ହାଇଦ୍ରାବାଦ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜାଙ୍କ ଆଗାମୀ ଚଳଚ୍ଚିତ୍ର 'ମିଷ୍ଟର ମମି' ଟ୍ରେଲର ରିଲିଜ୍ ହୋଇଛି । ଏହା ଏକ ରୋମାଣ୍ଟିକ୍ କମେଡି ଫିଲ୍ମ । ୧୦ ବର୍ଷ ପରେ, ଏହି ଯୋଡି ପୁଣି ଥରେ ପରଦାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ନିକଟରେ ଏହି ଦମ୍ପତି ୧୦ମ ବିବାହ ବାର୍ଷିକୀ ପାଳନ କରିଛନ୍ତି ଏବଂ ପ୍ରଶଂସକଙ୍କୁ ଏକ ନୂଆ ଚଳଚ୍ଚିତ୍ର ମଧ୍ୟ ଉପହାର ଦେଇଛନ୍ତି । ଏହି ବର୍ଷ ଆରମ୍ଭରେ, ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା ।
- ' class='align-text-top noRightClick twitterSection' data=''>
୨.୪୧ ଟ୍ରେଲର ରିତେଶ ଦେଶମୁଖ ଏବଂ ଅଭିନେତା ମହେଶ ମାଞ୍ଜରେକରଙ୍କ କମେଡିରୁ ଆରମ୍ଭ ହେଉଛି । ଟ୍ରେଲରରେ ଏହା ଦେଖାଯାଇଛି ଯେ, ରିତେଶ ତାଙ୍କ ସମସ୍ୟା ନେଇ ଡାକ୍ତର ତଥା ମହେଶ ମାଞ୍ଜରେକରଙ୍କ ନିକଟକୁ ଯାଆନ୍ତି, ସେହି ସମୟରେ ଜଣେ ମହିଳା ମଧ୍ୟ ସେଠାରେ ପହଞ୍ଚି ତାଙ୍କ ଗର୍ଭବତୀ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ କହନ୍ତି, ଯେଉଁଥିରେ ରିତେଶ କହିଛନ୍ତି ଯେ, ତାଙ୍କର ମଧ୍ୟ ସମାନ ସମସ୍ୟା ରହିଛି । ଏହା ଶୁଣିବା ପରେ ଡାକ୍ତର ମହେଶ ତାଙ୍କୁ (ରିତେଶ) ଗର୍ଭବତୀ ଥିବା କୁହନ୍ତି । ଏହା ପରେ ପୁରା ଟ୍ରେଲରରେ ଗୋଟିଏ ମଜାଳିଆ ସିନ୍ ସହିତ ରିତେଶ ନିଜର କମେଡି ଫ୍ଲେବରର ତଡକା ଲଗାନ୍ତି ।
ଚଳିତ ବର୍ଷ ଫେବୃଆରୀ ୪ରେ ନିର୍ମାତାମାନେ ଫିଲ୍ମର ଅନେକ ପୋଷ୍ଟର ଲଞ୍ଚ କରିଥିଲେ । ଏହି ପୋଷ୍ଟରରେ ରିତେଶ ଏବଂ ଜେନେଲିଆ ଗର୍ଭବତୀ ଥିବା ଦେଖାଯାଇଥିଲା । ଏହି ପୋଷ୍ଟରଗୁଡ଼ିକର ଟ୍ୟାଗ୍ ଲାଇନ୍ ଥିଲା 'ଭରପୁର ଦିଲ୍ କମେଡି ପେଟ୍ ସେ' ।
ଏହା ବି ପଢନ୍ତୁ: Mister Mummy First Look: 10 ବର୍ଷ ପରେ ବେବି ବମ୍ପରେ ନଜର ଆସିଲେ ରିତେଶ-ଜେନିଲିଆ
'ମିଷ୍ଟର ମମି' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଶାଦ ଅଲି । ଭୂଷଣ କୁମାର ଏବଂ ହେକ୍ଟିକ୍ ସିନେମା ପ୍ରାଇଭେଟ ଲିମିଟେଡ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ । ଆପଣଙ୍କୁ କହିରଖୁଛୁ, ରିତେଶ ଏବଂ ଜେନେଲିଆଙ୍କୁ ଶେଷ ଥର 'ତେରେ ନାଲ୍ ଲଭ୍ ହୋ ଗୟା'ରେ(୨୦୧୨) ଏକାଠି ଦେଖିବାକୁ ମିଳିଥିଲା । ବିବାହ ପରେ ଉଭୟଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିନଥିଲା । ତେବେ ବିବାହ ପରେ ଏହି ଦମ୍ପତି ଫିଲ୍ମରେ ପୁଣି ଏକାଠି ନଜର ଆସିବେ ।