ETV Bharat / entertainment

Milind Soman B'day: 52ବର୍ଷ ବୟସରେ 26ବର୍ଷୀୟା ଯୁବତୀଙ୍କୁ ଆକର୍ଷିତ କରିଥିଲେ ମିଲିନ୍ଦ ସୋମନ - Milind Soman Love Story With Ankita

ଲୁକ୍ ଏବଂ ଫିଟ୍‌ନେସ୍ ପାଇଁ ଚର୍ଚ୍ଚାରେ ଥିବା ମିଲିନ୍ଦ ସୋମନ ଆଜି ତାଙ୍କର 57 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ତେବେ ଆସନ୍ତୁ ଜାଣିବା ଦମ୍ପତିଙ୍କ ବନ୍ଧୁତାରୁ ବିବାହ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ...

52 ବର୍ଷ ବୟସରେ 26 ବର୍ଷୀୟା ଯୁବତୀଙ୍କୁ କରିଥିଲେ ଆକର୍ଷିତ

author img

By

Published : Nov 4, 2022, 10:31 PM IST

ହାଇଦ୍ରାବାଦ: କଥାରେ ଅଛି... ପ୍ରେମ ଦେଖେ ନାହିଁ ବୟସ କି ଧର୍ମ । କେତେବେଳେ କାହାକୁ ଓ କେଉଁ ପରିସ୍ଥିତିରେ ପ୍ରେମ ହୁଏ । ନା କିଏ ଜାଣିପାରିବ, ନା କିଏ କହିପାରିବ । ମିଲିନ୍ଦ ସୋମନ୍‌ଙ୍କ କ୍ଷେତ୍ରରେ ଏହି କଥାଟି ଫିଟ୍ ହେଉଛି । ସର୍ବଦା ଫିଟନେସ ପାଇଁ ଚର୍ଚ୍ଚାରେ ରହିଆସିଥିବା ମିଲିନ୍ଦ ସୋମନ ବଲିଉଡ, ଟେଲିଭିଜନ ଏବଂ ମଡେଲିଂରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ମିଲିନ୍ଦ ସୋମନ ଆଜି ମଧ୍ୟ ଯେତେବେଳେ ରାମ୍ପରେ ଚାଲନ୍ତି, ସେତେବେଳେ ଯୁବ ମଡେଲ ତାଙ୍କ ସାମ୍ନାରେ ଫିକା ପଡିଯାଆନ୍ତି । ନିଜଠାରୁ ବୟସରେ 26 ବର୍ଷ ସାନ ଯୁବତୀ ଅଙ୍କିତା କୋନୱାରଙ୍କୁ ବିବାହ କରି ଦିନେ ଚର୍ଚ୍ଚାରେ ଥିଲେ ମିଲିନ୍ଦ । 4 ନଭେମ୍ବର 1965 ରେ ଜନ୍ମ ହୋଇଥିବା ମିଲିନ୍ଦ ସୋମନ ଆଜି ତାଙ୍କର 57 ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଦିନରେ ଦମ୍ପତିଙ୍କ ବନ୍ଧୁତାରୁ ବିବାହ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ...।

ମିଲିନ୍ଦ ସୋମନ ଅଙ୍କିତା କୋନୱାର
ମିଲିନ୍ଦ ସୋମନ ଅଙ୍କିତା କୋନୱାର

ନାଇଟ୍ କ୍ଲବ୍‌ରେ ପ୍ରଥମ ସାକ୍ଷାତ

ମିଲିନ୍ଦ ସୋମନ୍ ଏବଂ ଅଙ୍କିତା କୋନୱାଙ୍କର ପ୍ରଥମେ ଏକ ନାଇଟ୍ କ୍ଲବ୍‌ରେ ଭେଟ ହୋଇଥିଲା । ଏହି ସମୟରେ ଦୁହେଁ ପରସ୍ପରକୁ ଦେଖି ମଧ୍ୟ ଅଣଦେଖା କରିପାରିନଥିଲେ। ସେମାନଙ୍କ ଆଖି ବାରମ୍ବାର ପରସ୍ପର ଆଡକୁ ଟାଣି ନେଉଥିଲା । ଶେଷରେ ସାହସ ଜୁଟାଇ ଅଙ୍କିତା ମିଲିନ୍ଦଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ ଏବଂ ସେ ହଁ କହିଥିଲେ। ଏହା ପରେ ଉଭୟ ଏକାଠି ଡ୍ୟାନ୍ସ କରିଥିଲେ । ଏହି ସମୟରେ ଅଙ୍କିତା ମିଲିନ୍ଦଙ୍କୁ ତାଙ୍କ ଫୋନ୍‌ ନମ୍ବର ମାଗିଥିଲେ। ଦୁହେଁ କିଛି ଦିନ ଫୋନରେ କଥାବାର୍ତ୍ତା ହେବା ପରେ ସେମାନଙ୍କ ବନ୍ଧୁତା ଆହୁରି ନିବିଡ ହୋଇଯାଇଥିଲା ।

ମିଲିନ୍ଦ ସୋମନ ଅଙ୍କିତା କୋନୱାର
ମିଲିନ୍ଦ ସୋମନ ଅଙ୍କିତା କୋନୱାର

ଦୁଃଖର ସମୟରେ ଅଙ୍କିତାଙ୍କ ସାହାରା ଥିଲେ

ମିଲିନ୍ଦ ସୋମନ ଏବଂ ଅଙ୍କିତା କୋନୱାରଙ୍କ ବନ୍ଧୁତା ଦିନକୁ ଦିନ ଆହୁରି ଗଭୀର ହେବାରେ ଲାଗିଲା ​​। ଏହାରି ମଧ୍ୟରେ ହଠାତ ଅଙ୍କିତାଙ୍କ ଉପରେ ଭାଙ୍ଗିପଡିଲା ଦୁଃଖ ପାହାଡ । ଅଙ୍କିତାଙ୍କ ପ୍ରେମିକଙ୍କର ମୃତ୍ୟୁ ହୋଇଗଲା, ଯେଉଁଥିରେ ଅଙ୍କିତା ପୂରାପୂରି ଭାଙ୍ଗି ପଡିଥିଲେ। ଏହି ଯନ୍ତ୍ରଣାରୁ ବାହାରିବା ପାଇଁ ମିଲିନ୍ଦ ସୋମନ୍ ଅଙ୍କିତାଙ୍କୁ ବହୁତ ସମର୍ଥନ କରିଥିଲେ । ଧୀରେ ଧୀରେ, ସେମାନଙ୍କର ସାକ୍ଷାତର ପ୍ରକ୍ରିୟା ବଢିବାକୁ ଲାଗିଲା ଏବଂ ସେମାନଙ୍କର ବନ୍ଧୁତା ଗଭୀର ହେବାକୁ ଲାଗିଲା ।

ମିଲିନ୍ଦ ସୋମନ ଅଙ୍କିତା କୋନୱାର
ମିଲିନ୍ଦ ସୋମନ ଅଙ୍କିତା କୋନୱାର

ପ୍ରେମ ବ୍ୟକ୍ତ କରିଥିଲେ ମିଲିନ୍ଦ

ଦିନେ ମିଲିନ୍ଦ ଅଙ୍କିତାଙ୍କ ସାମ୍ନାରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଏହା ପରେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ ଏବଂ 2018 ରେ ବିବାହ କରିଥିଲେ । ମରାଠୀ ରୀତିନୀତି ଅନୁଯାୟୀ ଉଭୟେ ବିବାହ କରିଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ହେତୁ ସେମାନେ ଲୋକଙ୍କ ଟାର୍ଗେଟରେ ଆସିଥିଲେ ଏବଂ ସେମାନଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । ସେତେବେଳେ ମିଲିନ୍ଦଙ୍କୁ 52 ବର୍ଷ ଏବଂ ଅଙ୍କିତାଙ୍କୁ 26 ବର୍ଷ ବୟସ ହୋଇଥିଲା। କିନ୍ତୁ ଦୁହେଁ ନିଜ ସମ୍ପର୍କ ମଝିରେ କେବେ ହେଲେ ବୟସକୁ ପ୍ରାଧାନ୍ୟ ଦେଇନଥିଲେ । ଆଜି ଦୁହେଁ ଏକ ସୁଖମୟ ଜୀବନଯାପନ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.