ETV Bharat / entertainment

ବଢୁଛି 'ଅନ୍ନପୁରାନୀ'ପାଇଁ ଅଡୁଆ, ମୁମ୍ବାଇ ପରେ ଜବଲପୁରରେ ମାମଲା ରୁଜୁ - ବିବାଦରେ ଅନ୍ନପୁରାନୀ

Fir Registered Against Film Annapoorani: ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ଫିଲ୍ମ ବିରୁଦ୍ଧରେ ପ୍ରଥମେ ମୁମ୍ବାଇ ଏବେ ମଧ୍ୟପ୍ରଦେଶର ଜବଲପୁରରେ ମାମଲା ରୁଜୁ ହୋଇଛି । ଫିଲ୍ମ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଲଭ ଜିହାଦକୁ ପ୍ରୋତ୍ସୋହିତ କରୁଥିବା ଅଭିଯୋଗ ହୋଇଛି । ଏଥିସହ ନିର୍ମାତା ନେଟଫ୍ଲିକ୍ସ ବୟକଟ ଦାବି ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ

ବିବାଦରେ ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ', ମୁମ୍ବାଇ ପରେ ଜବଲପୁରରେ ମାମଲା ରୁଜୁ

author img

By ETV Bharat Odisha Team

Published : Jan 10, 2024, 5:10 PM IST

ହାଇଦ୍ରାବାଦ: ବିବାଦ ଘେରରେ ଛନ୍ଦି ହୋଇଛି ନୟନତାରାଙ୍କ 'ଅନ୍ନପୁରାନୀ' ଫିଲ୍ମ । ଡିସେମ୍ବର ୧ରେ ଏହି ଫିଲ୍ମ ଓଟିଟି ଫ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ବର୍ତ୍ତମାନ ଫିଲ୍ମକୁ ନେଇ ଅନେକ ବାଦବିବାଦ ଲାଗିରହିଛି ଏବଂ ଅନେକ ଫିଲ୍ମକୁ ବିରୋଧ କରିଛନ୍ତି । ଫିଲ୍ମଟି ଧାର୍ମିକ ଭାବନାକୁ ଆଘାତ ଦେବା ସହ ଲଭ ଜିହାଦକୁ ପ୍ରୋତ୍ସୋହିତ କରୁଥିବା ଅଭିଯୋଗ ହୋଇଛି । ଏନେଇ ଫିଲ୍ମ ନିର୍ମାତା ଏବଂ ପୁରା ଷ୍ଟାର କାଷ୍ଟଙ୍କ ନାଁରେ ମାମଲା ରୁଜୁ ହୋଇଛି । ପ୍ରଥମେ ମୁମ୍ବାଇ ଆଉ ଏବେ ମଧ୍ୟପ୍ରଦେଶର ଜବଲପୁରରେ ଫିଲ୍ମ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ଜବଲପୁରରେ ମାମଲା ରୁଜୁ: ମଧ୍ୟପ୍ରଦେଶର ଜବଲପୁରର ହିନ୍ଦୁ ସଙ୍ଗଠନ ଦ୍ବାରା ନୟନତାରା ସମେତ 'ଅନ୍ନପୁରାନୀ'ଙ୍କ ପୁରା କାଷ୍ଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ହିନ୍ଦୁ ସେବା ପରିଷଦ ଅତୁଲ ଜେସୱନି କହିଛନ୍ତି ଯେ, ଫିଲ୍ମରେ ଏପରି ଅନେକ ଦୃଶ୍ୟ ରହିଛି, ଯାହା ହିନ୍ଦୁ ଧର୍ମର ଆଯୋଧ୍ୟାର ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କୁ ଅପମାନ କରାଯାଇଛି । ଏହାସହ ଏମିତି ବିବାଦୀୟ ମନ୍ତବ୍ୟ ଦିଆଯାଇଛି । ଯାହା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି । ଏଥିସହ ସେ ଫିଲ୍ମରେ ଦର୍ଶାଯାଇଥିବା ଲଭ ଜିହାଦ ବିଷୟକୁ ମଧ୍ୟ ବିରୋଧ କରିଛନ୍ତି ।

ନେଟଫ୍ଲିକ୍ସ ବୟକଟ୍ ଦାବି: ସେପଟେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ନେଇ ବର୍ତ୍ତମାନ ନେଟଫ୍ଲକ୍ସକୁ ବୟକଟ କରିବାକୁ ଦାବି ହୋଇଛି । ବର୍ତ୍ତମାନ ନେଟଫ୍ଲିକ୍ସ ବୟକଟ ଟ୍ରେଣ୍ଡ କରୁଛି । ସୋସିଆଲ ମିଡିଆରେ କିଛି ୟୁଜର୍ସ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ ନେଟଫ୍ଲିକ୍ସ ବୟକଟ ଦାବି କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ନେଟଫ୍ଲିକ୍ସ ଆପଣଙ୍କୁ ଚେତାବନୀ ଦେଉଛୁ । ଏହି ଫିଲ୍ମକୁ ତୁରନ୍ତି ଫ୍ଲାଟଫର୍ମରୁ ହଟାଇ ଦିଅନ୍ତୁ । ଆଉ ଜଣେ ଲେଖିଛନ୍ତି, ନେଟଫ୍ଲିକ୍ସ କେତେ ଦୟନୀୟ ସିନ ଦେଖାଉଛି । ସେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛି । ଏବେ ନେଟଫ୍ଲିକ୍ସ ବୟ୍‌କଟ କରିବାର ସମୟ ଆସିଗଲା ।

ଏହା ମଧ୍ୟ ପଢନ୍ତୁ: ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ନାଁରେ ମାମଲା ରୁଜୁ

ସୂଚନା ଥାଉ କି, ଏହି ଫିଲ୍ମ ନୟନତାରାଙ୍କ ୭୫ତମ ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣା ଦେଇଥିବା ବେଳେ ଏହି ଫିଲ୍ମଟି ଜଣେ ରୋଷେୟାଙ୍କ କାହାଣୀ ଉପରେ ଆଧାରିତ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ନୟନତାରା, ଜୟ, ସତ୍ୟରାଜ, କାର୍ତ୍ତିକ କୁମାର ଏବଂ ରେଣୁକା ଭଳି ତାରକା ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ନୟନତାରା ଜଣେ ସୈଫ ହେବା ପାଇଁ ଲାଗି ସ୍ବପ୍ନ ଦେଖୁଛନ୍ତି । ହିନ୍ଦୁ ମନ୍ଦିର ପୂଜକଙ୍କ ଝିଅ ହୋଇଥିବାରୁ ମାଂସାହାରୀ ଖାଦ୍ୟ ରୋଷେଇ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ଏବଂ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.