ETV Bharat / entertainment

ହିଜାବକୁ ବିରୋଧ କରି ନିବସ୍ତ୍ର ହେଲେ ଅଭିନେତ୍ରୀ, କହିଲେ My body, my choice

author img

By

Published : Oct 12, 2022, 3:00 PM IST

Updated : Oct 12, 2022, 5:06 PM IST

ହିଜାବକୁ ବିରୋଧ କରି ନିବସ୍ତ୍ର ହେଲେ ଅଭିନେତ୍ରୀ । ଅଭିନେତ୍ରୀ ଏଲନାଜ ନୋରୋଜୀ ହିଜାବ ଆନ୍ଦୋଳନକୁ ସମର୍ଥନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ନିଜର ପୋଷାକ ଖୋଲୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହିଜାବକୁ ବିରୋଧ କରି ନିବସ୍ତ୍ର ହେଲେ ଅଭିନେତ୍ରୀ, କହିଲେ My body, my choice
ହିଜାବକୁ ବିରୋଧ କରି ନିବସ୍ତ୍ର ହେଲେ ଅଭିନେତ୍ରୀ, କହିଲେ My body, my choice

ହାଇଦ୍ରାବାଦ: ଥମୁନି ହିଜାବ ବିବାଦ । ଇରାନରେ ଦେଖାଦେଇଥିବା ଏହି ହିଜାବ ବିବାଦ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ହିଜାବକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଆସିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଏଲନାଜ ନୋରୋଜୀ ଏକ ଭିନ୍ନ ଧରଣର ବିରୋଧ ପ୍ରଦର୍ଶନ କରିଛନ୍ତି ।

ନେଟଫ୍ଲିକ୍ସ (Netflix)ର ଲୋକପ୍ରିୟ ସିରିଜ୍‌ 'ସେକ୍ରେଡ୍‌ ଗେମ୍ସ' (Sacred Games) ଫେମ୍‌ ତଥା ଇରାନର ମୂଳ ଅଭିନେତ୍ରୀ ଏଲନାଜ ନୋରୋଜୀ (Elnaaz Norouzi) ହିଜାବ ଆନ୍ଦୋଳନକୁ ସମର୍ଥନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ନିଜର ପୋଷାକ ଖୋଲୁଥିବାର ଦେଖିବାକୁ ମିଳିଛି । ଏଲନାଜଙ୍କ କହିବାନୁସାରେ, ପୋଷାକ ପିନ୍ଧିବା ଏକ ବ୍ୟକ୍ତିଗତ ପସନ୍ଦ । ଏହା ଉପରେ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ ।

ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ

ଏଲନାଜ ନୋରୋଜୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ସେ ନିଜ ପୋଷାକ କାଢି ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଆରମ୍ଭରେ ଏଲନାଜ ପ୍ରଥମେ ହିଜାବ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହାପରେ ସେ ନିଜ ପୋଷାକ ଖୋଲୁଥିବାର ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ସେ ଲୋକମାନଙ୍କୁ କହିବାକୁ ଚାହାଁନ୍ତି ଯେ, ମହିଳାମାନେ କ’ଣ ପିନ୍ଧିବାକୁ ଚାହାଁନ୍ତି ଏବଂ କ’ଣ ନୁହେଁ । କେହି ବି ସେମାନଙ୍କୁ ଅଟକାଇ ପାରିବେ ନାହିଁ । ସେ କ୍ୟାପସନରେ ଲେଖିଛନ୍ତି, 'ଦୁନିଆରେ ପ୍ରତ୍ୟେକ ମହିଳା କେଉଁଠି ବି ନିଜ ଇଚ୍ଛାନୁସାରେ ପୋଷାକ ପିନ୍ଧିବାର ଅଧିକାର ପାଇଛନ୍ତି । କୌଣସି ପୁରୁଷ କିମ୍ବା ଅନ୍ୟ କୌଣସି ମହିଳାଙ୍କୁ ଜଜ୍‌ କରିବା କିମ୍ବା ତାଙ୍କୁ କିଛି ପଚାରିବାର ଅଧିକାର ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ସମସ୍ତଙ୍କର ଭିନ୍ନ ମତ ରହିଛି । ସେମାନଙ୍କୁ ସମ୍ମାନ ଦିଆଯିବା ଉଚିତ୍ । ଗଣତନ୍ତ୍ରର ଅର୍ଥ ହେଉଛି ନିଷ୍ପତ୍ତି ନେବାର ଶକ୍ତି ଅଛି । ପ୍ରତ୍ୟେକ ମହିଳା ନିଜ ଶରୀର ଉପରେ ନିଷ୍ପତ୍ତି ନେବାର ଶକ୍ତି ରହିବା ଉଚିତ୍ । ମୁଁ ନଗ୍ନତାକୁ ପ୍ରୋତ୍ସାହିତ କରୁନାହିଁ, ମୁଁ ପସନ୍ଦର ସ୍ୱାଧୀନତାକୁ ପ୍ରୋତ୍ସାହିତ କରୁଛି । ' ଭାରତରେ କାମ କରିବା ପୂର୍ବରୁ, ଏଲନାଜ 10 ବର୍ଷରୁ ଅଧିକ ସମୟ ଧରି ଡିଆର, ଲାକୋଷ୍ଟେ ଏବଂ ଲେ କକ୍ ସ୍ପୋର୍ଟିଭ ଭଳି ବ୍ରାଣ୍ଡ ପାଇଁ ଏକ ଆନ୍ତର୍ଜାତୀୟ ମଡେଲ ଭାବରେ କାର୍ଯ୍ୟ କରିଛନ୍ତି ।

Last Updated : Oct 12, 2022, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.