ETV Bharat / entertainment

ଦୋହା ବିମାନବନ୍ଦରରେ ମିକାଙ୍କ ସହ ଘଟିଲା ଏମିତି କିଛି, ଖୁସିରେ ମୋଦିଙ୍କୁ କଲେ ସାଲ୍ୟୁଟ୍‌

author img

By

Published : Apr 13, 2023, 1:43 PM IST

ନିକଟରେ ପଞ୍ଜାବୀ ଗାୟକ ମିକା ସିଂ ଦୋହାରେ ଭାରତୀୟ ମୁଦ୍ରା ବ୍ୟବହାର କରିଥିଲେ । ଏଥିରେ ଖୁସି ହୋଇ ମିକା ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାଲ୍ୟୁଟ ସହ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ମୋଦୀଙ୍କୁ ସେଲ୍ୟୁଟ ସହ ଧନ୍ୟବାଦ ଜଣାଇଲେ ମିକା ସିଂ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦେଶ ମାଟିରେ ସାଲ୍ୟୁଟ ସହ ଧନ୍ୟବାଦ ଜଣାଇଲେ ପଞ୍ଜାବୀ ଗାୟକ ମିକା ସିଂ । ବୁଧବାର କତରର ରାଜଧାନୀ ଦୋହା ବିମାନବନ୍ଦରରୁ ମିକା ସପିଙ୍ଗ କରିଥିଲେ । ସେଠାରେ ସେ ସପିଙ୍ଗ କରିବା ସମୟରେ ବିଦେଶୀ ମୁଦ୍ରା ବଦଳରେ ଭାରତୀୟ ମୁଦ୍ରା ବ୍ୟବହାର କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ମିକା ସିଂ ମୋଦିଙ୍କୁ ସାଲ୍ୟୁଟ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।

ଦୋହା ବିମାନ ବନ୍ଦରରେ ଥିବା ଲୁଇ ଭୁଇଟନ ଷ୍ଟୋରରୁ ସପିଂ କରିବା ସମୟରେ ମିକା ଭାରତୀୟ ମୁଦ୍ରା ବ୍ୟବହାର କରିଥିଲେ । ସେଠାରେ ସପିଙ୍ଗରେ ବିଦେଶୀ ମୁଦ୍ରା ବଦଳରେ ଭାରତୀୟ ମୁଦ୍ରା ବ୍ୟବହାର କରିଥିଲେ ମିକା ସିଂ । ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସପିଙ୍ଗ ସମୟର ଭିଡିଓ ସେୟାର କରି ଏହି ସୂଚନା ଦେବା ସହ ନିଜ ଖୁସି ଜାହିର କରିଥିଲେ ।

ମିକା ସିଂ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ଶୁଭ ସକାଳ, ଦୋହା ବିମାନବନ୍ଦରରେ ଥିବା ଲୁଇ ବୁଇଟନ୍ ଷ୍ଟୋର୍‌ରେ କିଣିବା ସମୟରେ ଭାରତୀୟ ଟଙ୍କା ବ୍ୟବହାର କରି ମୁଁ ଅତ୍ୟଧିକ ଗର୍ବିତ ଅନୁଭବ କରିଛି । ଯେ କୌଣସି ରେସ୍ତୋରାଁରେ ଆମେ ଭାରତୀୟ ଟଙ୍କା ବ୍ୟବହାର କରିପାରିବା । ଡଲାର ପରି ଆମେ ଆମ ଟଙ୍କା ବ୍ୟବହାର କରିବା ସୁବିଧା କରାଯାଇଥିବା ନେଇ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଲ୍ୟୁଟ ସହ ଧନ୍ୟବାଦ ଜଣାଉଛି''। ତେବେ ଏହାକୁ ଅନେକ କଳାକାର ଏବଂ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।

ମିକା ସିଂଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ବଲିଉଡ ଅଭିନେତା ବିନ୍ଦୁ ସିଂ ଲେଖିଛନ୍ତି, 'ୱା ଭାଇ ଶାନଦାର'। ଏଥିସହିତ ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, 'ଭାରତୀୟ ମୁଦ୍ରା ଅଧିକ ଶକ୍ତିଶାଳୀ ହେଉଛି '। ଅନ୍ୟ ଜଣେ ଲେଖିଛନ୍ତି, 'ନୂଆ ଭାରତର ଶକ୍ତି' । ଅନ୍ୟ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ପସନ୍ଦ କରୁଥିବା ସହ ଅନେକ ଇମୋଜି ସେୟାର କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, UPIର ବିସ୍ତାର ବର୍ତ୍ତମାନ ଆମେରିକା, ଇଣ୍ଡୋନେସିଆ ଏବଂ ମରିସସକୁ ଯାଏଁ ହୋଇପାରେ । ଏହି ପ୍ରୋଜେକ୍ଟ ସାହାଯ୍ୟରେ ଭାରତୀୟ ଡାଏସ୍ପୋରାକୋ, ବିଶେଷ କରି ବିଦେଶରେ ରହୁଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ରମାନଙ୍କୁ ବହୁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । କାରଣ ଏହା ଅନବୋର୍ଡ ବିନା ଅନ୍ୟ ପେମେଣ୍ଟ ପ୍ରଣାଳୀରେ ଦୁଇ ଦେଶ ମଧ୍ୟରେ ଶୀଘ୍ର ଏବଂ ଅଧିକ ଫଣ୍ଡ ସ୍ଥାନାନ୍ତରଣକୁ ଅନୁମତି ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.