ETV Bharat / entertainment

ମିସ୍ ୟୁନିଭର୍ସ 2023: ନ୍ୟାସନାଲ କଷ୍ଟ୍ୟୁମ ଶୋ'ରେ ହୋସ୍‌ ଉଡାଇଲେ ଶ୍ବେତା ଶାରଦା

Miss Universe 2023: ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି ଶ୍ବେତା ଶାରଦା । ଏହି ସମୟରେ ସେ ନ୍ୟାସନାଲ କଷ୍ଟ୍ୟୁମ ଶୋ'ରେ ଗଡେସଙ୍କ ଲୁକରେ ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Nov 17, 2023, 4:39 PM IST

ମିସ୍ ୟୁନିଭର୍ସ 2023: ନ୍ୟାସନାଲ କଷ୍ଟ୍ୟୁମ ଶୋ' ରେ ଶ୍ବେତା ଶାରଦାଙ୍କ ଲୁକ ଦେଖି ଉଡିଯିବ ହୋସ୍

ହାଇଦ୍ରାବାଦ: ୭୨ତମ ମିସ୍ ୟୁନିଭର୍ସ ନଭେମ୍ବର ୧୮ରେ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅଲ ସାଲ୍ବାଡୋରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ନ୍ୟାସନାଲ କଷ୍ଟ୍ୟୁମ ଶୋ' ୧୬ ନଭେମ୍ବର ଦିନ ରାତି ୯ ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ଭାରତକୁ ପ୍ରତିନିଧିତ୍ବ କରିଥିବା ଶ୍ବେତା ଶାରଦା ଜାତୀୟ ପୋଷାକ ଶୋ'ରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ରାମ୍ପ ୱାର୍କରେ 'armoured goddess' (ଗଡେସ) ଲୁକରେ ନଜର ଆସିଛନ୍ତି । ଯାହାର ଭିଡିଓ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ନିଧି ୟଶାଙ୍କ ଦ୍ୱାରା ଡିଜାଇନ ହୋଇଥିବା ଏହି ଗଡେସ ପୋଷାକରେ ନଜର ଆସିଛନ୍ତି ଶ୍ବେତା ଶାରଦା । ଶ୍ବେତା ମୁଣ୍ଡରେ ଏକ ଗୋଲ୍ଡେନ ରଙ୍ଗର ମୁକୁଟ ପିନ୍ଧିଛନ୍ତି । ଯାହା ପଦ୍ମର ପ୍ରଭାବମଣ୍ଡଳ ଅଟେ । ସେହିପରି ସେ ପିନ୍ଧିଥିବା ଆଉଟଫିଟ ଭାରତର ଜାତୀୟ ପକ୍ଷୀ ମୟୂରର ଅଟେ । ଗୋଲ୍ଡେନ ମୟୂରକୁ ହାତରେ ପ୍ରସ୍ତୁତ କରାଯାଇଛି । ଏହି ପୋଷାକ ମାଧ୍ୟମରେ ଚ୍ୟାଲେଞ୍ଜ ଏବଂ ମଜବୁତ ହୋଇ ଉଦୀୟମାନ ହେବାର ପ୍ରତୀକକୁ ଦର୍ଶାଯାଇଛି । ଏହା ବିବିଧତା, ଅଖଣ୍ଡତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ । ଯାହା ଏକ ଦେବୀଙ୍କ ରୂପରେ ସମର୍ପିତ କରାଯାଇଛି ।

ଶ୍ବେତା ଶାରଦା କ୍ୟାରିଅର

ମିସ୍ ଡିଭା ୟୁନିଭର୍ସ 2023 ଭାବରେ ମୁକୁଟ ପିନ୍ଧିଥିବା ଶାରଦା ଜଣେ ମଡେଲ, ନୃତ୍ୟଶିଳ୍ପୀ ଏବଂ କୋରିଓଗ୍ରାଫର ଅଟନ୍ତି । ଚଣ୍ଡିଗଡ଼ରୁ ସେ ନୃତ୍ୟରେ କ୍ୟାରିୟର କରିବା ପାଇଁ ୧୬ ବର୍ଷରେ ମୁମ୍ବାଇ ଆସିଥିଲେ । ତାଙ୍କ ଯାତ୍ରାରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ୍ ୬, ଡ୍ୟାନ୍ସ ଦିୱାନେ, ଏବଂ ଡ୍ୟାନ୍ସ ପ୍ଲସ୍ ୬ ଭଳି ବିଭିନ୍ନ ନୃତ୍ୟ-ରିଆଲିଟି ଶୋ’ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ଏହା ସହିତ ସେ ଝଲକ ଦିଖଲା ଜା ସିଜନ 1୦ରେ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମିସ୍ ୟୁନିଭର୍ସ ୨୦୨୩: ସାମିଲ ହେବେ ୯୦ ଟି ଦେଶର ପ୍ରତିଯୋଗୀ, ଭାରତ ପକ୍ଷରୁ ପ୍ରିତିନିଧିତ୍ବ କରିବେ ଏହି ମଡେଲ

ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଜୋସେ ଏଡଲଫୋ ପିନେଡା ଏରିନାରେ ଅନୁଷ୍ଠିତ ହେବ । ଟେଲିମୁଣ୍ଡୋ ଏହାକୁ ଆମେରିକାର ସ୍ପାନିଶ ଭାଷାରେ ପ୍ରସାରଣ କରୁଥିବାବେଳେ ଦ ରୋକୁ ଚ୍ୟାନେଲ ଏହାକୁ ଷ୍ଟ୍ରିମିଂ ଆକ୍ସେସ୍ ପ୍ରଦାନ କରିବ । ନଭେମ୍ବର 19 ତାରିଖ ସକାଳ 6:30 ରୁ ମିସ୍ ୟୁନିଭର୍ସର ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଏକ୍ସ ଆକାଉଣ୍ଟରେ ଭାରତୀୟମାନେ ଅନ୍ତିମ ପ୍ରତିଯୋଗିତା ଦେଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.