ETV Bharat / entertainment

ADWITIYA: ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଡକ୍ୟୁମେଣ୍ଟାରୀ ‘ଅଦ୍ବିତୀୟ'ର କମାଲ, ପ୍ରଶଂସା କଲେ ନବୀନ

author img

By

Published : May 8, 2023, 5:52 PM IST

ଓଡ଼ିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଅଦ୍ବିତୀୟ'ର ସଫଳତା । ଇଣ୍ଡିଆନ୍‌ ଓସେନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇଛି ଏହି ଫିଲ୍ମ । ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ମେକର୍‌ ଓ ବେଷ୍ଟ୍‌ ଫିଲ୍ମ ଷ୍ଟୋରୀ ରାଇଟର୍‌ ଭାବେ ପୁରସ୍କାର ହାସଲ କରିଛି । ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଟିମ୍‌କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଓଡ଼ିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଅଦ୍ବିତୀୟ'ର ସଫଳତା, ଟିମକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ପାଇଁ ଇତିହାସ ରଚିଲା ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ ଅଦ୍ବିତୀୟ । ଇଣ୍ଡିଆନ୍‌ ଓସେନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଆୱାର୍ଡ ସମାରୋହରେ ପୁରସ୍କୃତ ହୋଇଛି ଓଡ଼ିଆ ସର୍ଟ ଫିଲ୍ମ ଅଦ୍ବିତୀୟ । ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ମେକର୍‌ ଓ ବେଷ୍ଟ ଫିଲ୍ମ ଷ୍ଟୋରୀ ରାଇଟର୍‌ ଭାବେ ପୁରସ୍କାର ହାସଲ କରିଛି । ଏହି ଐତିହାସିକ ସଫଳତା ହାସଲ କରି ନିଜ ଅଞ୍ଚଳ ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛି ଫିଲ୍ମ । ଏହି ଅବସରରେ ଫିଲ୍ମର ଏହି ସଫଳତା ପାଇଁ ଟିମକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • Congratulate Krishna DK & Simanchal Maharana from Hinjilicut on being awarded Best Documentary Short Film Maker & Best Film Story Writer for their documentary ‘#Adwitiya’ at the Indian Ocean Int'l Film Festival in Mauritius. May they achieve bigger milestones in film career.

    — Naveen Patnaik (@Naveen_Odisha) May 8, 2023 \" class="align-text-top noRightClick twitterSection" data=" \"> \

ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଫିଲ୍ମକୁ ଧନ୍ୟବାଦ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, "ମରିସିୟସରେ ଚାଲିଥିବା ଇଣ୍ଡିଆନ୍‌ ଓସେନ୍‌ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ 'ଅଦ୍ବିତୀୟ' ସଫଳତା ହାସଲ କରିଛି । ଏଥିପାଇଁ ନିର୍ମାତା ହିଞ୍ଜିଳିକାଟୁର କୃଷ୍ଣ ଡି.କେ ଏବଂ ସିମାଞ୍ଚଳ ମହାରଣାଙ୍କୁ ଶୁଭେଚ୍ଛା ଜଣାଉଛି । ସେମାନେ ଫିଲ୍ମ କ୍ୟାରିୟରରେ ବଡ଼ ମାଇଲଖୁଣ୍ଟ ହାସଲ କରନ୍ତୁ ମୋର ଶୁଭକାମନା ।"

ଇଣ୍ଡିଆନ୍‌ ଓସିନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ 'ଅଦ୍ବିତୀୟ' ପୁରସ୍କୃତ

ଏଥିସହ ଦୁହେଁ ନିଜ ସହଯୋଗୀଙ୍କ ସହ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟିଛନ୍ତି । କ୍ରିଷ୍ଣା ଓ ସିମାଞ୍ଚଳ ପୂର୍ବ ଆଫ୍ରିକୀୟ ଦେଶ ମରିସିୟସ୍‌ରେ ଗତ ମାସ ୨୮ ତାରିଖରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓସେନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଥିଲେ । ଡକ୍ୟୁମେଣ୍ଟାରୀ ଫିଲ୍ମ 'ଅଦ୍ବିତୀୟ' ପାଇଁ କ୍ରିଷ୍ଣା ଓ ସିମାଞ୍ଚଳ ଯଥାକ୍ରମେ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ମେକର୍‌ ଓ ବେଷ୍ଟ ଫିଲ୍ମ୍‌ ଷ୍ଟୋରୀ ରାଇଟର୍‌ ପୁରସ୍କାର ହାସଲ କରିଥିଲା । ସେପଟେ ଏହି ସଫଳତା ପାଇଁ ତାଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ସୂଚନା ଥାଉ କି, ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ବିଷବୟବସ୍ତୁ ଆସିକା ଥାନା ଉପରେ ଆଧାରିତ ଥିଲା । ୨୦୨୨ ମସିହାରେ ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେବା ପର୍ଯ୍ୟନ୍ତ ଆସିକା ଥାନାର ଗୌରବମୟ ଯାତ୍ରା ଉପରେ ଏହା ଆଧାରିତ ଥିଲା । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ବେଳେ ଦୁହିଁଙ୍କ ସହଯୋଗୀ ଇ.ସଞ୍ଚିତା ପାତ୍ର, କାଜଲ ବେହେରା, ନୃତ୍ୟମ୍‌ ସଭାପତି ନୀଳମଣି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଇଣ୍ଡିଆନ୍‌ ଓସେନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ହାସଲ କରି ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଉଭୟ । ତାଙ୍କ ଅହି ସଫଳତା ପାଇଁ ଦର୍ଶକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.