ETV Bharat / entertainment

Amir Liaqat Hussain Dead: ପାକ୍ ସାଂସଦ ଆମିର ଲିଆକତଙ୍କ ସନ୍ଦେହଜନକ ମୃତ୍ୟୁ - ଡ୍ରଗ୍ସ ସେବନ କରୁଥିଲେ ଆମିର

ପାକ୍ ସାଂସଦ ତଥା ଜଣାଶୁଣା ଟିଭି ହୋଷ୍ଟ ଆମିର ଲିଆକତ୍‌ ହୁସେନଙ୍କ ଦେହାନ୍ତ ହୋଇଛି । ଆମିର ଲିଆକତ୍‌ ହୁସେନ୍‌ଙ୍କ ମୃତଦେହ କରାଚିସ୍ଥିତ ତାଙ୍କ ଘରୁ ମିଳିଛି । ଅଧିକ ପଢନ୍ତୁ

ପାକ୍ ସାଂସଦ ଆମିର ଲିଆକତଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Jun 9, 2022, 7:38 PM IST

ହାଇଦ୍ରାବାଦ: ପାକ୍ ସାଂସଦ ତଥା ଜଣାଶୁଣା ଟିଭି ହୋଷ୍ଟ ଆମିର ଲିଆକତ୍‌ ହୁସେନଙ୍କ ଦେହାନ୍ତ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଆମିର ଲିଆକତ୍‌ ହୁସେନ୍‌ଙ୍କ ମୃତଦେହ କରାଚିସ୍ଥିତ ତାଙ୍କ ଘରୁ ମିଳିଛି। ମୃତ୍ୟୁ ବେଳକୁ ଆମିର ଲିଆକତ୍‌ ହୁସେନ୍‌ଙ୍କୁ 49 ବର୍ଷ ବୟସ ହୋଇଥିଲା। ତୃତୀୟ ବିବାହ ଏବଂ ଛାଡପତ୍ର ପରେ ଆମିର ଅଧିକ ଚର୍ଚ୍ଚାକୁ ଆସିଥିଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି 'ପାକିସ୍ତାନ ତେହେରିକ-ଇ-ଇନସାଫ‌' (ପିଟିଆଇ)ର ସାଂସଦ ଆମିର ଲିଆକତ୍‌ ହୁସେନ୍‌ ପାକିସ୍ତାନରେ ଶାହବାଜ ସରିଫ ସରକାର ଗଠନ ପରେ ପିଟିଆଇ ନେତାଙ୍କଠାରୁ ଦୂରେଇ ଯାଇଥିଲେ।

ଡାକ୍ତରଖାନା ଯିବାକୁ କରିଥିଲେ ମନା

ଜିଓ ନ୍ୟୁଜ୍ ଅନୁଯାୟୀ, ଆମିରଙ୍କୁ ଘରୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତା’ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗତ ରାତିରୁ ଆମିରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା, କିନ୍ତୁ ସେ ରାତିରେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଗଣମାଧ୍ୟମ ଅନୁଯାୟୀ କର୍ମଚାରୀ ଜାଭେଦ୍ କହିଛନ୍ତି ଯେ, ସକାଳେ ଆମିରଙ୍କ ରୁମ୍‌ରୁ ପାଟିତୁଣ୍ଡର ଶବ୍ଦ ଶୁଣିବାକୁ ମିଳିଥିଲା। ଯେତେବେଳେ ଆମିରଙ୍କଠାରୁ କୌଣସି ପ୍ରତିକ୍ରିୟା ନମିଳିଲା, ସମସ୍ତ କର୍ମଚାରୀ କବାଟ ଭାଙ୍ଗି ଭିତରକୁ ଯାଇଥିଲେ।

ତୃତୀୟ ପତ୍ନୀ ଲିକ୍ କରିଥିଲେ ଆପତ୍ତିଜନକ ଭିଡିଓ

ଗତ କିଛି ଦିନ ହେବ ଆମିର ଅନେକ ଚର୍ଚ୍ଚାରେ ଥିଲେ । ତାଙ୍କର ଏକ ଆପତ୍ତିଜନକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓଟି ଆମିରଙ୍କ କୋଠରୀର ଥିଲା, ଯେଉଁଥିରେ ସେ ଆଇସ୍‌ ଡ୍ରଗ୍ସର ସେବନ କରୁଥିବା ଦେଖିବାକୁ ମିଳିଥିଲା ​​। ଏହି ସମୟରେ, ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଆମିର ତାଙ୍କ ତୃତୀୟ ପତ୍ନୀ ଦାନିଆ ମଲିକଙ୍କୁ ଗାଳିଗୁଲଜ କରୁଥିଲେ |

ପତ୍ନୀଙ୍କ ଦାବି, ଆମିର ଡ୍ରଗ୍ସ ସେବନ କରୁଥିଲେ

ସୂଚନାଯୋଗ୍ୟ ଯେ ଆମିରଙ୍କ ତୃତୀୟ ପତ୍ନୀ ଦାନିଆ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବାସ୍ତବରେ, ଦାନିଆ ଏହି ଭିଡିଓ ଲିକ୍ କରି ଦାବି କରିଛନ୍ତି ଯେ, ତାଙ୍କ ସ୍ୱାମୀ ଦାନିଆ ଡ୍ରଗ୍ସ ସେବନ କରନ୍ତି। ସେହି ସମୟରେ ଆମିର ଦାନିଆଙ୍କ ଦାବିକୁ ମିଥ୍ୟା ବୋଲି କହିଥଲେ, କାରଣ ରୁମ୍‌ ଭିତରେ ଭିଡିଓ ରେକର୍ଡ କରିଥିବା ଦାନିଆ କହିପାରିବେ ନାହିଁ। ଏଥି ସହିତ ଛାଡପତ୍ର ଆବେଦନ ପରେ, ଦାନିଆ ତାଙ୍କ ନାମ ଦାନିଆ ଆମିର ମଲିକରୁ ଦାନିଆ ମଲିକରେ ବଦଳାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.