ETV Bharat / entertainment

ଦୁନିଆକୁ ଅଲବିଦା କହିଲେ ସଙ୍ଗୀତ ସମ୍ରାଟ ଉସ୍ତାଦ ରସିଦ ଖାନ - ଉସ୍ତାଦ ରସିଦ ଖାନ

Rashid Khan Passes Away: ଆଖି ବୁଜିଲେ ସଙ୍ଗୀତ ସମ୍ରାଟ ଉସ୍ତାଦ ରସିଦ ଖାନ । ସୂଚନା ଅନୁସାରେ, ସେ ପ୍ରୋଷ୍ଟେଟ କ୍ୟାନ୍ସର ଏବଂ ଅନ୍ୟାନ୍ୟ ରୋଗ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉସ୍ତାଦ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗାୟକଙ୍କ ଦେହାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି ।

ଦୁନିଆକୁ ଅଲବିଦା କହିଲେ ସଙ୍ଗୀତ ସମ୍ରାଟ ଉସ୍ତାଦ ରସିଦ ଖାନ

author img

By ETV Bharat Odisha Team

Published : Jan 9, 2024, 10:15 PM IST

ହାଇଦ୍ରାବାଦ: ପୁଣି ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଝଟକା । ପ୍ରସିଦ୍ଧ ସଙ୍ଗୀତ ସମ୍ରାଟ ଉସ୍ତାଦ ରସିଦ ଖାନଙ୍କ ପରଲୋକ । ଉସ୍ତାଦ ରସିଦ ଖାନ ପ୍ରୋଷ୍ଟେଟ କ୍ୟାନ୍ସରରେ ପୀଡିତ ଏବଂ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ । ଫଳରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଫଳରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ବର୍ଷ ବୟସ ହୋଇଥିଲା । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗତକାଲି (ବୁଧବାର) ତାଙ୍କର ଶେଷ ରୀତିନୀତି କରାଯିବ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଉସ୍ତାଦ ରସିଦ ଖାନ ପ୍ରୋଷ୍ଟେଟ କ୍ୟାନ୍ସରରେ ପୀଡିତ ଥିଲେ । ଫଳରେ ତାଙ୍କୁ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ୨୩ ଡିସେମ୍ବରରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । ତାଙ୍କ ଅବସ୍ଥା ଗୁରୁତର ହେବା ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ଥିଲେ । ହେଲେ ଡାକ୍ତରମାନଙ୍କ ଅନେକ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଇପାରିନଥିଲେ । ଫଳରେ ଆଜି(ମଙ୍ଗଳବାର) ୩.୪୫ ମନିଟରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ପ୍ରାରମ୍ଭିକ ଚିକିତ୍ସା ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲରେ ହୋଇଥିଲା । ଏହା ପରେ ତାଙ୍କୁ କୋଲକାତା ନିଆଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ନୀରବି ଗଲା ସ୍ବରୂପ ନାୟକଙ୍କ ସ୍ବର

ଉସ୍ତାଦ ରସିଦ ଖାନ ଉତ୍ତରପ୍ରଦେଶର ବନ୍ଦାୟୁରେ ଜନ୍ମଗ୍ରହଣ କରିଥିଲେ । ରସିଦ ଖାନ ଗୁଲାମ ମୁସ୍ତଫା ଖାନଙ୍କ ଭଣଜା ଅଟନ୍ତି । ସେ ତାଙ୍କ ଜେଜେବାପା ଉସ୍ତାଦ୍ ନିସାର ହୁସେନ୍ ଖାନଙ୍କଠାରୁ ସଙ୍ଗୀତ ତାଲିମ ନେଇଥିଲେ । ରସିଦ ଖାନଙ୍କ ୧୧ ବର୍ଷ ବୟସରେ ହିଁ ସଙ୍ଗୀତରେ କ୍ୟାରିଅର ଆରମ୍ଭ କରିଥିଲେ । ସେ ରାମପୁର-ସାହାସୱାନ ଘାରନାର ଜଣେ ଗାୟକ ଥିଲେ । ସେ ଚଳଚ୍ଚିତ୍ରରେ ମଧ୍ୟ ସ୍ବର ଦେଇଛନ୍ତି । 'ଜବ୍ ଭୀ ମେଟ୍'ର 'ଆଓଗେ ଜବ ତୁମ ସଜନା' ରେ ଗୀତ ସେ ଗାଇଥିବା ବେଳେ ଏହି ଗୀତ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହା ବ୍ୟତୀତ ରସିଦ ଖାନ ଶାହାରୁଖ ଖାନଙ୍କ ଫିଲ୍ମ ମାଇ ନେମ ଇଜ ଖାନରେ ମଧ୍ୟ ଗୀତ ଗାଇଥିଲେ । ଏଥିସହ ସେ ରାଜ ୩, କାଦମ୍ବରୀ, ସାଦୀ ମେ ଜରୁର ଆନା ଭଳି ଫିଲ୍ମରେ ମଧ୍ୟ ନିଜର କଣ୍ଠଦାନ କରି ଶ୍ରୋତାଙ୍କ ମନ ଜିତିଛନ୍ତି । ଏଥିସହ ସେ ଅନେକ ବଙ୍ଗାଳୀ ଗୀତ ମଧ୍ୟ ଗାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.