ETV Bharat / entertainment

Mrunal Thakur: 'ବିବାହ କଲେ କି ମୃଣାଲ ?' ବ୍ରାଇଡ୍ରାଲ୍‌ ଲୁକ୍‌ ଦେଖି ଫ୍ୟାନ୍ସ କଲେ ଏପରି ପ୍ରଶ୍ନ

'ସୀତା ରାମମ' ଫେମ ଅଭିନେତ୍ରୀ ମୃଣାଲ ଠାକୁର ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ନୂଆ ଫଟୋ ସେୟାର କରିଥାଆନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ବ୍ରାଇଡ୍ରାଲ ଲୁକ୍‌ରେ ନଜର ଆସିଛନ୍ତି । ଫ୍ୟାନ୍ସ ଏହି ଫଟୋକୁ ଲାଇକ କରିବା ସହିତ ବିବାହକୁ ନେଇ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

ବିବାହ କଲେ କି ମୃଣାଲ? ବ୍ରାଇଡ୍ରାଲ ଲୁକ ଫଟୋ ସେୟାର କଲେ ଫ୍ୟାନ୍ସ କଲେ ଏପରି ପ୍ରଶ୍ନ

author img

By

Published : Jul 30, 2023, 6:25 PM IST

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ କ୍ୟାରିଅର ଆରମ୍ଭ କରିଥିବା ମୃଣାଲ ଠାକୁର ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ତାରକା ହୋଇପାରିଛନ୍ତି। ସେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ, ସାହିଦ କପୁର, କାଜୋଲ, ଦୁଲକର ସଲମାନ ପରି ତାରକାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି। ସେ ଖୁବ୍ ଶୀଘ୍ର ୱେବ୍ ସିରିଜ୍ 'ମେଡ୍ ଇନ୍ ହେୱେନ ସିଜନ 2'ରେ ନଜର ଆସିବେ । ଏହାପୂର୍ବରୁ ଅଭିନେତ୍ରୀଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ନାଲି ଯୋଡ଼ାରେ ନଜର ଆସିଛନ୍ତି । ତାଙ୍କର ଏହି ରୂପ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରବିବାର ଦିନ ମୃଣାଲ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଅପଲୋଡ୍ କରିଛନ୍ତି । ଏହି ପୋଷ୍ଟରେ ମୃଣାଲଙ୍କୁ ନାଲି ଆଉଟଫିଟ ସହ ବ୍ରାଇଡ୍ରାଲ ଲୁକରେ ଦେଖିବାକୁ ମିଳିଛି। ସେ ଏହି ଲୁକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ମୃଣାଲ ଏହି ଫଟୋକୁ ସେୟାର କରି ଏକ ରିଙ୍ଗ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, 'ମୋ ବଡ଼ ଦିନର ଅଦୃଶ୍ୟ ଫଟୋ । ମେଡ୍‌ ଇନ୍‌ ହେୱେନ୍‌ । ଅଗଷ୍ଟ 10ରୁ କେବଳ ପ୍ରାଇମ୍ ଭିଡିଓରେ ।

କିଛି ଦିନ ପୂର୍ବରୁ ସେୟାର ହୋଇଥିବା ଏହି ପୋଷ୍ଟରେ ଅନେକ ମନ୍ତବ୍ୟ ଆସିଛି । ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମୃଣାଲଙ୍କ ଲୁକ୍‌କୁ ପସନ୍ଦ କରିବା ସହ ହାର୍ଟ ଇମୋଜି ଦେଇଥିଲେ । ଏଥିସହିତ ଜଣେ ପ୍ରଶଂସକ ମଧ୍ୟ ଲାଇକ୍‌ କରି ପ୍ରତିକ୍ରିୟା ଦେଇଥିଲେ । ଜଣେ ଲେଖିଛନ୍ତି, 'ମୁଁ ଭାବିଲି ମୃଣାଲ ବିବାହ କରିଛନ୍ତି ।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ତୁମେ ବହୁତ ସୁନ୍ଦର ଦେଖାଯାଉଛ ।' ଆଉ ଜଣେ ପ୍ରଶଂସକ 'ମୃଣାଲ'ଙ୍କୁ ରାଣୀ ବୋଲି କହିଛନ୍ତି । ଅନେକ ଫ୍ୟାନ୍ସ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୋୟା ଅଖତରଙ୍କ ଆଗାମୀ ସିରିଜର ପ୍ରଥମ ପୋଷ୍ଟର ଆଉଟ, ଏହି ପ୍ଲାଟଫର୍ମରେ ହେବ ଷ୍ଟ୍ରିମିଂ

ସୂଚନା ଥାଉ କି, 'ମେଡ୍ ଇନ୍ ହେୱେନ୍‌' ସିଜନ୍ ୨ ମୃଣାଲଙ୍କ ସମେତ ପୁଣି ଥରେ ଶୋଭିତା ଧୂଲିପାଲା, ଅର୍ଜୁନ ମାଥୁର, କାଲ୍କି କେକଲା, ଶଶାଙ୍କ ଆରୋରା, ଶିବାନୀ ରଘୁଭନ୍ସି ଏବଂ ଜିମ୍ ସରଭଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଅଗଷ୍ଟ 10ରୁ କେବଳ ପ୍ରାଇମ୍ ଭିଡିଓରେ ରିଲିଜ ହେବ । ଜୋୟା ଅଖ୍‌ତର ଏବଂ ରିମା କାଗତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ । 4 ବର୍ଷ ପରେ ଫିଲ୍ମ ନିର୍ମାତା ଏହାର ଦ୍ବିତୀୟ ଭାଗ ରିଲିଜ କରିବାକୁ ଯାଉଛନ୍ତି । ପ୍ରଥମଭାଗ ପରି ଏହା ମଧ୍ୟ ସଫଳତା ହାସଲ କରିବ ବୋଲି ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.