ହାଇଦ୍ରାବାଦ: ଦ୍ବିତୀୟ ବିବାହ କଲେ ଅରବାଜ ଖାନ। ଗାର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ଜୀବନ ସାଥୀ କରିଛନ୍ତି ଅରବାଜ । ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଅଭିନେତା । ସେପଟେ ଅରବାଜଙ୍କ ପୂର୍ବ ପତ୍ନୀ ମଲାଇକା ଆରୋରା ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖାଇଛନ୍ତି ଅଭିନେତ୍ରୀ ।
ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ବିବାହକୁ ଉପଭୋଗ କରୁଥିବା ବେଳେ ମଲାଇକା ଏପଟେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି । ମଲାଇକା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ମେରି ଖ୍ରୀଷ୍ଟମାସ । ସମସ୍ତଙ୍କୁ ପ୍ରେମ, ଖୁସି ମିଳୁ ଏବଂ ସମସ୍ତେ ସୁସ୍ଥ ରୁହନ୍ତୁ।' ପ୍ରଥମ ଫଟୋରେ ମଲାଇକା ଏକ କେକ୍ ସହ ପୋଜ ଦେଇଥିବାର ନଜର ଆସିଛନ୍ତି । ୨ୟ ଫଟୋରେ ଡାଇନିଂ ଟେବୁଲରେ ଅନେକ ମିଠା ଥିବା ଦେଖିବାକୁ ମିଳିଛି । ଅନ୍ୟଟିରେ ତାଙ୍କ ପୋଷା କୁକୁର ଲାଲ ରଙ୍ଗର କ୍ୟାପ ପିନ୍ଧିଥିବା ବେଳେ ଶେଷ ଫଟୋରେ ପୁଅ ଅରହାନ କୁକୁରଙ୍କ ସହ ବସିଥିବାର ନଜର ଆସିଛନ୍ତି ।
ମଲାଇକାଙ୍କ ଏହି ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅନେକ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅନେକ ଅରବାଜଙ୍କ ବିବାହକୁ ତୁଲନା କରି ମଲାଇକାଙ୍କୁ ଟ୍ରୋଲ୍ କରିଛନ୍ତି । ଜଣେ ଲେଖିଛନ୍ତି, ଆପଣଙ୍କୁ ବିବାହକୁ ଡକାଯାଇନି କି ? ଅନ୍ୟ ଜଣେ ଲେଖିଛନ୍ତି, ତୁମ ସ୍ବାମୀ ବିବାହ କରୁଛନ୍ତି । ଆଉ ତୁମେ ଏଠି ଖ୍ରୀଷ୍ଟମାସ ସେଲିବ୍ରେସନ କରୁଛ ? ଆଉ ଜଣେ ଲେଖିଛନ୍ତି, ତୁମେ ବି ବିବାହ କରିନିଅ ।
ଏହା ମଧ୍ୟ ପଢନ୍ତୁ: ଅରବାଜଙ୍କ ବିବାହରେ ନାଚିଲେ ଭାଇଜାନ, ଭାବିଜାନଙ୍କ ସହ 'ଦିଲ ଦିଆଁ ଗଲା' ଗୀତରେ ଲଗାଇଲେ ଠୁମକା
ସୂଚନା ଥାଉ କି, ମଲାଇକା ଅରୋରା ଏବଂ ଅରବାଜ ଖାନ ୧୯୯୮ରେ ବିବାହ କରିଥିଲେ । ୧୯ ବର୍ଷ ପରେ ୨୦୧୬ରେ ଅଲଗା ହୋଇଥିଲେ । ଏବଂ ପରେ ସେମାନେ ୨୦୧୭ରେ ଛାଡ଼ପତ୍ର ନେଇଥିଲେ । ଉଭୟଙ୍କ ଏକ ପୁଅ ଅରହାନ ଖାନ ରହିଛନ୍ତି । ସେପଟେ ବର୍ତ୍ତମାନ ଅରବାଜ ତାଙ୍କ ପ୍ରେମିକା ଶୌରା ଖାନଙ୍କୁ ବିବାହ କରିଛନ୍ତି । ଏପଟେ ଅରବାଜଙ୍କ ସହ ଅଲଗା ହେବା ପରେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି । ଉଭୟ ନିଜ ସମ୍ପର୍କକୁ ଅଫିସିଆଲି କରିଥିବା ବେଳେ ବିବାହ ନେଇ ଉଭୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।