଥିସହ ଫିଲ୍ମରେ ଅଭିନେତ୍ରୀଙ୍କ ବାପା ବିଷ୍ଣୁ ପୂଜକ ଥିବା ବେଳେ ତାଙ୍କ ଝିଅ ମାଂସ ରାନ୍ଧିବା, ଜଣେ ମୁସଲିମ ବ୍ୟକ୍ତିକୁ ଭଲପାଇବା ଏବଂ ନମାଜ ପଢୁଥିବା ନଜର ଆସିଛନ୍ତି । ଯାହା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇଥିଲା । ତେବେ ଏହି ଫିଲ୍ମ ନୟନତାରାଙ୍କ ୭୫ତମ ଫିଲ୍ମ ରହିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣା ଦେଇଥିବା ବେଳେ ଏହି ଫିଲ୍ମଟି ଜଣେ ରୋଷେୟାଙ୍କ କାହାଣୀ ଉପରେ ଆଧାରିତ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ନୟନତାରା, ଜୟ, ସତ୍ୟରାଜ, କାର୍ତ୍ତିକ କୁମାର ଏବଂ ରେଣୁକା ଭଳି ତାରକା ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.