ETV Bharat / entertainment

Ileana DCruz: ମନର ମଣିଷର ମୁହଁ ଦେଖାଇଲେ ଇଲିଆନା

author img

By

Published : Jul 17, 2023, 10:19 AM IST

ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ଇଲିଆନା ଡିକ୍ରୁଜ ନିଜ ମିଷ୍ଟ୍ରିମ୍ୟାନର ଚେହେରା ଦେଖାଇଛନ୍ତି । ସୋସିଆଲ ମିଡିଆରେ ପୂର୍ବରୁ ନିଜ ବୟଫ୍ରେଣ୍ଡର ମୁହଁ ଲୁଚାଇ ପୋଷ୍ଟ ସେୟାର କରୁଥିବା ବେଳେ ଆଜି ଶେଷରେ ବୟଫ୍ରେଣ୍ଡର ଚେହେରା ଦେଖାଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ

ନିଜ ମିଷ୍ଟ୍ରିମ୍ୟାନର ଚେହେରା ଦେଖାଇଲେ ଇଲିଆନା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ଇଲିଆନା ଡି’କ୍ରୁଜ୍ । ବିନା ବିବାହରେ ମା' ହେବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏହା ପରେ ଫ୍ୟାନ୍ସ ଅଭିନେତ୍ରୀଙ୍କ ଶିଶୁର ବାପା କିଏ ତାକୁ ନେଇ ଅନେକ ପ୍ରଶ୍ନ କରିଥିଲେ ଏବଂ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ବର୍ତ୍ତମାନ ଇଲିଆନା ଫ୍ୟାନ୍ସଙ୍କ ଅପେକ୍ଷାକୁ ଅନ୍ତ କରିଛନ୍ତି । ନିଜ ମିଷ୍ଟ୍ରିମ୍ୟାନ ତଥା ବୟଫ୍ରେଣ୍ଡର ଚେହେରା ଦେଖାଇଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ କ୍ୟୁଟ ଫଟୋ ସେୟାର କରି ଇଲିଆନା ଏବେ ବୟଫ୍ରେଣ୍ଡକୁ ଦେଖାଇଛନ୍ତି ।

ଆଜି ଇଲିଆନା ଇନଷ୍ଟାଗ୍ରାମ ଷ୍ଟୋରୀରେ ତିନୋଟି ଫଟୋର ଏକ କୋଲାଜ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ମିଷ୍ଟ୍ରିମ୍ୟାନ ତଥା ବୟଫ୍ରେଣ୍ଡ ସହ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ ଉଭୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି କ୍ୟାପସନରେ ଇଲିଆନା ଡେଟ ନାଇଟ ଲେଖିବା ସହ ଲାଲ ହାର୍ଟ ଇମୋଜି ଦେଇଛନ୍ତି । ହେଲେ ଅଭିନେତ୍ରୀ ତାଙ୍କ ସାଥୀଙ୍କ ନାମ ପ୍ରକାଶ କରିନାହାଁନ୍ତି । ସୂଚନା ଥାଉ କି, ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନ୍ ଲୋରେଣ୍ଟ ମିସେଲଙ୍କୁ ଡେଟ କରୁଥିଲେ । ତାଙ୍କର ସର୍ବଶେଷ ସୋସିଆଲ ମିଡିଆ ପୋଷ୍ଟ, ଫଟୋରେ ଥିବା ବ୍ୟକ୍ତି ସେବାଷ୍ଟିଆନ୍ ନଥିବାରୁ କଳ୍ପନା ଜଳ୍ପନା ଏବଂ ରୁମରର ଅନ୍ତ ଘଟିଛି ।

ସୂଚନା ଥାଉ କି, ଏହି 36 ବର୍ଷୀୟ ଅଭିନେତ୍ରୀ ପୂର୍ବରୁ ଅଷ୍ଟ୍ରେଲୀୟ ଫଟୋଗ୍ରାଫର ଆଣ୍ଡ୍ରିୟୁ କନିବୋନଙ୍କୁ ବିବାହ କରିଥିଲେ । ପରେ କିନ୍ତୁ ଏହି ଯୋଡି କିଛି ବର୍ଷ ମଧ୍ୟରେ ଅଲଗା ହୋଇଥିଲେ । ତା' ପରେ ଇଲିଆନା ଚଳିତବର୍ଷ ଏପ୍ରିଲ 18ରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ । ଏପରି ସ୍ଥିତିରେ ବିବାହ ବିନା ଇଲିଆନା ମା' ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବର୍ତ୍ତମାନ ଇଲିଆନା ଗର୍ଭଧାରଣର 9 ମାସ ହୋଇସାରିଲାଣି । ସୋସିଆଲ ମିଡିଆରେ ଗର୍ଭଧାରଣ ସମୟର ଅପଡେଟ ଫ୍ୟାନ୍ସଙ୍କ ସହ ସେୟାର କରୁଛନ୍ତି । ପୂର୍ବରୁ ଇଲିଆନା ଅନେକ ଥର ନିଜ ବେବି ବମ୍ପ ଲୁକ ସହ ନିଜ ମିଷ୍ଟ୍ରିମ୍ୟାନ ତଥା ବୟଫ୍ରେଣ୍ଟର ଫଟୋ ସେୟାର କରିଥିଲେ । ହେଲେ ତାଙ୍କ ଚେହେରା ଦେଖାଇନଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରେଗନ୍ସିର ନବମ ମାସର ଫଟୋ ସେୟାର କଲେ ଇଲିଆନା

ଇଲିଆନା ପୂର୍ବରୁ ତାଙ୍କ ମିଷ୍ଟ୍ରି ମ୍ୟାନଙ୍କ ଏକ ମୋନୋକ୍ରୋମ୍ ଫଟୋ ସେୟାର କରିଥିଲେ । ପରେ ପୁଣି ତାଙ୍କ ପ୍ରେମିକ ବା ମିଷ୍ଟ୍ରି ମ୍ୟାନଙ୍କ ଝଲକ ଦେଖାଇଥିଲେ । ଏହି ଫଟୋରେ ତାଙ୍କ ମିଷ୍ଟ୍ରି ମ୍ୟାନ ତାଙ୍କ କୁକୁରକୁ ଭଲ ପାଉଥିବାର ନଜର ଆସିଥିଲେ । ହେଲେ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଶିଶୁର ବାପାଙ୍କ ଚେହେରା ଦେଖାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ ଜନ୍ମିତ ସନ୍ତାନର ବାପାଙ୍କ ପରିଚୟ ପ୍ରକାଶ କରି ନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.