ETV Bharat / entertainment

RSS Remarks: ଜାଭେଦ ଅଖତରଙ୍କୁ ମୁମ୍ବାଇ କୋର୍ଟର ସମନ - ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର

ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କୁ ମୁମ୍ବାଇ କୋର୍ଟର ସମନ । ଆସନ୍ତା ଫେବୃଆରୀ 6ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଜାଭେଦ ଅଖତରଙ୍କୁ ମୁମ୍ବାଇ କୋର୍ଟର ସମନ, ଆରଏସ୍‌ଏସ୍‌ ଉପରେ ଦେଇଥିଲେ ମନ୍ତବ୍ୟ

author img

By

Published : Dec 14, 2022, 12:09 PM IST

ହାଇଦ୍ରାବାଦ: ବଲିଉଡର ପ୍ରସିଦ୍ଧ ଗୀତିକାର ତଥା ସ୍କ୍ରିପ୍ଟ ରାଇଟର ଜାଭେଦ ଅଖତରଙ୍କୁ ମୁମ୍ବାଇ କୋର୍ଟର ସମନ । ଆସନ୍ତା ଫେବୃଆରୀ 6ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଏସ୍‌ଏସ୍‌ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ନେଇ କୋର୍ଟ ତାଙ୍କୁ ସମନ କରିଛନ୍ତି ।

ସୂଚନା ଥାଉକି, ସେପ୍ଟେମ୍ବର 2021ରେ ଏକ ବ୍ୟକ୍ତିଗତ ସାକ୍ଷାତକାରରେ ଜାଭେଦ ଅଖତର ଆରଏସ୍‌ଏସ୍‌ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ମାମଲାରେ ହାଜର ହେବାକୁ କୋର୍ଟ ପକ୍ଷରୁ ତାଙ୍କୁ ନୋଟିସ ଦିଆଯାଇଛି । ଗତ ବର୍ଷ ଅକ୍ଟୋବରରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା 499 (ମାନହାନୀ) ଏବଂ 500 (ମାନହାନୀ ପାଇଁ ଦଣ୍ଡ) ଅଧୀନରେ ଆଡଭୋକେଟ ସନ୍ତୋଷ ଦୁବେ ଜାଭେଦ ଅଖତରଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ ।

ଜାଭେଦ ଅଖତର ବିରୋଧରେ ଅଭିଯୋଗ ହୋଇଥିଲା କି, ସେ ଏକ ସାକ୍ଷାତକାରରେ ଆରଏସଏସ ଏବଂ ତାଲିବାନର ତୁଳନା କରିଥିଲେ । ଆରଏସଏସ ସମର୍ଥକ ବୋଲି ଦାବି କରୁଥିବା ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ ଜାଭେଦ ଅଖତର ନାଗପୁର-ମୁଖ୍ୟାଳୟ ସଂଗଠନର ନାମକୁ ରାଜନୈତିକ ଲାଭ ପାଇଁ ବିବାଦ ଭିତରକୁ ଟାଣି ନେଇଛନ୍ତି ଏବଂ ଏହାକୁ ବ୍ୟବସ୍ଥିତ ବଦନାମ କରିଛନ୍ତି ।

ଏହା ବି ପଢନ୍ତୁ: Divyanka B'day: କାଷ୍ଟିଂ କାଉଚ୍‌ର ସାମ୍ନା କରିଥିଲେ ଦିବ୍ୟଙ୍କା, କ୍ୟାରିୟର ନଷ୍ଟ କରିବାକୁ ମିଳିଥିଲା ଧମକ

ଆଡଭୋକେଟ୍ ଦୁବେ ଅଭିଯୋଗ କରିଛନ୍ତି ଯେ, ‘‘ସାକ୍ଷାତକାର ସମୟରେ ଜାଭେଦ୍ ଅଖତରଙ୍କ ବିବୃତ୍ତି ଆରଏସଏସକୁ ବଦନାମ କରିବା ସହିତ ସଂଗଠନରେ ଯୋଗ ଦେବାକୁ ଇଚ୍ଛା କରୁଥିବା ଲୋକଙ୍କୁ ନିରାଶ କରିବା ତଥା ବିଭ୍ରାନ୍ତ କରିବା ପାଇଁ ଏକ ଯୋଜନାବଦ୍ଧ ପଦକ୍ଷେପ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.