ETV Bharat / entertainment

Mouni roy in Miami Beach: ମିଆମି ବିଚରେ ମୌନି ରୟଙ୍କ ହଟ୍ ଲୁକ୍

author img

By

Published : Mar 15, 2023, 7:26 PM IST

ସୋସିଆଲ ମିଡିଆରେ ମୌନି ରୟ ସେୟାର କରିଛନ୍ତି ନିଜ ହଟ ଲୁକର ଭିଡିଓ ଓ ଫଟୋ । ଫ୍ୟାନ୍ସ ଏହାକୁ ଖୁବ ଲାଇକ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମିଆମି ବିଚରେ ମୌନି ରୟଙ୍କ ହଟ୍ ଲୁକ୍
ମିଆମି ବିଚରେ ମୌନି ରୟଙ୍କ ହଟ୍ ଲୁକ୍

ହାଇଦ୍ରାବାଦ: ନାଗିନ ଅଭିନେତ୍ରୀ ମୌନି ରୟ ଅକ୍ଷୟ କୁମାରଙ୍କ ଦ୍ବାରା ପରିଚାଳିତ ସୋ' USA ଦି ଏଣ୍ଟରଟେନର୍ସ ଟୁର୍‌ ବିରତି ନେଇ ବର୍ତ୍ତମାନ ମିଆମିରେ କିଛି ଛୁଟି ସମୟ ଅତିବାହିତ କରୁଥିବାର ନଜର ଆସିଛନ୍ତି । ସେଠାକାର କିଛି ଭିଡିଓ ଏବଂ ଫଟୋ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।

ଅଭିନେତ୍ରୀ ମୌନି ନିକଟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ କିଛି ଫଟୋ ସେୟାର କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ମିଆମି ବିଚ୍‌ରେ ଉପଭୋଗ କରୁଥିବାର ଭିଡିଓ ଏବଂ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହି ଭିଡିଓ ଏବଂ ଫଟୋରେ ମୌନିଙ୍କୁ ହଟ୍ ଲୁକରେ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଦୁଇଟି ଚିତ୍ର ଏବଂ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ ସମୁଦ୍ର କୂଳରେ ପାଣି ଭିତରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି । ମଲ୍ଟି ରଙ୍ଗର ବିକିନି ପିନ୍ଧି ମୌନି ଫିଟ୍ ଦେଖାଯାଉଥିଲେ । ଏଥିସହ ସେ ଗଗଲ୍ସ ଏବଂ ଖୋଲା କେଶରେ ବେଶ ଆକର୍ଷଣୀୟ ଲାଗୁଥିଲେ । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ହେଲୋ ମିଆମି ।

ତେବେ ଅଭିନେତ୍ରୀ ଏହି ପୋଷ୍ଟ ସେୟାର କରିବା ମାତ୍ରେ ତାଙ୍କ ପ୍ରଶଂସକ ଏବଂ ବନ୍ଧୁ ପୋଷ୍ଟ୍‌ ଲାଇକ କରିବା ସହିତ କମେଣ୍ଟ୍‌ ଦେଇଥିଲେ। ଦିଶା ପଟାନି, ଜାରା ଖାନ ଏବଂ ଦ୍ରଷ୍ଟୀ ଧାମିଙ୍କ ସମେତ ଅନେକ କଳାକାର ତାଙ୍କ ପୋଷ୍ଟରେ କମେଣ୍ଟ୍‌ ଦେଇଛନ୍ତି । ଅଭିନେତ୍ରୀ ଦିଶା ପଟାନି ମନ୍ତବ୍ୟ ଦେଇଛନ୍ତି, "ସୋ' ହଟ୍"। ଜାରା ଖାନ ମନ୍ତବ୍ୟ ଦେଇଛନ୍ତି, "Mouniiiiiii omfg !!!! ସମୁଦ୍ରରେ ନିଆଁ ଲଗାଇଦେଉଛ!!!" ଅନ୍ୟ ପଟେ, ଜଣେ ପ୍ରଶଂସକ ଲେଖିଛନ୍ତି, ମୌନି ବହୁତ ହଟz ଦେଖାଯାଉଛନ୍ତି । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ମୌନି ରୟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ବ୍ରହ୍ମାସ୍ତ୍ରରେ ମୌନିଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ମୌନିଙ୍କ ଅଭିନୟ ପାଇଁ ତାଙ୍କର ଖୁବ ଚର୍ଚ୍ଚା ଓ ପ୍ରଶଂସା ମିଳିଥିଲା । ଏହି ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନ, ସାଉଥ ଅଭିନେତା ନାଗାର୍ଜୁନ, ଶାହରୁଖ ଖାନ ଏବଂ ଅନ୍ୟାନ୍ୟ ଜଣାଶୁଣା କଳାକାରଙ୍କ ସମେତ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ମୌନି ରୟ ଟିଭି ସିରିଏଲରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଲମ୍ବା ସମୟ ଧରି ଚାଲିଥିବା ନାଗିନ ସିରିଏଲରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ମୌନି । ଏହି ସିରିଏଲ ତାଙ୍କୁ ସଫଳତା ଦେବା ସହ ଏକ ନୂତନ ପରିଚୟ ଦେଇଥିଲା । ମୌନି ନାଗିନ ନାଁରେ ଘରେ ଘରେ ବେଶ ପରିଚିତ । ଏହାସହ ସେ ଦେବୋ କେ ଦେବ-ମହାଦେବ ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିପାରିଥିଲେ । ଏହାପରେ ପରେ ସେ ବଲିଉଡ ଜଗତରେ ପାଦ ଦେଇ ସଫଳତା ହାସଲ କରିପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.