ETV Bharat / entertainment

68th National Film Award: ଅଜୟ ଦେବଗନ୍ ଏବଂ ସୁରିଆ ଶ୍ରେଷ୍ଠ ଅଭିନେତା

author img

By

Published : Jul 22, 2022, 5:21 PM IST

68 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ଘୋଷଣା ଆଜି କରାଯାଇଛି । ଅଜୟ ଦେବଗନ୍ ଏବଂ ସୁରିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର । ଅଧିକ ପଢନ୍ତୁ

ଅଜୟ ଦେବଗନ୍ ଏବଂ ସୁରିଆ ଶ୍ରେଷ୍ଠ ଅଭିନେତା
ଅଜୟ ଦେବଗନ୍ ଏବଂ ସୁରିଆ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: 68 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ଘୋଷଣା ଆଜି କରାଯାଇଛି । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେତାଙ୍କ ତାଲିକା ଘୋଷଣା କରାଯାଇଛି । ବେଷ୍ଟ ଫିଚର ଫିଲ୍ମର ଆଓ୍ବାର୍ଡ Soorarai Pottru (ତାମିଲ) କୁ ମିଳିଛି । ଶ୍ରେଷ୍ଠ ଅଭିନେତା ପୁରସ୍କାର 'ସୋରାରାଇ ପୋଟରୁ' ପାଇଁ ସୁରିଆ ଏବଂ Tanhaji: The Unsung Warrior ପାଇଁ ଅଜୟ ଦେବଗନଙ୍କୁ ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ସୋରାରାଇ ପୋଟରୁର ଅପର୍ନା ବାଲାମୁରଲୀଙ୍କୁ ପ୍ରଦାନ କରାଯାଇଛି । ବିଜୁ ମେନନଙ୍କୁ ଏକ ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରମୌଲିଙ୍କୁ ପୁରସ୍କାର ମିଳିଛି ।

କେଉଁ କେଉଁ କଳାକାରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି:

ମୋଷ୍ଟ ଫ୍ରେଣ୍ଡଲି ରାଜ୍ୟ ପାଇଁ ମଧ୍ୟପ୍ରଦେଶକୁ ପୁରସ୍କୃତ କରାଯାଇଛି। ଏଥର ଶ୍ରେଷ୍ଠ ସମାଲୋଚକ ପୁରସ୍କାର କାହାକୁ ଦିଆଯାଇ ନାହିଁ। ସିନେମାର ଶ୍ରେଷ୍ଠ ପୁସ୍ତକ ପାଇଁ 'ଦ ଲୋଗେଷ୍ଟ କିସ୍' (The Longest Kiss)ପୁରସ୍କାର ପାଇଛି। ଏହାକୁ କିଶର ଦେଶାଇ ଲେଖିଛନ୍ତି। ନନ୍‌ ଫିତର ଫିଲ୍ମରେ ବେଷ୍ଟ ମ୍ୟୁଜିକ ଡାଇରେକ୍ସନ ଆଓ୍ବାର୍ଡ ହିନ୍ଦୀରେ ବିଶାଲ ଭରଦ୍ୱାଜଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି ।

Pearl of the Desertକୁ ମିଳିଲା Award

'ଆଡମିଟ୍'କୁ ହିନ୍ଦୀ ଏବଂ ଇଂରାଜୀରେ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଓଜସ୍ୱୀ ଶର୍ମା। ଶ୍ରେଷ୍ଠ ଅନୁସନ୍ଧାନ ଚଳଚ୍ଚିତ୍ର ପାଇଁ ପୁରସ୍କାର 'The Savior: Brigadier Pritam Singh' ପଞ୍ଜାବୀକୁ ମିଳିଛି। ଏହାର ନିର୍ଦ୍ଦେଶକ ଡ. ପରମଜିତ ସିଂ କାଟୁ। ଶ୍ରେଷ୍ଠ ସମ୍ପାଦନା ପାଇଁ 'borderlands' ପୁରସ୍କାର ଗ୍ରହଣ କରିଛି । ଶ୍ରେଷ୍ଠ ଅଡିଓଗ୍ରାଫି ପୁରସ୍କାର 'Pearl of the Desert' ରାଜସ୍ଥାନୀକୁ ମିଳିଛି। ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ଓହ ଡେଟ୍ସ ଭାନୁ (ଇଂରାଜୀ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ) କୁ ମିଳିଛି ।

ତୁଳସିଦାସ ଜୁନିଅରଙ୍କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର

ବେଷ୍ଟ ଫିଲ୍ମ ଅନ୍‌ ଫ୍ୟାମିଲି ଭ୍ୟାଲୁଜ୍‌ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର 'କୁମକୁମାରଚାନ୍' ମରାଠୀକୁ ମିଳିଛି। କାଚିଚିନାଥୁ କୁ ବେଷ୍ଟ ସଟ୍‌ ଫିକ୍ସନ ଚଳଚ୍ଚିତ୍ର ଭାବରେ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର 'ତୁଳସିଦାସ ଜୁନିଅର'କୁ ଚୟନ କରାଯାଇଛି। ଶ୍ରେଷ୍ଠ ଗୀତ ପାଇଁ ପୁରସ୍କାର 'ସାଇନା' (ହିନ୍ଦୀ) କୁ ଯାଇଛି । ଶ୍ରେଷ୍ଠ ହରିୟାଣୀ ଚଳଚ୍ଚିତ୍ର 'ଦାଦା ଲକ୍ଷ୍ମୀ' ଚୟନ କରାଯାଇଛି।

ସୋରାରାଇ ପୋଟରୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ପାଇଛି। ଏହାର ନିର୍ଦ୍ଦେଶକ ହେଉଛନ୍ତି ସୁଧା କୋନାଗରା । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ସୋରେରାଇ ପୋଟ୍ରୁର ଜି.ଭି ପ୍ରକାଶ କୁମାରଙ୍କୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.