ମୁମ୍ବାଇ: ଆରପାରିରେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନ । ଗୁରୁବାର ଅର୍ଥାତ୍ ୨୧ ତାରିଖ ସକାଳେ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ସରୋଜା ବୈଦ୍ୟନାଥନ । ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।
ଡକ୍ଟର ସରୋଜା ବୈଦ୍ୟନାଥନ ୧୯ ସେପ୍ଟେମ୍ବରରେ ତାଙ୍କର ୮୬ ତମ ଜନ୍ମଦିନ ପାଳନ କରିଥିଲେ । ସରୋଜଙ୍କୁ ଦେଶ-ବିଦେଶରେ ଭାରତନାଟ୍ୟମ୍କୁ ପ୍ରସିଦ୍ଧ କରିବାର ଶ୍ରେୟ ଦିଆଯାଏ । ସରୋଜାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ, ଭାରତନାଟ୍ୟମ ଗୁରୁ, ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଏବଂ ଜଣେ ଉଜ୍ଜ୍ୱଳ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ ।
ଏହା ମଧ୍ୟ ପଢନ୍ତୁ: ମିଶିଲାଣି କାର୍ତ୍ତିକ-ସାରାଙ୍କ ମନ ! ରୁହ୍ ବାବାଙ୍କ ଘରେ ଗଣେଶ ପୂଜା ପାଳିଲେ ଅଭିନେତ୍ରୀ
ଉଲ୍ଲେଖନୀୟ ଯେ, ଡ. ସରୋଜ ବୈଦ୍ୟନାଥନଙ୍କୁ ୨୦୦୨ରେ ପଦ୍ମଶ୍ରୀ ଏବଂ ୨୦୧୨ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ୧୯୭୨ ମସିହାରେ ଡ. ସରୋଜା ବୈଦ୍ୟନାଥନ ଦିଲ୍ଲୀରେ ଗଣେଶ ନାଟ୍ୟାଳୟ ଖୋଲିଥିଲେ । ବର୍ତ୍ତମାନ ୧୫ଟି ଦେଶରେ ତାଙ୍କର ବିଦ୍ୟାଳୟ ଅଛି । ଯାହା ବର୍ତ୍ତମାନ ତାଙ୍କ ଶିଷ୍ୟମାନଙ୍କ ଦ୍ଵାରା ପରିଚାଳିତ ହେଉଛି । ଏହା ବ୍ୟତୀତ ସେ ଚାରୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଝିଅର ଦେହାନ୍ତରେ ଭାଙ୍ଗି ପଡିଲେ ବିଜୟ ଆଣ୍ଟୋନି, ଲେଖିଲେ ଭାବପ୍ରବଣ ନୋଟ୍
ସରୋଜା ୧୯୩୭ ମସିହାରେ କର୍ଣ୍ଣାଟକର ବେଲାରୀରେ ଜନ୍ମଗ୍ରହଣ କରିଥିଲେ । ସେ ଚେନ୍ନାଇର ସରସ୍ୱତୀ ଗଣ ନିଲୟମରେ ଭାରତନାଟ୍ୟମରେ ତାଙ୍କର ପ୍ରାରମ୍ଭିକ ତାଲିମ ଗ୍ରହଣ କରିଥିଲେ । ଏହା ପରେ ସେ ତଂଜାବୁର ଗୁରୁ କଟୁମନାର ମୁଥୁକୁମାରନ୍ ପିଲ୍ଲଇଙ୍କ ଅଧୀନରେ ଅଧ୍ୟୟନ କରିବାକୁ ଯାଇଥିଲେ । ତାଙ୍କ ପରିବାର ସଦସ୍ୟ ସରୋଜଙ୍କୁ ଜଣେ ଡାକ୍ତର ଏବଂ ଇଞ୍ଜିନିୟର କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ନୃତ୍ୟ ଶିଖିବାରେ ଜିଦ୍ ଧରିଥିଲେ ।
ଏହା ମଧ୍ୟ ପଢନ୍ତୁ: Leo Hindi Poster: 'ଲିଓ'ର ଧମାକାଦର ହିନ୍ଦୀ ପୋଷ୍ଟର ରିଲିଜ୍, ନଜର ଆସିବ ସଞ୍ଜୟ-ବିଜୟଙ୍କ ଯୋଡି
ଶାସ୍ତ୍ରୀୟ ଗୀତ ବିଭାଗର ବରିଷ୍ଠ ଶିକ୍ଷକ ପ୍ରଫେସର କମଲେଶ ଦୁବେ କହିଥିଲେ ଯେ ସେ ଜଣେ ମହାନ କଳାକାର । ଭଲ ପ୍ରଦର୍ଶନ ଦେଇଛନ୍ତି । ଭରତନାଟ୍ୟମ ମାଧ୍ୟମରେ କେବଳ ତାମିଲ ଭାଷାରେ ନୁହେଁ ହିନ୍ଦୀରେ ଗଦ୍ୟ ପଦ ଗୁଡ଼ିକ ଉପରେ କାଳଜୟୀ ନୃତ୍ୟ କରିଛନ୍ତି । ତୁଲସୀ, କବୀର ଏବଂ ମିରାବାଇଙ୍କ ରଚନା ଉପରେ କାର୍ଯ୍ୟ କରିଛନ୍ତି । ସେ ହିନ୍ଦୀ କାହାଣୀ ଉପରେ କାମ କରି ନିଜର ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ।