ETV Bharat / entertainment

ସୁସ୍ଥ ଅଛନ୍ତି ମିଥୁନ ଚକ୍ରବର୍ତ୍ତୀ, କହିଲେ ଅଭିନେତାଙ୍କ ମୁଖପାତ୍ର

author img

By

Published : May 3, 2022, 3:52 PM IST

ମିଥୁନ ଚକ୍ରବର୍ତ୍ତୀ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ଯାଇଥିଲେ ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ ବୋଲି ଅଭିନେତାଙ୍କ ମୁଖପାତ୍ର କହିଛନ୍ତି । ଅଧିକ ପଢନ୍ତୁ

ସୁସ୍ଥ ଅଛନ୍ତି ମିଥୁନ ଚକ୍ରବର୍ତ୍ତୀ, କହିଲେ ଅଭିନେତାଙ୍କ ମୁଖପାତ୍ର
ସୁସ୍ଥ ଅଛନ୍ତି ମିଥୁନ ଚକ୍ରବର୍ତ୍ତୀ, କହିଲେ ଅଭିନେତାଙ୍କ ମୁଖପାତ୍ର

ମୁମ୍ବାଇ: ସୁସ୍ଥ ଅଛନ୍ତି ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ନିକଟରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଡିସଚାର୍ଜ କରାଯାଇଛି। ଅଭିନେତାଙ୍କ ମୁଖପାତ୍ର କହିଛନ୍ତି ଯେ, ମିଥୁନ ଚକ୍ରବର୍ତ୍ତୀ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ଯାଇଥିଲେ ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଡନୀରେ ଷ୍ଟୋନ ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ସଫଳତାର ସହ ଅପରେସନ ହୋଇଥିବା ନେଇ ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସୂଚନା ଦେଇଥିଲ ।

ଏହା ବି ପଢନ୍ତୁ: ହସ୍ପିଟାଲରେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଭାଇରାଲ ହେଉଛି ଫଟୋ

ଆଜି ଅଭିନେତାଙ୍କ ମୁଖପାତ୍ର ପିଟିଆଇକୁ କହିଛନ୍ତି ଯେ, ସେ ନିୟମିତ ଯାଞ୍ଚ ପାଇଁ ଯାଇଥିଲେ ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ। ସେ ବର୍ତ୍ତମାନ ଘରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଚିବ ଡ. ଅନୁପମ ହାଜ୍ରା ଟ୍ୱିଟ୍ କରିବା ପରେ ଶନିବାର ଦିନ ଡାକ୍ତରଖାନାରୁ ମିଥୁନ ଚକ୍ରବର୍ତ୍ତୀ (71) ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଥିଲେ । ତେବେ କେହି କେହି ଏହାକୁ ନେଇ ଗୁଜବ ସୃଷ୍ଟି କରିଥିବାରୁ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସ୍ୱାସ୍ଥ୍ୟବସ୍ଥା ବାବଦରେ ବିସ୍ତୃତ ବିବରଣୀ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.