ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହକୁ ୬ବର୍ଷ ପୁରିଛି । ବିବାହର ୬ବର୍ଷ ପରେ ଏହି ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି । କିଛି ଦିନ ହେଲା ଏନେଇ ଚର୍ଚ୍ଚା ହେଉଥିବା ବେଳେ ଗତକାଲି ଫଟୋ ସେୟାର କରି ଖବରକୁ ନିଶ୍ଚିତ କରିଥିଲେ ବିପାଶା ଏବଂ କରଣ । ଗତକାଲି ବିପାଶା ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି।
- " class="align-text-top noRightClick twitterSection" data="
">
ବିପାଶୁ ବସୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ବିପାଶା ସୋସିଆଲ ମିଡିଆରେ ନିଜ ବେବି ବମ୍ପ ଦେଖାଇଥିବାବେଳେ ବୁଧବାର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ବିପଶା ସୋସିଆଲ ମିଡିଆରେ 'Move Your Bump' ଟ୍ରେଣ୍ଡରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ବିପାଶା ବସୁ ଏକ କଳା ପୋଷାକରେ ନଜର ଆସିଛନ୍ତି ।
ଏହି ଭିଡିଓରେ ବିପାଶା ଲିପ୍ ସିଙ୍କ୍ କରୁଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି ଯେ, ‘ମୁଁ ମୋ କୋଳରେ ଏକ ଶିଶୁ ପାଇଛି।’ ବିପାଶାଙ୍କ ଏହି ଅନ୍ଦାଜକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଉଲ୍ଲେଖନୀୟ ଯେ, ସୋସିଆଲ ମିଡିଆରେ ବିପାଶା ଗର୍ଭଧାରଣ ଘୋଷଣା କରି ଲେଖିଥିଲେ, ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଆମ ଜୀବନରେ ଏକ ନୂଆ ଆଲୋକ ଯୋଡି ହୋଇଛି, ଏହି ମୁହୂର୍ତ୍ତ ଆମକୁ ବହୁତ ଖୁସି ଦେଇଛି, ଆମେ ଏହାକୁ ବ୍ୟକ୍ତିଗତ ଭାବରେ ଆରମ୍ଭ କରିଛୁ ଏବଂ ତାପରେ ଆମେ ପରସ୍ପରକୁ ଭେଟିଥିଲୁ ଏବଂ ସେବେଠାରୁ ଆମେ ଦୁଇ ହୋଇଗଲୁ ।
ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୨୫ ମସିହାରେ ALONE ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।