ETV Bharat / entertainment

ପୂର୍ବତନ ପତ୍ନୀ ଏବଂ ଭାଇଙ୍କ ବିରୋଧରେ 100 କୋଟିର ମାନହାନି ମକଦ୍ଦମା କଲେ ନୱାଜୁଦ୍ଦିନ ସିଦ୍ଦିକି

ନୱାଜୁଦ୍ଦିନ ସିଦ୍ଦିକି ଏବଂ ଆଲିଆ ସିଦ୍ଦିକିଙ୍କ ମାମଲା ଭିନ୍ନ ମୋଡ ନେଇଛି । ପତ୍ନୀ ଆଲିଆ ସିଦ୍ଦିକି ଏବଂ ତାଙ୍କ ଭାଇ ଶାମାସୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ 100 କୋଟି ଟଙ୍କା ମାନହାନି ମକଦ୍ଦମା କଲେ ନୱାଜୁଦ୍ଦିନ । ଜାଣନ୍ତୁ କାହିଁକି,

ପୂର୍ବତନ ପତ୍ନୀ ଏବଂ ଭାଇଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ନୱାଜୁଦ୍ଦିନ ସିଦ୍ଦିକି

author img

By

Published : Mar 27, 2023, 6:05 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଆଲିଆ ସିଦ୍ଦିକି ମାମଲା । ଆଇନ ଅନୁଯାୟୀ ଉଭୟଙ୍କ ବିଚ୍ଛେଦ ହୋଇଥିଲେ ସୁଦ୍ଧା ଉଭୟ ପରସ୍ପର ବିରୁଦ୍ଧରେ ଆରୋପ ପ୍ରତ୍ୟାରୋପ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଏବଂ ତାଙ୍କ ଭାଇ ଶମାସୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ 100 କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି।

ବମ୍ବେ ହାଇକୋର୍ଟରେ ଏହି ମକଦ୍ଦମା ଦାଖଲ ହୋଇଛି । ପୂର୍ବତନ ପତ୍ନୀଙ୍କ ସହ ବିବାହ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତା । ଏଥିସହ ନୱାଜୁଦ୍ଦିନଙ୍କୁ ଆଲିଆ ଏବଂ ତାଙ୍କ ଭାଇ ବଦନାମ କରିବାକୁ କୌଣସି ବିବୃତ୍ତି କିମ୍ବା ମନ୍ତବ୍ୟ ନଦେବାକୁ ହାଇକୋର୍ଟକୁ ଅନୁରୋଧ କରିଥିଲେ । ସେ ତାଙ୍କ ପୂର୍ବତନ ପତ୍ନୀ ଏବଂ ଭାଇଙ୍କଠାରୁ ଲିଖିତ କ୍ଷମା ମଧ୍ୟ ମାଗିଥିଲେ । ତେବେ ଏହି ମାନହାନୀ ମକଦ୍ଦମାର ଶୁଣାଣି ମାର୍ଚ୍ଚ 30ରେ ଜଷ୍ଟିସ ରିୟାଜ ଚାଗଲାଙ୍କ ଏକକ ବେଞ୍ଚ ଦ୍ବାରା ହେବାର ସମ୍ଭାବନା ରହିଛି ।

ମକଦ୍ଦମା ଅନୁଯାୟୀ, ନୱାଜୁଦ୍ଦିନ ଶାମାସୁଦ୍ଦିନଙ୍କୁ ତାଙ୍କ ମ୍ୟାନେଜର ଭାବରେ 2008ରେ ନିଯୁକ୍ତ କରିଥିଲେ ଏବଂ ତାଙ୍କୁ ସମସ୍ତ ଅର୍ଥ "ଅନ୍ଧ ଭାବରେ" ଦେଇଥିଲେ । ତେବେ ଶାମାସୁଦ୍ଦିନ ନୱାଜୁଦ୍ଦିନଙ୍କୁ ଠକିବା ସହ ଅଭିନେତାଙ୍କ ଟଙ୍କା ବ୍ୟବହାର କରି ସମ୍ପତ୍ତି କିଣିଥିଲେ ବୋଲି ମକଦ୍ଦମା ଆବେଦନରେ ଉଲ୍ଲେଖ କରିଛନ୍ତି ଅଭିନେତା । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେତେବେଳେ ଅଭିନେତା ଏହି ଜାଲିଆତି ବିଷୟରେ ଜାଣି ପ୍ରଶ୍ନ ଉଠାଇଥିଲେ, ସେତେବେଳେ ଶାମାସୁଦ୍ଦିନ ଆଲିଆଙ୍କୁ କହି ନୱାଜୁଦ୍ଦିନଙ୍କ ବିରୋଧରେ ମିଥ୍ୟା ମାମଲା ଦାଖଲ କରାଇଥିଲେ ।

ଅଭିନେତା ଆହୁରି ଦାବି କରିଛନ୍ତି ଯେ, ଆଲିଆ ଏବଂ ଶାମସୁଦ୍ଦିନ ତାଙ୍କଠାରୁ 21 କୋଟି ଟଙ୍କା ନେଇଛନ୍ତି । ଯେତେବେଳେ ନୱାଜୁଦ୍ଦିନ ତାଙ୍କୁ ସମ୍ପତ୍ତି ଫେରସ୍ତ କରିବାକୁ ଦାବି କରିଥିଲେ, ସେତେବେଳେ ଶାମାସୁଦ୍ଦିନ ଏବଂ ଆଲିଆ ମିଳିତ ଭାବରେ ସୋସିଆଲ ମିଡିଆରେ ଶସ୍ତା ଭିଡିଓ ଏବଂ ମନ୍ତବ୍ୟ ଦେଇ ଅଭିନେତାଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ । ଏପରିକି ପିଲାମାନଙ୍କ କଷ୍ଟଡି ଏବଂ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ନୱାଜୁଦ୍ଦିନ । ଆଲିଆ ତାଙ୍କ ବଙ୍ଗଳା ବାହାରେ ଏକ ଭିଡିଓ ସେୟାର କରି ଦର୍ଶାଇଥିଲେ ଯେ ତାଙ୍କୁ ତାଙ୍କ ଘରେ ପ୍ରବେଶ କରିବାକୁ ଦିଆଯାଇନଥିଲା ଏବଂ ମଧ୍ୟରାତ୍ରିରେ ତାଙ୍କ ପିଲାମାନଙ୍କ ସହିତ ରାସ୍ତାରେ ଛାଡି ଦିଆଯାଇଥିଲା । ତେବେ ସମସ୍ତ ଘଟଣା ନେଇ ନୱାଜୁଦ୍ଦିନ ଏବେ ବମ୍ବେ ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି । ଯାହାର ଶୁଣାଣି ମାର୍ଚ୍ଚ 30ରେ ହେବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.