ETV Bharat / entertainment

ରୋହିତ ଶେଟ୍ଟୀ ଛାଡିଲେ ଫରହାଦ୍ ସାମଜୀଙ୍କ ସାଥ୍‌, 'ସିଙ୍ଘମ୍ ଏଗେନ୍‌’ର ଡାଏଲଗ୍‌ ଲେଖିବେ ଏହି ଲେଖକ

author img

By ETV Bharat Odisha Team

Published : Sep 18, 2023, 6:59 AM IST

2024 ମସିହାରେ ମୁକ୍ତିଲାଭ କରିବ ସିଙ୍ଘମ୍ 3 । ଏହି ଚଳଚ୍ଚିତ୍ରର ସଂଳାପ ଲେଖିବା ପାଇଁ ଲେଖକ-ନିର୍ଦ୍ଦେଶକ ମିଲାପ ଜାଭେରୀଙ୍କୁ ମନୋନୀତ କରାଯାଇଛି । ଅଧିକ ପଢନ୍ତୁ

ରୋହିତ ଶେଟ୍ଟୀ
ରୋହିତ ଶେଟ୍ଟୀ

ହାଇଦ୍ରାବାଦ: ଗତକାଲି(ରବିବାର ରୋହିତ ଶେଟ୍ଟୀ, ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରଣଭୀର ସିଂ ଫିଲ୍ମ 'ସିଙ୍ଘମ୍ ଏଗେନ୍‌'ର ସୁଟିଂ ଘୋଷଣା କରିଥିଲେ । 'ସିଙ୍ଘମ୍' ଫ୍ରାଞ୍ଚାଇଜ୍‌ର ତୃତୀୟ ଭାଗ 2024 ମସିହାରେ ମୁକ୍ତିଲାଭ କରିବ । ଷ୍ଟାର କାଷ୍ଟ ଫିଲ୍ମରେ ଯୋଗଦେବା ବିଷୟରେ କ୍ରମାଗତ ଅପଡେଟ୍‌ ସାମ୍ନାକୁ ଆସୁଛି । ଖବର ଅଛି ଯେ ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁର ମଧ୍ୟ ଏହି କପ୍‌ ୟୁନିଭର୍ସ ଚଳଚ୍ଚିତ୍ରର ଏକ ଅଂଶ ହୋଇପାରିଛନ୍ତି । ତଥାପି, ଏହି ଖବର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ଏହି କ୍ରମରେ ଅନ୍ୟ ଜଣେ ବ୍ୟକ୍ତି 'ସିଙ୍ଘମ୍ ଏଗେନ'ରେ ଯୋଗ ଦେଇଛନ୍ତି । ଏଥି ସହିତ ଫିଲ୍ମର ଏକ ଅଂଶ ହୋଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ।

  • AALI RE AALI AATA MAAZI BAARI AALI to write dialogues for the LIONHEARTED Rohit Shetty! 🔥😍🙏❤️ Its been a dream come true to work with a maestro of Mass like him! Love you and thank you for #SinghamAgain 🙏🔥❤️ pic.twitter.com/iO6TIbl8jm

    — Milap (@MassZaveri) September 16, 2023 " class="align-text-top noRightClick twitterSection" data=" ">

ଚଳଚ୍ଚିତ୍ରର ସଂଳାପ ଲେଖିବା ପାଇଁ ଲେଖକ-ନିର୍ଦ୍ଦେଶକ ମିଲାପ ଜାଭେରୀଙ୍କୁ ମନୋନୀତ କରାଯାଇଛି । 'ସିଙ୍ଘମ୍' ସିରିଜରେ ଏହା ପ୍ରଥମ ଥର ହେବ, ଯେତେବେଳେ ରୋହିତ ତାଙ୍କର ଦୀର୍ଘ ଦିନର ସହଯୋଗୀ ଫରହାଦ୍ ସାମଜୀଙ୍କ ସହ କାମ କରିବେ ନାହିଁ । ଫରହାଦ୍ ଏବଂ ତାଙ୍କ ଭାଇ ସାଜିଦ୍ ସାମଜୀ 'ସିଙ୍ଘମ୍' ଏବଂ 'ସିଙ୍ଘମ୍ ରିଟର୍ନସ୍'ର ସ୍କ୍ରିନ୍ ପ୍ଲେ ଏବଂ ଡାଏଲଗ୍‌ ଲେଖିଥିଲେ । ଭାଇ-ଯୋଡିଙ୍କ ଅଲଗା ହେବା ପରେ ମଧ୍ୟ ଫରହାଦ୍ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏବଂ ‘ସର୍କସ’ ପାଇଁ ସଂଳାପ ଲେଖିଥିଲେ।

ଏହା ମଧ୍ୟ ପଢନ୍ତୁ: ଆଇକନିକ୍ ପୋଜରେ ଫ୍ୟାନ୍ସଙ୍କୁ ଦିୱାନା କଲେ କିଙ୍ଗ ଖାନ, ଭିଡିଓ ଭାଇରାଲ

ମିଲାପ ଜାଭେରୀ 'ସିଙ୍ଘମ୍ ଏଗେନ୍‌' ପାଇଁ ସଂଳାପ ଲେଖକ ଭାବରେ କାର୍ଯ୍ୟ କରି ଖୁସି ବ୍ୟକ୍ତ କରିଥିଲେ । X ରେ, ମିଲାପ ରୋହିତଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ, 'ଆଲିରେ ଆଳି ଆତା ମାଜି ବାରୀ ଆଲି, ଶେରଦିଲ ରୋହିତ ଶେଟ୍ଟୀକେ ଲିଏ ଡାଏଲଗ୍‌ ଲିଖୁଙ୍ଗା... ! ତାଙ୍କ ପରି ବଡ ଲୋକଙ୍କ ସହ କାମ କରିବା ଏକ ସ୍ୱପ୍ନ ! ମୁଁ ତୁମକୁ ଭଲ ପାଏ, ଏବଂ ସିଙ୍ଘମ୍ ଏଗେନ୍‌ ପାଇଁ ଧନ୍ୟବାଦ ।

ମିଲାପ ଜାଭେରୀ ‘କାଣ୍ଟେ’, ‘ହାଉସଫୁଲ୍’, ‘ସୁଟ୍ଆଉଟ୍ ଆଟ୍‌ ୱାଡଲା’, ‘ଗ୍ରାଣ୍ଡ୍ ମସ୍ତି’ ଏବଂ ‘ଏକ ଭିଲେନ୍’ ଭଳି ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିବା ପାଇଁ ଜଣାଶୁଣା । ସେ 'ମସ୍ତିଜାଦେ', 'ସତ୍ୟମେବ ଜୟତେ', 'ମରଜାବାଁ' ଏବଂ 'ସତ୍ୟମେବ ଜୟତେ ୨' ନିର୍ଦ୍ଦେଶନା ଦେଇଛନ୍ତି। ମିଲାପ ରୋହିତ ଶେଟ୍ଟୀଙ୍କ ସହ ତାଙ୍କର ସହଯୋଗ ଘୋଷଣା କରିବାର କିଛି ସମୟ ପରେ ଅନେକ ନେଟେନିଜେନ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଦୀପିକାଙ୍କ ଏଣ୍ଟ୍ରି, ହେବେ ଲେଡି ସିଙ୍ଘମ୍

ଜଣେ ସୋସିଆଲ ମିଡିଆ ୟୁଜର ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, 'ମିଲାପ ଭାଇ ଦୟାକରି ସତ୍ୟମେବ ଜୟତେ 2 ଭଳି କିଛି କରନ୍ତୁ ନାହିଁ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭାଇ, ଭଲ ସଂଳାପ ଲେଖିବେ, ନିରାଶ କରିବେ ନାହିଁ । ଏଥି ସହିତ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଏହା କହି ଦୁଃଖିତ, କିନ୍ତୁ ମିଲାପ ଜାଭେରୀଙ୍କ ଦ୍ୱାରା ଲିଖିତ କୌଣସି ଚଳଚ୍ଚିତ୍ର ଏବଂ ସଂଳାପ ମୋତେ ପସନ୍ଦ ନଥିଲା, ସେଗୁଡ଼ିକ ଅର୍ଥହୀନ, ନିମ୍ନ ମାନର ସଂଳାପ, ଯାହାର କୌଣସି ଅର୍ଥ ନାହିଁ ।' ଅପରପକ୍ଷେ, ଜଣେ ବ୍ୟକ୍ତି ମିଲାପଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, 'ଆମେ ସିଙ୍ଘମ୍ 3ରେ ଆପଣଙ୍କର ସ୍ବାଦ ପୁଣି ଥରେ ଚାହୁଁଛୁ, ଯେପରି ଆପଣ ଭିଲେନ୍‌, ସୁଟ୍ଆଉଟ୍ ଆଟ୍‌ ଓ୍ୱଡଲାରେ ଲେଖିଥିଲେ ଶୁଭେଚ୍ଛା ମିଲାପ ଜାଭେରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.